-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ବ୍ଲାଷ୍ଟିଂ,ଗ୍ରାମବାସୀ ଅତିଷ୍ଠ: ପ୍ରାଶାସନ ଓ ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଲେ କଣ୍ଟାବାଞ୍ଜି ବିଧାୟକ

04-Apr-2025



ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡରେ ମାଳମାଳ ବେଆଇନ ପଥରକ୍ୱାରୀ । ପଥରମାଫିଆଙ୍କ କବଜାରେ ପୋଲିସ ଓ ପ୍ରଶାସନ ରହିଥିବାରୁ ଲୋକଙ୍କ ଅଭିଯୋଗ ଶୁଣାଯାଉନି । ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ହେଉଛି । ଗ୍ରାମକୁ ଲାଗିରହିଥିବା ପାହାଡରେ କମ୍ପ୍ରେସର ଓ ବାରୁଦ ଲଗାଯାଇ ପଥରବ୍ଲାଷ୍ଟିଂ କରାଯାଉଛି । ଫଳରେ ଗ୍ରାମର ଘରଗୁଡିକରେ ଫାଟସୃଷ୍ଟି ହେଉଛି । ଗ୍ରାମବାସୀ ଅଭିଯୋଗ କଲେ ପ୍ରଶାସନ କିମ୍ବା ପୋଲିସ ଶୁଣୁନି । ଏହି ଅଭିଯୋଗ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଶ୍ରୀ ବାଗ ଅଭିଯୋଗ କରିଛନ୍ତି ଯେ,ବର୍ଲାବାହାଲି ପଥରକ୍ୱାରୀରେ ବେଆଇନ ଭାବରେ ବ୍ଲାଷ୍ଟିଂ କରାଯାଉଛି । ଗ୍ରାମବାସୀ ଅଭିଯୋଗ କଲେ ଏହି କ୍ୱାରୀକୁ ଚଳାଉଥିବା ଖଡିଆଳର ଛୋଟୁ ଅଗ୍ରୱାଲ ଗୁଣ୍ଡା ଲଗାଇ ଲୋକଙ୍କୁ ମାଡମରାଉଛି । କଣ୍ଟାବାଞ୍ଜି ବିଧାୟକ ଏନେଇ ପ୍ରଶାସନକୁ ଜଣାଇଥିଲେ ହେଁ କେହି ଶୁଣୁନଥିବା ବିଧାନସଭାରେ କହି କାହାର ଛତ୍ରଛାୟା ତଳେ ଛୋଟୁ ଅଗ୍ରୱାଲ ଏଭଲି ବେଆଇନ କାର୍ଯ୍ୟାକଳାପ ଚଳାଇଛି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲାପାଳ,ଟିଟିଲାଗଡ ଉପଜିଲ୍ଲାପାଳ,ବଙ୍କୋମୁଣ୍ଡା ତହସିଲଦାର ଓ ପୋଲିସ ବିଭାଗର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି । ଖବରନେବାରୁ ଜଣାପଡିଛି ଯେ,ବର୍ଲାବାହାଲି ଗାଁର ଏହି ପଥରକ୍ୱାରୀର କିଛି ଅଂଶ ବଙ୍ଗୋମୁଣ୍ଡାର ସଚୀନ ଅଗ୍ରୱାଲ ନାମକ ଜଣେ ଠିକାଦାର ଲିଜରେ ନେଇଛନ୍ତି । ସେ କିନ୍ତୁ ଏହାକୁ ନିଜେ ନଚଳାଇ ଖଡିଆଳର ଛୋଟୁ ଅଗ୍ରୱାଲ ନାମକ ଜଣେ କ୍ରସରମାଲିକଙ୍କୁ ଚଳାଇବାକୁ ଦେଇଛନ୍ତି । ସରକାରୀ ନୀୟମ ମୁତାବକ ଲିଜଧାରୀ ଯାହା କିଛି କାଗଜପତ୍ର ଆବଶ୍ୟକ କରିଥାଏ ତାହା ଏହି କ୍ୱାରୀରେ ପୂରଣ କରାଯାଇ ନାହିଁ । କିନ୍ତୁ ପ୍ରଶାସନିକ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ନକରି ବେଆଇନ ଭାବରେ ଏହି କ୍ୱାରୀକୁ ଚଳାଇବାକୁ ଅନୁମତି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ପଥରକ୍ୱାରୀରେ ବ୍ଲାଷ୍ଟିଂ କରାଇବାର ଯାହା ନୀୟମ ରହିଛି ତାହାକୁ ମଧ୍ୟ ଏଠାରେ ସଂପୂର୍ଣ୍ଣ ଉଲଂଘନ କରାଯାଇଛି । ସେପଟେ ଏବିଷୟରେ ଖଣି ବିଭାଗର ଅଧିକାରୀମାନେ କିମ୍ବା ପୋଲିସ ତଥା ରାଜସ୍ୱବିଭାଗ ମୁହଁ ଖୋଲୁନାହାଁନ୍ତି । ମୋଟ ଉପରେ ଜିଲ୍ଲାରେ ବହୁଗୁଡିଏ ବେଆଇନ ଭାବରେ ଚାଲିଥିବା ଲଘୁଖଣିଜ ପଦାର୍ଥର ଚୋରାଚାଲାଣକୁ ପ୍ରଶାସନ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହେଉଛି l

 ଏବେ ସାରା ରାଜ୍ୟରେ ଲଘୁଖଣିଜ ପଦାର୍ଥରେ ହଜାର ହଜାର କୋଟିର ରାଜସ୍ୱହାନୀ ହୋଇଥିବା ଖୋଦ ସିଏଜି ରିପୋର୍ଟ ଦେଇଛି । ସେଥି ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଅନେକଗୁଡିଏ ପଥରକ୍ୱାରୀ ବାଲିଘାଟ ବେଆଇନ ଭାବରେ ଚାଲିଛି । ବାଲି ଓ ପଥର ଚୋରାଚାଲାଣ ନେଇ ବଲାଙ୍ଗୀର ସାଂସଦଙ୍କ ଦିଶା ମିଟିଂରେ ମଧ୍ୟ ଟିଟିଲାଗଡ ବିଧାୟକ ନବୀନ ଜୈନ ଅଭିଯୋଗ ଉଠାଇଥିଲେ । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ବଲାଙ୍ଗୀର ଖଣିଅଧିକାରୀ ବାଲିମାଫିଆଙ୍କ ସହ ହାତ ମିଳାଇ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବା ଅଭିଯୋଗ ଉଠାଇ ରାଜ୍ୟସରକାରଙ୍କ ଖଣି ଓ ଇସ୍ପାତମନ୍ତ୍ରୀଙ୍କୁ ଚିଠିଲେଖି ତଦନ୍ତ ଦାବି ମଧ୍ୟ କରିଥିଲେ । ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ବିଧାନସଭାରେ ପ୍ରଶାସନ ଓ ପୋଲିସର ଦୁର୍ନୀତିଖୋର ମନୋବୃତ୍ତିର ପର୍ଦ୍ଦାଫାସ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଫଳରେ ଜିଲ୍ଲାପ୍ରଶାସନର  ଅସଲ ଚେହେରା ପଦାରେ ପଡିଯାଇଛି । ରାଜ୍ୟସରକାର ଏକ ସ୍ୱତନ୍ତ୍ର ଯାଞ୍ଚଟିମ ପଠାଇ ଏହାର ତଦନ୍ତ କରାଇବାକୁ ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like