-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
25-Jul-2026
ବରଗଡ(ତୁଳସୀ ଚରଣ ଦାଶ): ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ମାନଙ୍କୁ ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ସକାଳେ ଉତ୍କୃଷ୍ଟ ପୁଷ୍ଟିକର ଭୋଜନ ଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିଲେ ।
ଲାୟନ୍ସ କ୍ଳବ୍ ସଭାପତି ଶ୍ରୀ ଅଭୟ କୁମାର ଭୋଇ ଓ ଅନ୍ୟାନ୍ୟ ସଦସ୍ୟ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ପରି କାର୍ଯ୍ୟ ପାଇଁ ସମସ୍ତ ଅନ୍ତେବାସୀ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ଆଶ୍ରମ ର ପରିଚାଳିକା ଶ୍ରୀମତୀ ଉଷା ପୁରୀ ସହଯୋଗ କରିଥିବା ବେଳେ ତତ୍ବାବଧାରକ ଶ୍ରୀ ଜଳନ୍ଧର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------