-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେବିଡି ୨୦୨୪/୨୫ର ଶିକ୍ଷାବର୍ଷ ପାଇଁ "ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା" ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଡମ୍ବରୁଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ
ମୁଖ୍ୟ ଅତିଥି ଭାବରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସେଠ୍, ମୁଖ୍ୟ ବକ୍ତା ଭାବରେ ଖରସେଲ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଖମାରି , ସମ୍ମାନିତ ଅତିଥିଭାବେ ଖରସେଲ ପଂଚାୟତ ସମିତି ସଭ୍ୟା ଶ୍ରୀମତୀ ନିରୁପମା ମଙ୍ଗରାଜ, ରେବିଡି ୱାର୍ଡ ସଭ୍ୟା ଶ୍ରୀମତୀ ଅଞ୍ଜନା ଚିନ୍ଦା, ସି ଆର ସି ସି ପତିଆଳପଡା ଶ୍ରୀଯୁକ୍ତ ଦେବାନନ୍ଦ ବାଗ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୀରାଲାଲ ନିଆଲ, ସିନାପାଲି ବ୍ଲକ ସାମ୍ବାଦିକ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ତାମଣି ନେତାମ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମକର ଧ୍ୱଜ ପୁଞ୍ଜି ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ଶିକ୍ଷକ ଶ୍ରୀଯୁକ୍ତ ନବୀନ କୁମାର ହରିଜନ ସମସ୍ତଙ୍କୁ ସ୍ୱାଗତ କରିବାସହ ପରିଚୟ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀଗଣ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ ଓପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ l ପରେ ଅତିଥିଗଣ ଦ୍ୱାରା ଦେବ ପୂଜନ ହେଲାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଅତିଥିଗଣ ଉଭୟ "ବାର୍ଷିକ ଉତ୍ସବ ଓ ମୋ ସଂସ୍କୃତି ମୋ ଖେଳଣା"ଉତ୍ସବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସହପାଠ୍ୟ ତଥା ଅନ୍ତର୍ନିହିତ କଳା ସାହିତ୍ୟ ପରିପ୍ରକାଶ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ମୂଲ୍ୟାଙ୍କନରେ ସହାୟକ ହେବା ସହିତ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବ ବୋଲି ମତ ପ୍ରକାଶ କରିଥିଲେ l ଉତ୍ସବରେ ବିଦ୍ୟାଳୟର ଅଭିଭାବକ /ଅଭିଭାବିକା ଉପସ୍ଥିତ ରହି ସଂସ୍କୃତି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ l
ରେବିଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଡମ୍ବରୁ ଧର ମାଝୀ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶ୍ରୀଯୁକ୍ତ ନବୀନ କୁମାର ହରିଜନ ମଞ୍ଚ ପରିଚାଳନା କରିଥିଲେ, l ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ l ପରେ ପୁରସ୍କାର ବିତରଣ ଉତ୍ସବରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ସହ ଶିକ୍ଷକ ଶ୍ରୀଯୁକ୍ତ ହର ହେର୍ଣ୍ଣା ଧନ୍ୟବାଦ୍ ଅର୍ପଣ କରିଥିଲେ l ସହ ଶିକ୍ଷକ ଶ୍ରୀମାନ ମୀନକେତନ ହଂସ,
ସ୍କୁଲ ପରିଚାଳନା କମିଟିର ପ୍ରମୁଖ ସଦସ୍ୟ ଘାସିରାମ ଜଗତ, ଦେବେନ୍ଦ୍ର ପୁଞ୍ଜି, ସୁରେଶ ହଂସ, ଲୋକନାଥ ହଂସ, ବାସୁ ଦେବ ହଂସ, ବଳମତ ତାଣ୍ଡି, ସହଯୋଗ କରିଥିଲେ l