-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ବଡବାଉଁସେନ କ୍ଲଷ୍ଟରର ମହୁଲପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୪-୨୫ ଶିକ୍ଷା ବର୍ଷ ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ରାଜେନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ମୂଖ୍ୟ ଅତିଥି ରୂପେ ବଡବ୍ରାହ୍ମଣୀ ସମିତି ସଭ୍ୟ ମଙ୍ଗଳୁ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ହାସ୍ୟକବି କିଶୋର ସାହୁ,ଭରତ ନାଏକ ଏବଂ ରାମପ୍ରସାଦ ବାଗ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଡଗର କୁମ୍ଭାର ଯୋଗଦାନ କରିଥିଲେ।ସି ଆର ସି ସି ସୀତାରାମ ଦୀପ, ସୁଧାଂଶୁ ଶେଖର ଜାଲ, ତ୍ରିନାଥ ସେଠ ,ଡୋଳାମଣି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଧର୍ମରାଜ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବଡବାଉଁସେନ ସି ଆର ସି ସି ମଞ୍ଚ ପରିଚାଳନା କରିଥିଲେ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନ ପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା।ବ୍ୟଙ୍ଗକବି ମାନଙ୍କ ଦ୍ଵାରା ବ୍ୟଙ୍ଗ କବିତା ପାଠ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଭୈରବ ସାହୁ , ରାଜେନ୍ଦ୍ର ସାହୁ,କେଶବ ସାହୁ, ଆନନ୍ଦ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ପରିଶେଷରେ ସହକାରୀ ଶିକ୍ଷକ ଆକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।