-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଥୁଆମୁଲ ରାମପୁର ଖଣି ଅଞ୍ଚଳରେ ବିକାଶ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ; ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଉପଲବ୍ଧ

13-Apr-2025



ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ ହାତପାହାନ୍ତାରେ ଗ୍ରାମବାସୀଙ୍କୁ ମିଳୁଛି ଚିକିତ୍ସାସେବା 

କଳାହାଣ୍ଡି(ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଉତ୍କଳ ଆଲୁମିନା । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମନ୍ତକୁ ଲାଗିରହିଥିବା ଉତ୍କଳ ଆଲୁମିନା କାରଖାନା ଏହାର ଆଖପାଖ ଅଂଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ତଥା କମ୍ପାନୀର ବାଫଲାମାଳି ଖଣି ସଂଲଗ୍ନ ତିନିଗୋଟି ଗ୍ରାମପଂଚାୟତ ଯଥା ଅଡ଼ରି, ଗୋପୀନାଥପୁର ଓ ମାଲିଗାଁ ପଂଚାୟତରେ ସ୍ୱାସ୍ଥ୍ୟ ସେବା ସୁଧରୂଢ଼ ନିମନ୍ତେ କମ୍ପାନୀ ଦୀର୍ଘ ବର୍ଷରୁ ପ୍ରୟାସ ଜାରି ରଖିଅଛି । ସମ୍ପ୍ରତି ମୋବାଇଲ ସ୍ୱାସ୍ଥ୍ୟ ସେବା, ୩୪ଗାଁରେ ଆମ୍ବୁଲାନ୍ସ ସେବା ଏବଂ ନିରୋଗଶାଳା ମାଧ୍ୟମରେ ଉକ୍ତ ତିନୋଟୋ ଗ୍ରାମପଞ୍ଚାୟତରେ ଦିବାରାତ୍ର ସ୍ୱାସ୍ଥ୍ୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯାଉଅଛି । କମ୍ପାନୀ ସିଏସଆର ବିଭାଗ ତରଫରୁ ପ୍ରଚଳିତ ମୋବାଇଲ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ବାର୍ଷିକ ୨୪,୦୦୦ ରୁ ଉର୍ଧ୍ଵ ଗ୍ରାମବାସୀଙ୍କୁ ହାତପାହାନ୍ତାରେ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଅଛି । ଏହି ସୁବିଧା ଅଂଚଳର ଉପାନ୍ତ ଗ୍ରାମବାସୀଙ୍କ ସକାଶେ ଆରମ୍ଭ ହୋଇଥିବାବେଳେ ଜଣେ ଡାକ୍ତର ସମେତ ସ୍ୱାସ୍ଥ୍ୟକର୍ମୀ ଓ ସମାଜ ସୁରକ୍ଷା ଅଧିକାରୀ ପ୍ରମୁଖ ଏହି ମୋବାଇଲ ସ୍ୱାସ୍ଥ୍ୟ ସେବା ୟୁନିଟରେ ରୋଗୀସେବା ପାଇଁ ନିୟୋଜିତ ଅଛନ୍ତି । ସେହିପରି ସ୍ଥାନୀୟ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ନିରୋଗଶାଳା ପ୍ରତିଷ୍ଠା କରାଯାଇ ଥିବାବେଳେ ମାସିକ ୯୦୦ ରୁ ଉର୍ଧ ରୋଗୀ ଏଠାରେ ମାଗଣାରେ ଚିକିତ୍ସିତ ହେଉଛନ୍ତି । ଏହି ନିରୋଗଶାଳାରେ ରୋଗୀଙ୍କ ରୋଗ ନିରୂପଣ ପାଇଁ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଅଛି । ସେହିଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ରୋଗୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଯଥା ଗୋଷ୍ଠୀ ଚିକିତ୍ସାଳୟ କିମ୍ବା ଜିଲ୍ଳାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ନିମନ୍ତେ କମ୍ପାନୀ ସିଏସଆର ବିଭାଗ ତରଫରୁ ୨୪ଘଣ୍ଟିଆ ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇଅଛି । ଯାହା ମାସିକ ୨୫ଜଣରୁ ଉର୍ଧ୍ଵ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା କେନ୍ଦ୍ରରେ ଆଣି ଭର୍ତି କରି ଉତ୍ତମ ଚିକତ୍ସା ସେବା ପ୍ରଦାନ କରାଯାଇଅଛି । ତେବେ ଉକ୍ତ ତିନିଗୋଟି ଗ୍ରାମପଞ୍ଚାୟତରେ ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇଁ ଅଂଚଳରେ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନୀ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଅଛି । ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଭିଟାମିନ ହ୍ରାସ ସମ୍ପର୍କିତ ରୋଗ ସଂକ୍ରାନ୍ତରେ ସିଏସଆର ବିଭାଗ ତରଫରୁ ଅବିରତ ପଦକ୍ଷେପ ଗ୍ରହଣ କରାଯାଇଅଛି । ଅନ୍ୟପଟେ ଗୋପୀନାଥପୁର ସ୍ତିତ ନିରୋଗଶାଳାରେ ଧାର୍ଯ୍ୟ ଦିନ ବିଶେଷଜ୍ଞ ଡାକ୍ତର ପରିଦର୍ଶନରେ ଆସି ସ୍ଥାନୀୟ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଅଛନ୍ତି । ଯଥା ଅସ୍ଥିସଲ୍ୟ, ଆଖି, ଶିଶୁ ରୋଗ, ଔଷଧ ଓ ଚର୍ମ ବିଭାଗ ବିଶେଷଜ୍ଞ ଡାକ୍ତର ବିଭିନ୍ନ ସମୟରେ ନିରୋଗଶାଳାକୁ ପରିଦର୍ଶନରେ ଯାଇ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଅଛନ୍ତି । ଅନ୍ୟପକ୍ଷେ ଉତ୍କଳ ଆଲୁମିନା କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇବାକୁ ଯାଇ ୩୪ରୁ ଉର୍ଧ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ଜୀବନ ରକ୍ଷାକାରି ଉପକରଣ ପ୍ରଦାନ କରାଯାଇଅଛି । ଅନୁରୂପ ଏହି ତିନୋଟି ପଂଚାୟତରେ ଲୋକଙ୍କ ଆଖି ପରୀକ୍ଷା ଶିବିର ଅନୁଷ୍ଠି କରାଯାଇ କମ ଦୃଷ୍ଟି ଥିବା ବରିଷ୍ଠ ନାଗରିକଙ୍କୁ ଚଷମା ପ୍ରଦାନ ସହ ଅନ୍ୟାନ୍ୟ ଦୃଷ୍ଟି ସହାୟକ ଉପକରଣ ମଧ୍ୟ ପ୍ରଦାନ କରାଯାଇଅଛି । ଉତ୍କଳ ଆଲୁମିନା ଖଣି ପାର୍ଶ୍ୱସ୍ଥ ଅଂଚଳରେ ସମ୍ପ୍ରତି ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରହିଥିବାରୁ ସ୍ଥାନୀୟ ଲୋକେ କମ୍ପାନୀର ସିଏସଆର ବିଭାଗର କାର୍ଯ୍ୟକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like