-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

କାଳବୈଶାଖୀ ପ୍ରଭାବରେ ଅଞ୍ଚଳ ଛାରଖାର, ଉପଜିଲ୍ଲାପାଳଙ୍କୁ ଭେଟିଲେ କ୍ଷ୍ୟତିଗ୍ରସ୍ତ ଅଞ୍ଚଳ ବାସୀ |

20-Apr-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ବ୍ଲକର କେତେକ ଅଞ୍ଚଳରେ ଗତ ୧୮ ତାରିଖ ସନ୍ଧ୍ୟାରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା ସେଥିରେ ଉଜୁଡି ଯାଇଛି ଅନେକ ଲୋକ ଙ୍କ ଘର। ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକର ଯୋଗିମୁଣ୍ଡା, ବାଲିପଟା, ସାଲେପାଲି, କେନ୍ଦୁମୁଣ୍ଡି, ବଥର୍ଲା, ମୁଣ୍ଡୋମହୁଲ, ଗଙ୍ଗାସାଗର ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମରେ ଘର ଦ୍ୱାର, ଆଜବେଜଷ୍ଟସ, ଖପର, ଆସବାସ ପତ୍ର ଭାଙ୍ଗି ଉଡ଼େଇ ଛିନ୍ନବିଛିନ୍ନ କରିଦେଇଛି | ପବନର ବେଗ ଏତେ ପରିମାଣ ହୋଇଥିଲା ଯେ ବଡ଼ ବଡ଼ ଗଛ ସବୁ ଧରାସାୟୀ କରିଦେଇଛି, ଶହ ଶହ ବିଦ୍ୟୁତ ଖୁଣ୍ଟ  ଭାଙ୍ଗି ଦେଇଛି | ଗଛ ପଡ଼ିବା ଦ୍ୱାରା ରାସ୍ତା ଘାଟ ଯାତାୟାତ ସମ୍ପୂର୍ଣ ବିଛିନ୍ନ ହୋଇ ଯାଇଛି, ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ ହୋଇ ଗାଁ ମାନେ ଅନ୍ଧାର ହୋଇ ଯାଇଛି | ଗାଁର ଆମ୍ବ ବଗିଚାରେ ଶହ ଶହ ସଂଖ୍ୟାରେ ଆମ୍ବ ଗଛ ଭାଙ୍ଗି ଦେଇଛି, କଦଳୀ ଗଛ ଭାଙ୍ଗି ଦେଇଛି, ମହୁଲ, ଚାର ଭଳି ଅର୍ଥକାରି ଗଛ ଭାଙ୍ଗି ଦେଇଛି | ଏହାରି ପ୍ରଭାବରେ କେନ୍ଦୁମୁଣ୍ଡିର ଜଣେ ଶ୍ରମିକର କାନ୍ଥ ଚେପେଇ ମୃତ୍ୟୁ ଘଟିଛି | ସାଲେପାଲି ପଞ୍ଚାୟତ ର ଚକମାଲ ଗାଁରେ ଏହାର ପ୍ରଭାବ ଅଧିକ ରହିଛି, ଦଶ ଗୋଟି ପରିବାରକୁ ବେଘର କରି ଦେଇଛି ସେମାନେ ବର୍ତମାନ ଗାଁର କ୍ଳବ ଘରେ ଆଶ୍ରୟ ନେଇଛନ୍ତି | ଅନେକ ଲୋକଙ୍କର ଘର ଦ୍ୱାର, ଆସବାବ ପତ୍ର ଭାଙ୍ଗି ଦେଇ ଦେଇଛି | ଗତକାଲି ଯୁବ ସମାଜ ସେବୀ ଗିରିରାଜ ଭୋଇ ଅଞ୍ଚଳର ଅନେକ ଗାଁ  କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଓ ଏହି ବିଷୟରେ ସ୍ଥାନୀୟ ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓଙ୍କୁ ଅବଗତ କରିଛନ୍ତି | କେବଳ ବଥର୍ଲା ରାଜସ୍ବ ନିରୀକ୍ଷକ ଚକାମାଲ ଗାଁକୁ ଯାଇ ଘର ଘର ବୁଲି କ୍ଷୟକ୍ଷ୍ୟତି ଆକଳନ କରିଛନ୍ତି |  ଦୁଃଖର ବିଷୟ କାଳ ବୈଶାଖୀର 48 ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କ୍ଷ୍ୟତିଗ୍ରସ୍ତ ଅଞ୍ଚଳକୁ କୌଣସି ପ୍ରଶାସନିକ ଅଧିକାରୀ ତଦନ୍ତ କରି ଯାଇ ନାହାନ୍ତି | ଆଜି ରବିବାର ଛୁଟି ଦିନ ଥିଲେ ସୁଦ୍ଧା ଗିରିରାଜ ଭୋଇଙ୍କ ନେତୃତ୍ୱରେ କ୍ଷ୍ୟତିଗ୍ରସ୍ତ ଲୋକଙ୍କୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ବାସ ଭବନରେ କାଳ ବୈଶାଖୀ ବିଷୟରେ ଅବଗତ କରିଥିଲେ ଓ ଉପଯୁକ୍ତ ତଦନ୍ତ କରି ଉଚିତ କ୍ଷତି ପୂରଣ ଦେବାକୁ ଦାବୀ କରିଥିଲେ |ଉପ ଜିଲ୍ଲାପାଳ ତହସିଲଦାର, ବିଡ଼ିଓ ଙ୍କୁ ଫୋନ ମାଧ୍ୟମରେ ନିର୍ଦ୍ଧେଶ ଦେଲେ ରାଜସ୍ବ ନିରୀକ୍ଷକ ମାନେ କ୍ଷ୍ୟତିଗ୍ରସ୍ତ ଗାଁ ଗାଁ ବୁଲି କ୍ଷୟକ୍ଷତି ଆକଳନ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କହିଥିଲେ | ଅତି ପ୍ରଭାବିତ 10ପରିବାରକୁ ରନ୍ଧା ଖାଦ୍ୟ ଦେଇ ଅସ୍ଥାୟୀ ଥଇଥାନ କେନ୍ଦ୍ରରେ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ | ଏଠାରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ ପୂର୍ବାଞ୍ଚଳରେ ଏଭଳି ଘଟଣା ଘଟିଲେ ତୁରନ୍ତ ପ୍ରଶାସନ ରିଲିଫ ସାମଗ୍ରୀ ନେଇ ସରକାରୀ ସହାୟତା ପ୍ରଦାନ କରିଥାଏ କିନ୍ତୁ ପଶ୍ଚିମ ଓଡ଼ିଶାରେ ଏଭଳି ଯେତେ ଘଟଣା ଘଟିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜେ, ଏଠାକାର ଜନସାଧାରଣଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖେ | ଦେଖାଯାଉ କ୍ଷ୍ୟତିଗ୍ରସ୍ତ ଅଞ୍ଚଳକୁ ପାଟଣାଗଡ଼ ପ୍ରଶାସନ କେବେ ଦେଖି ଯାଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like