-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶାର ଭାଷା,ସାହିତ୍ୟ ଓ ପରମ୍ପରା ସମୃଦ୍ଧି ଆମ ସମସ୍ତଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ।ତେଣୁ ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ବିନିକା ଠାରେ ଓଡିଶା ପକ୍ଷ ପାଳନ କରାଯାଇଛି ।ଏହି ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା I ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୁଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ,ବ୍ଲକ ଉନ୍ନୟନ ଅଧିକାରୀ ମଣ୍ଟୁ ଖମାରି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ସେହିପରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ବାଙ୍କା ବିହାରୀ ମହଲା,ବଲ୍ଲଭ ନାଗ ଙ୍କ ସହିତ ବିଭିନ୍ନ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ରାଉଳ, ମୁରଲୀଧର ସାହୁ,ରମେଶ ନନ୍ଦ,ଦେବରାଜ ବେହେରା,ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ I