-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଜେକେ କାଗଜକଳର ନାଗାବଳୀ ନଦୀରେ ଆଡିବନ୍ଧକୁ ବିରୋଧ

05-May-2025



ରିପୋର୍ଟ: ସୁପ୍ରିୟା ଷଡଙ୍ଗୀ

ଆଡିବନ୍ଧକୁ ଦେଖି ବିଧାୟକ ରାଗିଲେ

ରାୟଗଡ଼ା- ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ  ଜେକେ କାଗଜକଳ ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଜଳ ଶୋଷଣକୁ ବିରୋଧ କରିବା ସହ ବେଆଇନ ଆଡିବନ୍ଧକୁ ଦେଖି ରାଗିଯାଇଥିଲା ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା। ଆଜି ଜେକେପୁର ସ୍ଥିତ ସାନ ଚାନ୍ଦିଲି ଗ୍ରାମ ନିକଟରେ ଥିବା ନାଗାବଳି ନଦୀ ଜଳକୁ ଜେକେ କଗଜ କଳ ବାଲି ବସ୍ତା ପକାଇ ଜଳକୁ ଅଟକାଇଥିବା ଅଚଂଳକୁ ପରିଦର୍ଶନରେ ଯାଇ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ପରେ ରାଗିଯାଇଥିଲେ ଶ୍ରୀ ବିଧାୟକ କାଡ୍ରାକା। ନାଗାବଳୀ ନଦୀର ତଳିଆ ଅଚଂଳରେ ରହୁଥିବା ଲୋକଙ୍କ ଅଭିଯୋଗ ପ୍ରକାରେ ବିଧାୟକ ଉକ୍ତ ଅଚଂଳ ପରିଦର୍ଶନ କରି ସମସ୍ତ ବିଷୟ ବୁଝିବା ସହ ଜେକେ କାଗଜ କଳ କିପରି ପାଣି ଅଟକାଇ ଦୂଷିତ ଜଳକୁ ନଦୀରେ ଛାଡୁଛି ତାହା ବୁଲି ଦେଖିଥିଲେ । ବିଧାୟକ କାଡ୍ରାକା ଆପଲକାସ୍ୱାମି ଏହା ଦେଖି ରାଗିଯାଇ ୧୫ ଦିନର ସମୟ ଜିଲ୍ଲା ପ୍ରଶାସନକୁ ଦେଇଥିଲେ । ବିଧାୟକ କହିଛନ୍ତି ଯେ ଜେକେ କଗଜ କଳ ବାଲି ବସ୍ତାରେ ଆଡିବନ୍ଧ ପକାଇ ନାଗାବଳି ନଦୀର ପରିସ୍କାର ଜଳକୁ ନିଜେ ନେବା  ସହ କମ୍ପାନିରୁ ନିର୍ଗତ ଅପରିଷ୍କାର  ଦୁର୍ଗନ୍ଧମୟ ଜଳକୁ ପୁଣି ନଦୀରେ ଛାଡୁଛି । ଯାହାଦ୍ୱାରା ନଦୀର ତଳିଆ ଅଚଂଳରେ ରହୁଥିବା ଲୋକେ ଏହି ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହବା ଦ୍ୱାରା ଗୃହପାଳିତ ପଶୁ ପକ୍ଷିଙ୍କର ମୃତ୍ୟୁ ଘଟୁଥିବା ମଧ୍ୟ ଅଭିଯୋଗ ବାରମ୍ବାର ଅଭିଯୋଗ ହେଉଥିଲା । ଜେକେ ଦ୍ବାରା ନିର୍ମାଣ ହୋଇଥିବା ବେଆଇନ ଆଡିବନ୍ଧକୁ ନେଇ   ବିଧାୟକ  ବିଧାନସଭାରେ ପ୍ରଶ୍ନ କରିଥିଲେ  ଏବଂ ମୂଖ୍ୟମନ୍ତ୍ରୀ ମଧ୍ୟ ଏହା ଯଦି ସତ୍ୟ ହୋଇଥାଏ ତାହାହେଲେ ଏହାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ନେଇ ରାୟଗଡା ବିଧାୟକ କହିଛନ୍ତି । ବିଧାୟକ ପଚାରିଥିବା ପ୍ରଶ୍ନରେ  ମୁଖ୍ୟମନ୍ତ୍ରୀ ମୋହନ ମାଝି  ନଦୀର ଜଳସ୍ରୋତର ପାର୍ଶ୍ବ ପରିବର୍ତନ ଯୋଗୁଁ ଜେକେ କାଗଜକଳ ଖରାଦିନ‌େ ବାଲି ବସ୍ତା ଦ୍ବାରା ଏକ ଆଂଶିକ ଆଡିବନ୍ଧ ନିର୍ମାଣ କରିଅଛି ଓ ଏହା ଦ୍ବାରା ନଦୀର ଜଳପ୍ରବାହ ପ୍ରତିହତ ହେଉନାହିଁ ବୋଲି କହିଥିଲେ । କିନ୍ତୁ ଆଡିବନ୍ଧ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ‌ଦେଇଥିଲେ । ଜେକେ କାଗଜକଳ ନାଗାବଳୀ ନଦୀରୁ ଦୈନିକ ହାରାହାରି ୪୦ହଜାର ଘନମିଟର ଜଳ ନେଉଛି ଏବଂ ପ୍ରତିମାସରେ ସରକାରଙ୍କୁ ଜଳ କର ପ୍ରଦାନ କରୁଛି । କାଗଜକଳ ନାଗାବଳୀ ନଦୀରୁ  ଜଳ ନେବା ପାଇଁ ସରକାରଙ୍କ ସହ ଚୁକ୍ତି କରିଛି ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ।  ବିଧାୟକ  କହିଛନ୍ତି ଯେ ଜିଲ୍ଲା ପ୍ରଶାସନକୁ ୧୫ ଦିନର ସମୟ ଦିଆଯାଉଛି, ଏହି ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଯଦି ଏହି ବାଲି ବସ୍ତାକୁ ନହଟାଏ ତାହାହେଲେ ୧୫ ଦିନ ପରେ ନଦୀର ତଳିଆ ଅଚଂଳରେ ଥିବା ଗାଁ ଗୁଡିକର ସାଧାରଣ ଜନତାଙ୍କ ସହିତ ମିଶି ଆମେ ଏହି ବାଲି ବସ୍ତାର ବନ୍ଧକୁ ଭାଙ୍ଗିବୁ । ଏଥି ଯୋଗୁଁ ଯଦି କୌଣସି ପ୍ରକାର ଅପ୍ରିତିକର ପରିସ୍ତିତି ସୃଷ୍ଟି ହୁଏ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟି ରହିବ ବୋଲି ଚେତାବନି ଦେଇଛନ୍ତି ରାୟଗଡା ବିଧାୟକ କାଡ୍ରାକା ଆପଲାସ୍ୱାମି । ଏହି ସମୟରେ ସ୍ଥାନିୟ ଅଚଂଳର ଲୋକଙ୍କ ସହ ଜେକେ କାଗଜ କଳର କିଛି କର୍ମଚାରୀ ଓ ପୋଲିସ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like