-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||     

HOME   ରାଜ୍ୟ

ମହିଳା ଉଦ୍ୟୋଗୀଙ୍କୁ ନୂଆ ଦିଗଦର୍ଶନ ଦେବ ନରେକୋ ମାହି

02-May-2025



ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା । ମହିଳା ଉଦ୍ୟୋଗୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ  ଆୟୋଜିତ ହୋଇଛି ଏହି ମହିଳାଙ୍କ ବାଣିଜ୍ୟ ମେଳା । ନରେକୋ ମାହିର ଭୁବନେଶ୍ଵର ମିଟ ଦ୍ବାରା ଆୟୋଜିତ ଆଜିର ଅଧିବେଶନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦୋଶ ଏବଂ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଡ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କ ସହ ନୂଆ କରି ଷ୍ଟାର୍ଟଅପ କରିଥିବା ମହିଳା ମାନେ ମଧ୍ୟ ସାମିଲ ହୋଇଛନ୍ତି  । ଏଠି ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ କେମିତି ବଢ଼ିବେ ଏବଂ କିପରି ନୂଆ ମହିଳା ଉଦ୍ୟୋଗୀଙ୍କୁ ଯୋଡ଼ା ଯିବ ସେନେଇ ଆଲୋଚନା କରାଯାଇଛି ।  ଏହି  ମହିଳା ଉଦ୍ୟୋଗୀ ମେଳାରେ  ରାଜ୍ୟ ତଥା ରାଜ୍ୟ ବାହାରର ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ମହିଳା ଉଦ୍ୟୋଗୀ ।

ଏହି ଅବସରରେ ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢୀ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଚାଲିଥିବା ଓମେନ ବିଜନେସ୍  ମେଳାରେ ନରେକୋ ମାହିର ମହିଳା ଶାଖା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ଯୋଗଦାନ  ଏବଂ କାର୍ଯ୍ୟଦକ୍ଷତା ବିଷୟରେ ପ୍ରତିପାଦନ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ସେହିପରି ମହିଳାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା କିଭଳି ଭାବେ ରହିବ ଏବଂ ତାକୁ ନେଇ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସେମାନେ କାମ କରିବେ ତାହା ଉପରେ ନଜର ରହିବା ଆବଶ୍ୟକ । ଏହି କ୍ଷେତ୍ରରେ ଆଗକୁ ଜାତୀୟ ଅଭିବୃଦ୍ଧି ହାରରେ  ସାମିଲ କରାଇବା ପାଇଁ ନରେକୋ ମାହି ଏକ ବଡ଼ ଭୂମିକା ରହିଛି ବୋଲି ବାଚସ୍ପତି କହିଥିଲେ । ସେ ପୁଣି କହିଥିଲେ, ମହିଳା ମାନେ ଏବେ ସଶକ୍ତ ହେବାକୁ ଚାହୁଁଛନ୍ତି । କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଭାବେ ନିଜ କାର୍ଯ୍ୟ ଦକ୍ଷତା ମାଧ୍ୟମରେ ଆଗକୁ ବଢିବାକୁ ଇଛା କରୁଛନ୍ତି । ଏଣୁ ସେମାନଙ୍କ ପାଇଁ ବିଜନେସ ଗୋଟିଏ ମାଧ୍ୟମ ହୋଇପାରିବ।  ତେବେ ଏହି ମେଳା ଦ୍ୱାରା  ଯେଉଁ ମହିଳା ମାନେ ନୂଆକରି ନିଜର ଷ୍ଟାର୍ଟଅପ ଗଢିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉଦାହରଣ ପାଲଟିବ  ଏବଂ ରିଅଲିସ୍ଟେଟ ମାଧ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ବାରବାଟୀ ବିଧାୟିକ ସୋଫିଆ ଫିର୍ଦୋଶ ଯୋଗଦେଇ ଜଣେ ମହିଳା ଉଦ୍ୟୋଗୀ ଆଉ ଜଣେ ମହିଳା ଉଦ୍ୟୋଗୀର ସହାୟତା କରିବାକୁ ଆଗେଇ ଆସିବା ଏକ ବଡ଼ କଥା ବୋଲି କହି ମାହିର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “୨୦୨୨ ମସିହାରେ ପ୍ରଥମ ଥର ହୋଇଥିଲା ଉଦ୍ୟୋଗୀ ମେଳା ।  ୨୦୨୫ରେ ଏହା ବଡ଼ ଆକାରରେ କରିଛନ୍ତି, କନଭେନର ପ୍ରିତି ପଲ୍ଲବୀ ପଟ୍ଟନାୟକ ଓ କୋର କନଭେନର ସ୍ଵାତୀ କେଜରିୱାଲ ଏବଂ ସୁମାଦେବୀ ଦାସ ଏହାକୁ ଉଚ୍ଚ ସୋପାନରେ ପହଞ୍ଚାଇଛନ୍ତି । ଏହା ଦେଖି ଖୁସି ଲାଗୁଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯେଉଁ ପ୍ଲାଟଫର୍ମ ହୋଇଛି  ଏହା ବହୁତ ସୁନ୍ଦାର ହୋଇଛି । ମହିଳା ମାନେ ପ୍ରସ୍ତୁତ ଅଛନ୍ତି ଏବେ ବିଜନେଶ କରିବା ପାଇଁ । ଯାହାଫଳରେ ସେମାନେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ । ଏଣୁ ସରକାରଙ୍କର ବି ଏହା ଏକ ବଡ଼ କର୍ତବ୍ୟ କିପରି ମହିଳାମାନେ ଏହି ଦିଗରେ ଆଗକୁ ଯିବେ । “ ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଏମଏସଏମଇର ଡେପୁଟି ଡାଇରେକ୍ଟର ନିତିଶା ମାନ୍ । ସେ କହିଥିଲେ, ରାଜ୍ୟ ଏବଂ କେନ୍ଦ୍ର ସରକାର ବି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷପ ନେଉଛନ୍ତି । ବିଭନ୍ନ ଯୋଜନା ମାଧ୍ୟମରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛନ୍ତି | ମହିଳା ଉଦ୍ୟୋଗୀଙ୍କ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନେକ ଉପାଦେୟ ଯୋଜନା ରହିଛି । ମହିଳା ଉଦ୍ୟୋଗୀଙ୍କୁ ଆହୁରି ସମୃଦ୍ଧ କରିପାରିବ ବୋଲି ସେ କହିଥିଲେ । 

ଆଜିର ସେମିନାରର ଉଦଘାଟନୀ ଉତ୍ସବରେ ନରେକା ମାହିର ଅଧ୍ୟକ୍ଷା ଡ଼ ଅନନ୍ତା ଏସ ରଘୁବଂଶୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସେ କହିଥିଲେ, “ଆଜି ଏଠି ଆମେ ଏକାଠି ହୋଇଛୁ କାରଣ ଏହି ରିଅଲ ଇଷ୍ଟେଟ କ୍ଷେତ୍ରରେ ଯେମିତି ଆଗକୁ ଅଧିକରୁ ଅଧିକ ମହିଳା ଯୋଗ ଦେବେ ଏବଂ ଜଳ ସଂରକ୍ଷଣ, କୌଶଳ, ଷ୍ଟାର୍ଟଅପ ଆଦି କ୍ଷତ୍ରରେ ପରିଶ୍ରମ କରିବେ । ଏହାର ଆରମ୍ଭ ପୂର୍ବତଟ ଭୁବନେଶ୍ୱରରୁ ହୋଇଛି । ଏବେ ନରେକୋ ମାହି ଚାରିଆଡେ ରିଅଲଇଷ୍ଟେଟ କ୍ଷେତ୍ରରେ କ୍ରାନ୍ତି ଆଣିଛି । ମହିଳାମାନେ ସଫଳତାର ସହିତ ଆଗକୁ ବଢୁଛନ୍ତି ଏବଂ ଦେଶର ବିକାଶ କ୍ଷେତ୍ରରେ ସହଯୋଗୀ ରହିଛନ୍ତି । ସେହିପରି ନରେକୋ ମାହିର ସଭାପତି ସ୍ମିତା ପାଟିଲ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନରେକୋ ମାହିର ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁଙ୍କୁ ଶ୍ରେୟ ଦେଇଛନ୍ତି । ଛୋଟ ଛୋଟ ବ୍ୟବସାୟରୁ କିପରି ମହିଳା ମାନେ ବଡ଼ ବଡ଼ ବ୍ୟବସାୟ କରି ସ୍ୱାବଲମ୍ବି ହେବେ ତାର ଏକ ଉତ୍ସ ପାଲଟିଛି ଏହି ମହିଳା ଉଦ୍ୟୋଗୀ ମେଳା । ଏଥିସହ ନରେକୋ ମାହି ଉଦ୍ଦୋଗୀ ମହିଳାଙ୍କ ବ୍ୟାବସାୟ ଅଭିବୃଦ୍ଧି ସମେତ ଏହି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଅଧିକ ସମୃଦ୍ଧ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଦେଉଛି । କାର୍ଯ୍ୟକ୍ରମ ଶେଷରେ ପୂର୍ବୀୟ କ୍ଷେତ୍ରର ଉପ ସଭାପତି ରତ୍ନମାଳା ସ୍ଵାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026

You Might Also Like