-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ଅତାବିରା(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଶିକ୍ଷା ଅଧିନ ରେ ଥିବା ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଦିନରୁ ଶିକ୍ଷକ ସମସ୍ୟା ରହି ଆସୁଛି।ଏହି ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୨ ପିଲା ଅଧ୍ୟୟନ କରୁଛନ୍ତି। ମାତ୍ର ୩ ଟି ଶିକ୍ଷକ ରହିଛନ୍ତି। ସେଥିରୁ ପୁଣି ଶିକ୍ଷକ ମାନେ ଅନେକ ଟ୍ରେନିଙ୍ଗ,ବିଭିନ୍ନ ଅଫିସ କାମରେ ନିୟୋଜିତ ହୋଇଥାନ୍ତି ଯାହା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଆସନ୍ତା ୩ ମାସ ମଧ୍ୟରେ ଏମାନଙ୍କ ମଧ୍ୟରୁ ପୁଣି ଜଣେ ଶିକ୍ଷକ ଅବସର ନେବେ ବୋଲି ଜଣାପଡିଛି। ସେଇଥି ପାଇଁ ଏ ଦିଗରେ ଦୃଷ୍ଟି ଦେଇ ଆଉ ଜଣେ ଶିକ୍ଷକ ଦେବା ପାଇଁ ଆଜି ଗ୍ରାମବାସୀ ଶିକ୍ଷା କର୍ଯ୍ୟଳୟ କୁ ଆସି ଦାବି ପତ୍ର ପ୍ରଦାନ କରିଥିଲେ । ଗୋଟିଏ ମାସ ମଧ୍ୟରେ ଜଣେ ଶିକ୍ଷକ ନିଯୁକ୍ତି ଦେବା ସହ ପାଠ ପଢା ରେ କୌଣସି ଅସୁବିଧା ହେବ ନାହିଁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପୁରୋହିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଖୁସି ହୋଇ ଫେରିଥିଲେ ।ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀ ଙ୍କ ସହ ବହୁ ସଂଖ୍ୟକ ଅଭିଭାବକ ,ଅଭିଭାବିକା ଉପସ୍ଥିତ ଥିଲେ
।