-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-May-2025
ଅତାବିରା(ଆକାଶ ମିଶ୍ର): ଜେ. ସି. ଆଇ. ଅତାବିରା ଦ୍ଵାରା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଆଜି ଠାରୁ ସାତଦିନିଆ ସ୍କେଟିଂ କର୍ମଶାଳା ଆରମ୍ଭ ହୋଇଯାଇଛି| ଅନ୍ତର୍ଜାତୀୟ ପ୍ରଶିକ୍ଷକ ମହାରାଷ୍ଟ୍ର ନିବାସୀ ରବୀନ୍ଦ୍ର ମିଶାଲ ଏବଂ ତାଙ୍କ ସହାୟକ ଏହି ତାଲିମ ପ୍ରଦାନ କରୁଛନ୍ତି ।ଏହି ଶିବିରରେ ଚାରି ବର୍ଷ ବୟସ ସୀମାରୁ ଉର୍ଦ୍ଧ୍ୱ ବୟସର ପୁଅ ଝିଅ ଙ୍କୁ ତାଲିମ୍ ଦେବେ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ସମିତ ପ୍ରଧାନ ସୂଚନା ଦେଇଛନ୍ତି ୲ ଏହି କର୍ମଶାଳାରେ ୫୦ ରୁ ଉର୍ଦ୍ଧ୍ୱ ସଭ୍ୟ ପଞ୍ଜୀକୃତ ହୋଇଥିବା ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର ସୂଚନା ଦେଇ ଛନ୍ତି ୲ଏହି ସାତ ଦିନରେ କ୍ୟାରିୟର୍ କାଉନସେଲିଂ,ବକ୍ତୃତା ତାଲିମ,ସ୍କେଚ୍ ଅନ୍ ସ୍କେଟ ଭଳି ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହି ଶିବିର ର ଅନ୍ତିମ ଦିବସରେ ସମସ୍ତ ତାଲିମ ନେଉଥିବା ସମସ୍ତ ବାଳକ ବାଳିକା ମାନଙ୍କୁ ନେଇ ହୀରାକୁଦ ଡାଇକ ଅଞ୍ଚଳରେ ସାମୁହିକ ସ୍କେଟିଂ କରାଯିବ ବୋଲି ପ୍ରୋଜେକ୍ଟ ସଂଚାଳିକା ନୀତୁ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଅତାବିରା ଅଞ୍ଚଳରେ ଏହି ପ୍ରକାର କାର୍ଯ୍ୟକ୍ରମ କୁ ନେଇ ସ୍କେଟିଂ ଆଗ୍ରହୀ ଯୁବ ବର୍ଗ ଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇବା ସହ ଏହାକୁ ଦେଖିବା ପାଇଁ ଅଭିଭାବକ ଅଭିଭାବିକା ମାନଙ୍କ ଭିଡ ଜମି ରହୁଛି । ପ୍ରଥମ କରି ଅତାବିରାରେ ଜେ ସି ଆଇ ର ଏହି ପ୍ରକାର ପ୍ରୟାସ କୁ ଅଞ୍ଚଳରେ ସ୍ଵାଗତ ଜଣାଯାଇଛି ।