-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ) -ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଜଣେ ସୁନାମଧନ୍ୟ ପୁରୋହିତ,ଚାଷୀ ନେତା,କଂଗ୍ରେସ ଦଳର ବରିଷ୍ଠ ପୁରୁଖା କର୍ମୀ ତଥା ନେତା ସଦାନନ୍ଦ ପୂଜାରୀ ଆଉ ଆମ ଗହଣରେ ନାହାନ୍ତି।୭୩ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେଲା କ୍ଷଣି କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କିଶୋର ଦଫାଦାର, ଚାଷୀ ନେତା କିଶୋର ଦେବତା, ସାମନ୍ତ ସାହୁ, ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ, ଜିଲ୍ଲା କୃଷକ ସଂଗଠନ ର ଅନେକ କର୍ମୀ , ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିଜେପୁର ବ୍ରାହ୍ମଣ ସମାଜର କର୍ମକର୍ତ୍ତା, ସଭ୍ୟ,ସଭ୍ୟା ପ୍ରମୁଖ ତାଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରିବା ସହ, ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ବଡ ବିଶ୍ୱଜିତ ଓ ସାନ ପୁଅ ସତ୍ୟଜିତ,ଝିଅ ମମତା, ଜ୍ୱାଇଁ ବିଜୟଙ୍କ ସହ ନାତିନାତୁଣୀ, ପୁତୁରା, ଝିଆରୀ ଉପସ୍ଥିତ ଥିଲେ। ଶେଷରେ ବଡ଼ପୁଅ ବିଶ୍ୱଜିତ ଙ୍କ ହସ୍ତରେ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପାଦନ ହୋଇ ଯାଇଛି।