-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
05-May-2025
ଅମ୍ବlଭୋନl(ପ୍ରକାଶ ଚନ୍ଦ୍ର ରଥ) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧିନସ୍ଥ ଅମ୍ବାଭୋନା ଠାରେ ରବିବାର ଦିନ ସ୍ଥାନୀୟ କେଦାରନାଥ କଲା ସାହିତ୍ୟ ସଂସଦ ର ମାସିକ ବୈଠକ ହୋଇଯାଇଛି। ସଂସଦ ର "ଗ୍ରନ୍ଥାବଳୀ ପର୍ଯ୍ୟାଲୋଚନା ସମାରୋହ" ସଂସଦର ସ୍ଥାୟୀ ସଭାପତି ଶଶିଭୂଷଣ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ଏହାର ପ୍ରଥମ ଅଧିବେଶନ "ସାହିତ୍ୟ ଆସର" ରେ ୧୨ ଜଣ କବି ଓ ଗାଳ୍ପିକ ମାନଙ୍କର କୃତି ପରିବେଶିତ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ଅବସର ପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ଦାସ। ଏହି ଅବସରରେ ଗେରୁଚନ୍ଦ୍ ପଟେଲ ଙ୍କ ଗଳ୍ପ ,"ଉଚ୍ଚାସ ନର ଗୌରବ ଗାଥା" ଶ୍ରୀମତୀ ସୁଦ୍ରମା ପଣ୍ଡା ଙ୍କ କବିତା "ସଂସାର" ନବୀନ ବାଗ ଙ୍କ କବିତା "ସତ୍ ଆମ", ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କ "ଅକ୍ଷୟ ତୃତୀୟା ସମ୍ବନ୍ଧେ" ଭୂମିଶୁତା ବାରିକ୍ ଙ୍କ କୃତି "କବି ଗଙ୍ଗାଧର ଙ୍କ କାବ୍ୟ ଗାଥା"
ସନ୍ତୋଷିନି ଦାଶ ଙ୍କ କବିତା "ଆମ ଓଡ଼ିଶା" ବିଶ୍ବମ୍ବର ପ୍ରଧାନ ଙ୍କ କବିତା "ତୁମେ ଓ ମୁଁ" ଦୁର୍ଯ୍ୟୋଧନ କାଲୋ ଙ୍କ କବିତା "କରି ଦିଅ ପ୍ରଭୁ ମାଲି" ପରିବେଶିତ ହୋଇଥିଲା। ଏହା ପରେ ସଭପତି ଙ୍କ ଅଭିଭାଷଣ ଓ ଉଦଯାପନୀ ସଙ୍ଗୀତ ଗାନ କରା ଯାଇଥିଲା। ପ୍ରଥମ ଅଧିବେଶନ ର ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ଶୁକ୍ରୁ ଦେହେରି ଓ ବିଦ୍ୟାଧର ପଶାୟତ।
ଦ୍ୱିତୀୟ ଅଧିବେଶନ ରେ କବୟିତ୍ରୀ ଶୁଦ୍ରମା ପଣ୍ଡା ଙ୍କ କବିତା ପୁସ୍ତକ "ଅନ୍ତରର ଭାଷା" ର ପର୍ଯ୍ୟାଲୋଚନା କରିଥିଲେ ବିଶିଷ୍ଟ ସାହିତ୍ୟିକ ମୋହନ ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ନରେନ୍ଦ୍ର ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷକ ସୁଲଳିତ ପାତ୍ର। ଧନ୍ୟବାଦ ଅର୍ପଣ କରିଥିଲେ କବୟିତ୍ରୀ ପ୍ରଭାସିନୀ ହୋତା। ଶେଷ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ଭିକ ଦୀପ, ସୁକ୍ରୁ ଦେହେରି, ନବୀନ ଭୋଇ ଓ ସାଥି।