-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ    (25-Jul-2026)       ||      ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   (25-Jul-2026)       ||      ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    (25-Jul-2026)       ||      କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ    (25-Jul-2026)       ||      ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   (25-Jul-2026)       ||      ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା    (25-Jul-2026)       ||      ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ    (25-Jul-2026)       ||      ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   (25-Jul-2026)       ||      ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||     

HOME   ଜିଲ୍ଲା

ଧର୍ମେନ୍ଦ୍ରଙ୍କ ଷ୍ଟଣ୍ଟସୋ, ଉଦଘାଟନୀସଭାରେ ମିଶ୍ରପରିବାରକୁ ପ୍ରଶଂସା ଜିଲ୍ଲାରେ ନୂଆ ରାଜନୈତିକ ସମୀକରଣର ସମ୍ଭାବନା

21-Apr-2025



ବଲାଙ୍ଗୀର(ପ୍ରେରଣା ଖବର): ଶନିବାର ଦିନ ବଲାଙ୍ଗୀର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରକଲ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମଧ୍ୟରେ କଂଗ୍ରେସନେତା ନରସିଂହ ମିଶ୍ରଙ୍କ ପୁତ୍ର ତଥା ରାଜ୍ୟକଂଗ୍ରେସର ପ୍ରବକ୍ତାଥିବା ସମରେନ୍ଦ୍ର ମିଶ୍ରଙ୍କ ମାଲିକାନାରେ ଥିବା ବରକାନୀସ୍ଥିତ “ଓଭୋ” ଅଣ୍ଡା ପ୍ରକ୍ରିୟାକରଣ କାରଖାନାର ମଧ୍ୟ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ରାଜ୍ୟରେ କଂଗ୍ରେସ-ଭାଜପା ନେତାଙ୍କ ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଉଭୟଦଳର ନେତାଙ୍କ ମିଳନ ଏକ ନୂଆ ସମୀକରଣର ବାର୍ତ୍ତା ଦେଉଛି । ଅବଶ୍ୟ କଂଗ୍ରେସନେତା ନରସିଂହ ମିଶ୍ର ଓ ଭାଜପାନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପୁରୁଣାସମ୍ପର୍କ ରହିଥିବା ଆଲୋଚନା ହୁଏ । ଧର୍ମେନ୍ଦ୍ର ର୍ପଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ସହ ବର୍ଷିୟାନ ନେତା ନରସିଂହ ମିଶ୍ରଙ୍କ ବ୍ୟକ୍ତିଗତ ଭଲ ସମ୍ପର୍କ ରହିଥିବା କାରଣରୁ ଏହି ସମ୍ପର୍କ ବଢିଛି ବୋଲି କୁହାଯାଏ । ଧର୍ମେନ୍ଦ୍ର ସେହି କାରଣରୁ ନରସିଂହ ମିଶ୍ରଙ୍କୁ ପିତୃତୁଲ୍ୟ ମନେକରି ସମ୍ମାନ ପ୍ରଦର୍ଶନ କରନ୍ତି ଓ ପୂର୍ବରୁ ପେଟ୍ରୋଲିୟମମନ୍ତ୍ରୀ ଥିବା ବେଳେ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ କେତେକ ବିକାଶ ପ୍ରକଲ୍ପରେ ସହଭାଗୀ ହୋଇଥିଲେ । ପୂର୍ବରୁ କିଛି ବିକାଶ ପ୍ରକଲ୍ପ ଦେଇଥିଲେ ଓ ଏବେ ନରସିଂହ ମିଶ୍ରଙ୍କ ପୁଅମାନଙ୍କ ଉଦ୍ୟମରେ ସହଯୋଗୀ ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ବଲାଙ୍ଗୀର ଭଳି ଆକାଂକ୍ଷୀ ଜିଲ୍ଲାରେ ଏତେବଡ ପ୍ରକଲ୍ପ କରିବାର ସାହସ ଦେଖାଇ ଓଡିଶାର ଯୁବ ଉଦ୍ୟୋଗୀଙ୍କ ପାଇଁ ମିଶ୍ରପରିବାର ଉଦାହରଣ ବୋଲି କହି ପ୍ରଶଂସା ମଧ୍ୟ କରିଥିଲେ । ଏପରିକି ମିଶ୍ର ପରିବାରର ବଲାଙ୍ଗୀର ମାଟିପ୍ରତି ମୋହ ଥିବା ଓ ଏକ ଅନୁନ୍ନତ ଅଞ୍ଚଳରେ କାରଖାନା ଖୋଲି ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ବୋଲି କହି ପ୍ରଶଂସା କରିଥିଲେ । ଏହି ଘଟଣାକୁ କିନ୍ତୁ ବିଭିନ୍ନ ରାଜନୈତିକଦଳମାନଙ୍କ ପକ୍ଷରୁ ଭିନ୍ନଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଏହି ଉଦଘାଟନୀ ଉତ୍ସବ ପୂର୍ବରୁ କଂଗ୍ରେସନେତା ନରସିଂହ ମିଶ୍ର ଓ ତାଙ୍କ ପୁଅପୁତୁରାଙ୍କ ସହିତ ଧର୍ମେନ୍ଦ୍ରଙ୍କ ରୁଦ୍ଧଦ୍ୱାର ବୈଠକ ନେଇ ମଧ୍ୟ ଆଲୋଚନା ଯୋର ଧରୁଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ,କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ,ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଉପସ୍ଥିତିରେ କଣ ସବୁ ଆଲୋଚନା ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ଜିଲ୍ଲା ରାଜନୀତିରେ କିଛି ପରିବର୍ତ୍ତନର ନିଶ୍ଚୟ ଆଭାସ ମିିଳିଛି । କଂଗ୍ରେସର ବରିଷ୍ଠନେତା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜା ଭାଜପା-କଂଗ୍ରେସ ନେତାଙ୍କ ଏହି ଉଦଘାଟନୀ ଓ ବୈଠକକୁ ନେଇ ପ୍ରଶ୍ନ କରିଛନ୍ତି । ଶିକ୍ଷାମନ୍ତ୍ରୀ କୌଣସି ଶିକ୍ଷାନୁଷ୍ଠାନର ଉଦଘାଟନ କରିଥିଲେ ପ୍ରଶ୍ନ ଉଠିନଥାନ୍ତା । କଂଗ୍ରେସନେତାଙ୍କ ଏକ ଅଣ୍ଡା ପ୍ରକ୍ରିୟାକରଣ କାରଖାନାକୁ ଆସି ଉଦଘାଟନ କରିବା ଘଟଣା ନିଶ୍ଚୟ ସନ୍ଦେହ ସୃଷ୍ଟି କରିବ ଓ କଂଗ୍ରେସଲୋକଙ୍କ ମନୋବଳ ଉପରେ ଏହାର ପ୍ରଭାବ ପଡିବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି । କଂଗ୍ରେସଦଳରୁ ୨୦୧୯ରେ ସାଂସଦ,୨୦୨୪ରେ ବଲାଙ୍ଗୀର ବିଧାୟକ ପ୍ରାର୍ଥି ହୋଇଥିବା ତଥା ରାଜ୍ୟକଂଗ୍ରେସର ପ୍ରବକ୍ତା ଥିବା ସମରେନ୍ଦ୍ରଙ୍କ ମାଲିକାନାର ଅଣ୍ଡା ପ୍ରକ୍ରିୟାକରଣ କାରଖାନାକୁ ଶିକ୍ଷାମନ୍ତ୍ରୀ ଉଦଘାଟନ କରିବା ଘଟଣାରେ ନିଶ୍ଚୟ କିଛି ରହସ୍ୟ ରହିଛି ବୋଲି କହି ଶ୍ରୀ ସାଲୁଜା ସନ୍ଦେହ ପ୍ରକଟ କରିଛନ୍ତି । ଠିକ ସେହିପରି ଗତ ସାଧାରଣ ନିର୍ବାଚନପୂର୍ବରୁ କଂଗ୍ରେସ ଛାଡି ସମରେନ୍ଦ୍ର ମିଶ୍ର ଭାଜପା ଦଳରୁ ପ୍ରାର୍ଥି ହେବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ପ୍ରାୟ ୬ ଦିନ ପର୍ଯ୍ୟନ୍ତ ସମରେନ୍ଦ୍ର ଦିଲ୍ଲୀରେ ଡେରା ପକାଇ ଶେଷରେ ନିରାଶ ହୋଇ ଫେରିବାକୁ ପଡିଥିଲା ବୋଲି ଚର୍ଚ୍ଚା ଯୋର ଧରିଥିଲା । ଅବଶ୍ୟ ସେ ସମୟରେ ସମରେନ୍ଦ୍ର ସେହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଭାଜପା ଭଳି ଏକ ସମ୍ପ୍ରଦାୟିକ ଦଳକୁ ସେ ଯାଇପାରିବେ ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ । ଏହା ପୂର୍ବରୁ ୨୦୨୩ ମସିହାରେ ନରସିଂହଙ୍କ ବଡପୁଅ ଏଡଭୋକେଟ ଅମରେନ୍ଦ୍ର ମିଶ୍ର ମଧ୍ୟ ବିଜେଡିଦଳକୁ ଯିବେ ବୋଲି ଚର୍ଚ୍ଚା ହୋଇଥିଲା । ବିଜେଡିଦଳର ବବି ଦାସଙ୍କ ସହ ଅମରେନ୍ଦ୍ରଙ୍କ ଭଲ ସମ୍ପର୍କ ରହିଥିବା ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କଂଗ୍ରେସଦଳର ବିଧାୟକ ଦଳର ନେତା ହୋଇ ବିଜେଡି ସହିତ ଭିତିରିଆ ବୁଝାମଣା କରିଥିବା ଅଭିଯୋଗ କରି ଖୋଦ କଂଗ୍ରେସଦଳର ଜଣେ ବିଧାୟକ କୃଷ୍ଣ ସଗରିଆ ଦଳଛାଡି ଚାଲିଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଓ ୨୦୧୯ ମସିହାରେ ମଧ୍ୟ ଅନେକ ପୁରୁଣାନେତା ନରସିଂହଙ୍କ କାର୍ଯ୍ୟକଳାପକୁ ବିରୋଧ କରି କଂଗ୍ରେସଦଳ ଛାଡି ଚାଲିଯାଇଥିଲେ । ତେଣୁ ନରସିଂହ ପରିବାର କେତେବେଳେ କାହା ସହିତ ଟାୟଅଫ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଗତ କିଛିମାସ ତଳେ ନରସିଂହଙ୍କ ପୁତୁରା ଠିକାଦାର ରାହୁଲ ମିଶ୍ରଙ୍କ ଫାର୍ମଉପରେ ଆୟକର ଚଢାଉ ହୋଇଥିଲା । ସେଥିପାଇଁ କୁଆଡେ ବିଜେପିଦଳ ସହିତ ବୁଝାମଣା କରି ସେହି ମାମଲାକୁ ରଫାଦଫା କରୁଥିବା ମଧ୍ୟ ଆଲୋଚନା ହେଉଛି । ତେବେ ସବୁଠୁ ଆଲୋଚନାର ବିଷୟ ହୋଇଛି ଓଭୋ ଏକ କୃଷି ଉଦ୍ୟୋଗ ହୋଇଥିଲେ ହେଁ ଜିଲ୍ଲାର କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଥିବା ସତ୍ୱେ ତାଙ୍କୁ ଉଦଘାଟନୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା କୁହାଯାଉଛି । ସେଥିପାଇଁ ଏହି କାର୍ଯ୍ୟକ୍ରମକୁ କନକବର୍ଦ୍ଧନଙ୍କ ସମର୍ଥକମାନେ ଆସିନଥିବା ମଧ୍ୟ ଦେଖାଯାଇଥିଲା । ତେଣୁ ଘଟଣାଟି ଆହୁରି ସନ୍ଦେହ ଓ ଆଲୋଚନା ଘେରକୁ ଯାଉଛି ।  ତେବେ ଯାହା ମଧ୍ୟ ଚର୍ଚ୍ଚା ହେଉ ଓଭୋ ଅଣ୍ଡାବ୍ରାଣ୍ଡ ଆଜି ବଲାଙ୍ଗୀରକୁ ଦେଶ ବିଦେଶରେ ପରିଚିତ କରାଇଛି ଓ ଏଭଲି ଏକ କାରଖାନାର ଉଦଘାଟନରେ ଜଣେ କେନ୍ଦ୍ରମନ୍ତ୍ରୀ ଯୋଗଦେବା କିଛି ନୂଆ ଘଟଣା ନୁହେଁ ବୋଲି ନରସିଂହଙ୍କ ସମର୍ଥକମାନେ କହୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ   25-Jul-2026
  ରାଜ୍ୟ  
ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା   25-Jul-2026
  ଦେଶ ବିଦେଶ  
ଖବର ଆଜିର ତାରିଖ ୨୫/୦୭/୨୬, ଶନିବାର    25-Jul-2026
  ଜିଲ୍ଲା  
କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବକୁ କାନ୍ଧରେ ବୋହିବା ଘଟଣା: ଭାଇରାଲ ଭିଡିଓକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ସରକାର ଙ୍କୁ ବଦନାମ ଚକ୍ରାନ୍ତ   25-Jul-2026
  ଜିଲ୍ଲା  
ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ   25-Jul-2026
  ରାଜ୍ୟ  
ବଲାଙ୍ଗୀର ଦିବ୍ୟଜୀବନ ସଂଘ ରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା   25-Jul-2026
  ଜିଲ୍ଲା  
ନିଟ୍ ୟୁଜି ପେପର୍ ଲିକ୍ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦକାରୀଙ୍କ1ଙ୍କ ଉପରେ ପୁଲିସର ବର୍ବରତାକୁ ନିନ୍ଦା କରି ସମ୍ବଲପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ   25-Jul-2026
  ଜିଲ୍ଲା  
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ବିଜୁ ଜନତା ଦଳ ନେତାଙ୍କ ପ୍ରତିବାଦ ସମ୍ବଲପୁର ଜିଲ୍ଲା..   25-Jul-2026
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026

You Might Also Like