-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
02-May-2025
ତୁଷୁରା: ସଦ୍ଯ ପ୍ରକାଶିତ ଶିକ୍ଷାବର୍ଷ -୨୦୨୪-୨୫ ର ମେଟ୍ରିକ୍ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାକୁ ଶତ ପ୍ରତିଶତ ପାସହାର ସହ ୨ଜଣ ଏ-୧ ପାଇବାର ର ସଫଳତା ମିଳିଛି। ଖର୍ଡା ନିବାସୀ ଉମାକାନ୍ତ ବୁଦ୍ଧିଆଙ୍କ ପୁତ୍ର ତନ୍ମୟ ବୁଦ୍ଧିଆ ସର୍ବାଧିକ ୫୬୦ ମାର୍କ ରଖିଥିବା ବେଳେ କପସିଲା ନିବାସୀ ହିମାଂଶୁ ଶେଖର ବେହେରାଙ୍କ ପୁତ୍ର ଅନୁଜ ବେହେରା ୫୫୦ ମାର୍କ ରଖି ଏ-୧ ପାଇଛନ୍ତି। ଦୁଇଜଣ ପରୀକ୍ଷାର୍ଥୀ ସଫଳତାର ଶ୍ରେୟ ନିଜ ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ଓ ଆଗାମୀ ଦିନରେ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି। ଗୁଡଭେଲା ବ୍ଲକ ରୁ କେବଳ ଦୁଇଜଣ ଏ-୧ ପାଇଥିବା ବେଳେ ନିଜ ସଫଳତାରେ ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାଶ ଖୁସି ପ୍ରକଟ କରିଛନ୍ତି ଓ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତନ୍ମୟ ଓ ଅନୁଜ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।