-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ଗତକାଲି ସନ୍ଧ୍ୟାରେ ଟାଉନ ଥାନା ନିକଟରେ ଠିକାଦାର ଧୀରେଶ୍ ଚୌଧୁରୀ ଙ୍କୁ ହତ୍ୟା ଉଦ୍ୟମ ଘଟଣା ଅଭିଯୋଗ କୁ ନେଇ ଟାଉନ ଥାନା ପୋଲିସ୍ ର ତତକାଳ ଉଦ୍ୟମ ଯୋଗୁଁ ୩ ଅଭିଯୁକ୍ତ ତଥା ପ୍ରକାଶ ରାଓ, ଏମ୍ ନବୀନ ଓ ହରିପ୍ରସାଦ ପ୍ରମୁଖ ଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଯୁବକ ମାନେ ନିକଟସ୍ଥ କାମ୍ପ ସାହିର। ଗତକାଲି ଏହି ଅଭିଯୁକ୍ତ ମାନେ ମୀନା ବଜାର ମେଳା ପରିସରରେ ଠିକାଦାର ଚୌଧୁରୀ କୁ ଦାଦା ବଟି ମାଗିଥିଲେ ଓ ସେ ମନା କରିବାରୁ ତାକୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇଥିଲେ। ଏହି ଘଟଣା କୁ ନେଇ ଗୁରୁତର ଠିକାଦାର ଚୌଧୁରୀଙ୍କ ପତ୍ନୀ ରୁକ୍ମିଣୀ ଚୌଧୁରୀ ଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରି ଅଭିଯୁକ୍ତ ତିନି ଯୁବକ କୁ ଉଠେଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।