-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
23-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ଠାରେ ପଶ୍ଚିମ ଉତ୍କଳ କୃଷି କେନ୍ଦ୍ର ଦୀପ୍ତିପୁର ଏବଂ ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ମିଲିତ ଆନୁକୁଲ୍ଯରେ ବିଶ୍ବ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷାରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପ୍ରକୃତି ବନ୍ଧୁ ଭୂବନେଶ୍ବର ପଧାନଙ୍କ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ ଯୋଗଦେଇ ମହିଳା ମାନଙ୍କ ପରିବେଶ ସୁରକ୍ଷାର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ବନପାଳ ପୂର୍ଣ୍ଣଚନ୍ଦ୍ର ଦୋରା, ରବି କୁମାର ରାଜହଂସ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସଂପାଦକ ମିହିର ରଞ୍ଜନ ସାଗର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ଜିତେନ୍ଦ୍ରୀୟ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ କେଦାରନାଥ ସାହୁ ସଂଯୋଜନା କରିଥିଲେ । ଏହି ସଭାରେ ପଚାଶ ଜଣ ମହିଳା ପରିବେଶ କର୍ମୀଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।
ଜିଲ୍ଲାର ସମସ୍ତ ବ୍ଳକରୁ ଆସିଥିବା ପରିବେଶ କର୍ମୀଙ୍କୁ ନେଇ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭକାର ପ୍ରଫେସର ପ୍ରୀତିଶ ଆଚାର୍ଯ୍ଯ, ସମ୍ମାନୀତ ଅତିଥି ଭାବରେ ନବଜ୍ଯୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ହୃଷିକେଶ ସାହୁ, ଗୌଡ଼ଗାଁ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ସାହୁ, ସନ୍ଥକବି ଭୀମ ଭୋଇ ଡିଗ୍ରୀ ମହାବିଦ୍ୟାଳୟ ଚକରକେନ୍ଦର ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆ ଯୋଗଦେଇ ବିଶ୍ବ ଉତ୍ତାପନରୁ ଆଗାମୀ ପିଢୀକୁ ରକ୍ଷା କରିବା ପାଇଁ ପରିବେଶ ସୁରକ୍ଷାରେ ବ୍ରତୀ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ଷାଠିଏ ଜଣ ପରିବେଶ ସୁରକ୍ଷା କର୍ମୀଙ୍କ ସହ ବନ ବିଭାଗର ଚାରିଜଣ ବନପାଳ ଓ ଦୁଇଜଣ ବନରକ୍ଷୀଙ୍କୁ ମାନ ପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକୃତି ବନ୍ଧୁ ବିଭୁତି ଭୂଷଣ ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ସଂପାଦକ ମିହିର ରଞ୍ଜନ ସାଗର ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଅନୁଷ୍ଠାନର ସଦସ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।