-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
05-May-2025
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ବୁଦୁଲା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସର ରେ ଅନୁଷ୍ଠିତ ହୋଇଥିଲା l ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗଦେଇ ସ୍ଥାନୀୟ ଲୋକଙ୍କ ସମସ୍ୟା ତଥା ଅଭିଯୋଗ ଫର୍ଦ୍ଦ ଗ୍ରହଣ କରିଥିଲେ l ଏହାସହ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ଓ ପରିମଳ ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ମନରେଗା ଅଧିକାରୀ ମିସ୍ ଜଗତ ଜୀତା ସେଠୀ, ଆବାସ ଗୃହ ଅଧିକାରୀ ଶ୍ରୀ ଅଭି ସାହୁ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର, ମତ୍ସ୍ୟ ଅଧିକାରୀ ଶ୍ରୀ ଧୁବଲ୍ କିଶୋର ମଲ୍ଲିକ ଓ ଯୋଗାଣ ବିଭାଗର ସହଯୋଗୀ ଅଧିକାରୀ ଓ ଅତିରିକ୍ତ ଜନ ମଙ୍ଗଳ ଅଧିକାରୀ ଶ୍ରୀ ସୁନିଲ କୁମାର ସାହୁ ଶିବିର ରେ ଯୋଗ ଦେଇଥିଲେ l
ଆଜିର ଶିବିରରେ ଅନେକ ଅଧିକାରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସବୁ ଠାରୁ ଖୁସିର କଥା ଆଜିର ଅଭିଯୋଗ ଶୁଣାଣୀ ଶିବିର ରେ ଶତାଧିକ ସଂଖ୍ୟାରେ ଅଭିଯୋଗ ଆସି ନିଜ ନିଜ ଅଭିଯୋଗ ଦାଖଲ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଗରମ ଓ ଖରା ସତ୍ତ୍ୱେ ମଧ୍ୟ ବହୁ ଲୋକ ଶିବିର ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରିନା ପଧାନ ଉପସ୍ଥିତ ରହି ଶିବିର କୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହାସହ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ପାଣିଗ୍ରାହୀ ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମେହେର ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l ସର୍ବ ମୋଟ ଆବାସ ଗୃହ ଉପରେ 4 ଟି ଓ ଅନ୍ୟାନ୍ୟ ଉପରେ 75 ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ପଞ୍ଜିକରଣ ଅଧିକାରୀ ମାନେ ସୂଚନା ଦେଇଥିଲେ l ପଞ୍ଜିକରଣ ଦାୟିତ୍ୱରେ ବ୍ଲକ୍ ପ୍ରଶାସନ ର ଶ୍ରୀ ଜ୍ଞାନ ରଞ୍ଜନ ସା ଓ ଶ୍ରୀ ଆଲୋକ କୁମାର ମିଶ୍ର କାର୍ଯ୍ୟଭାର ତୁଲାଇ ଥିଲେ l ଶିବିର ରେ ସମସ୍ତଙ୍କ ପାଇଁ ପିଇବା ପାଣି ର ବ୍ୟବସ୍ଥା ମଧ୍ୟ କରା ଯାଉଥିଲା l ବିଶେଷ କରି ଜମି ଉନ୍ନତି କରଣ , ନୂତନ ରାସନ୍ କାର୍ଡ ଓ 80 ବର୍ଷୀୟ ଭତ୍ତା ପାଇଁ ଅନେକ ଅଭିଯୋଗ ପଞ୍ଜିକରଣ ହୋଇଥିବା ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିନା ପଧାନ୍ ସୂଚନା ଦେଇଛନ୍ତି l ସମସ୍ତଙ୍କ ଅଭିଯୋଗ କୁ ଦୃଷ୍ଟିରେ ରଖି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାନ୍ତି ଆଗାମୀ ଦିନରେ ଉକ୍ତ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ଅଭିଯୋଗକାରୀ ଙ୍କ ବିଶ୍ୱାସ l