-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
କେସିଙ୍ଗା(ପ୍ରେରଣା ଖବର): କଳାହାଣ୍ଡି ଜିଲାର ଏକ ମାତ୍ର ଅଗ୍ରଣୀ ଅନୁଷ୍ଠାନ ଓଡିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର ସାଧାରଣ ବୈଠକ ଜିଲା ସଭାପତି ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ସିନେ ପ୍ଲେକ୍ସ ର ସଭା ଗୃହ ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଉକ୍ତ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଂଘର ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଲୋଚନା କରାଯାଇଥିଲା। ଖବରଦାତାଙ୍କୁ ମାସିକ ଭତ୍ତା, ସ୍ୱାସ୍ଥ୍ୟ କାର୍ଡ, ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା, ଆଗାମୀ ଦିନରେ ଜିଲ୍ଲାରେ ଏହି ସଙ୍ଘ ଏକ ନମ୍ବର କେମିତି ହେବ ସେଥିପାଇଁ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।କିଛିଦିନ ମଧ୍ୟରେ ସଂଘର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଆଲୋଚନା କରାଯାଇ ଥିଲା।ଏହି ସାଧାରଣ ସଭାରେ ଜିଲା ସାଧାରଣ ସମ୍ପାଦକ ତୁମେଶ୍ଵର ସାହୁ ଗତ ସଭା ଗୁଡିକର ବିବରଣୀ ପଠନ କରିଥିଲେ। ନୂତନ ସଭ୍ୟଙ୍କୁ ସାମିଲ କରାଯାଇ ଥିଲା। ଏହି ସାଧାରଣ ସଭାରେ ଉପସଭାପତି ମଧୁ ସିନ୍ଦୁର, ସନ୍ତୋଷ ପ୍ରଧାନ,କୋଷାଧ୍ୟକ୍ଷ ଅଭିରାମ ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବରଦା ପ୍ରସନ୍ନ ନାୟକ,ବିମଲ ଚନ୍ଦ୍ର ସତପଥୀ, କିଶନ ଶର୍ମା,ବିବେକ କୁମାର ଜୈନ, ଭିକାରୀ ଗୌଡ଼,ସୁଧୀର କୁମାର ଗୋପାଳ,ଲଷ୍ମୀକାନ୍ତ ଧ ଙ୍ଗଡା ମାଝୀଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।ପରିଶେଷରେ ମଧୁ ସିନ୍ଦୁର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା