-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-Apr-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ଗତ ଦୁଇଦିନ ଧରି କାଳବୈଶାଖୀ ର ତାଣ୍ଡବଲୀଳା ଚାଲିଛି। ଏହି କାଳବୈଶାଖୀ ର କାଳ ଗ୍ରାସିଛି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ । ଅନେକ ପଶୁପକ୍ଷୀ ଜୀବନ ଚାଲିଯାଇଥିବା ବେଳକୁ ନଷ୍ଟ ହୋଇ ଯାଇଛି ଅନେକ ମୂଲ୍ୟବାନ ବୃକ୍ଷ ଲତା। ପରଦିନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର କେନ୍ଦୁମୁଣ୍ଡି ପଞ୍ଚାୟତ ବିନ୍ଧନପଦର ଗାଁ ରେ ୪ ଆହତ ଜଣେ ମୃତ ହୋଇଥିବା ବେଳେ ଅଞ୍ଚଳର ଲୋକ ଙ୍କ ମନରେ ଦୁଃଖ ଭରିଯାଇଛି ତଥାପି କାଳ ସାଜିଛି କାଳବୈଶାଖୀ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସରମୁହାଣ ଗାଁ ର ଜଗନ୍ନାଥ ଧରୁଆ ଙ୍କ ପୁଅ ଗଙ୍ଗାଧର ଧରୁଆ (୩୩) ବାଗଦୋର ଗାଁ ରେ ଚାଷ ଜମିରେ ଏକ ତେଲଗୁ ମାଲିକ ଙ୍କ ଗାଡ଼ି ରେ କାମ କରୁଥିବାବେଳେ ବ୍ରଜଘାତା ଆସିଥିଲା ଏବଂ ସେହି ବ୍ରଜଘାତରେ ଗଙ୍ଗାଧର ଙ୍କ ପ୍ରାଣବାୟୁ ଉଡିଯାଇଛି। ଏହି ଖବର ପାଇ ଅଞ୍ଚଳର ଲୋକ ଦେଖିବାକୁ ଆସିଥିବା ବେଳେ ପୋଲିସ କୁ ଖବର ଦିଆଯାଇଛି।ସେ ଜଣେ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ତାଙ୍କ ପରିବାରବର୍ଗକୁ ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀଙ୍କ ଦାବି ହେଉଛି। ଖବର ଲେଖା ପର୍ଯ୍ୟନ୍ତ ଥାନା ରେ କୌଣସି ମାମଲା ରୁଜୁ ହୋଇନାହିଁ କି ଡାକ୍ତରୀ ମାଇନା କରାଯାଇନାହିଁ।