-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସ କୁ ଏସୟୁସିଆଇ (କମ୍ୟୁନିଷ୍ଟ )ପକ୍ଷରୁ ଦୃଢ଼ ନିନ୍ଦା   (23-Jul-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ    (23-Jul-2026)       ||      ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   (23-Jul-2026)       ||      *କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   (23-Jul-2026)       ||      ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||      ଓଡ଼ିଆ କବିତାରେ ଜାତୀୟତାବାଦୀ ଚେତନା   (22-Jul-2026)       ||      ନଦୀକୁ ମାଛ ଧରିବାକୁ ଯାଇ ଯୁବକ ମୃତ    (22-Jul-2026)       ||      ମାଆ ରମାଦେବୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।   (22-Jul-2026)       ||      ଖବର ଆଜିର* ତାରିଖ: ୨୨/୦୭/୨୬, ବୁଧବାର    (22-Jul-2026)       ||      ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ   (22-Jul-2026)       ||     

HOME   ଜିଲ୍ଲା

ବୈଶାଖ ମେଳାକୁ ମିଳୁ କେନ୍ଦ୍ରୀୟ ଅନୁଦାନ: ସାଂସଦ ପ୍ରଦୀପ ପୁରୋହିତ

03-Apr-2025



ବରଗଡ,ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ । ପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାରେ ଦୁଇ ରାଜ୍ୟର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି । ଆୟୋଜନ କମିଟି ପକ୍ଷରୁ ପ୍ରତିବର୍ଷ ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ । ତେଣୁ କେନ୍ଦ୍ର ସରକାର ଏହି ମେଳା ପାଇଁ ପ୍ରତିବର୍ଷ କିଛି ଆର୍ଥିକ ସହାୟତା ଯୋଗାଇଲେ ମେଳା ଆହୁରି ସରସ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ । ଏହା ସହ ମେଳା ଆୟୋଜନ କିଭଳି ଆହୁରି ସୂଚାରୁରୂପେ ହୋଇପାରିବ ସେନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ଶ୍ରୀ ପୁରୋହିତ । ଚଳିତବର୍ଷ ମେ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହାସମାରୋହରେ ଆୟୋଜନ କରାଯାଉଛି । ଦୀର୍ଘ ୫ ଦିନ ଧରି ମହାଆଡ଼ମ୍ବରରେ ଏହି ମେଳା ଆଧ୍ୟାତ୍ମିକ ପରିବେଶରେ ଆୟୋଜନ କରାଯାଉଛି । ପ୍ରଭୁ ନୃସିଂହନାଥଙ୍କ ନିକଟରେ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୁଏ ବୋଲି ବହୁ କାଳରୁ ଲୋକଙ୍କ ବିଶ୍ୱାସ ରହିଛି । ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ହୋଇ ରହି ଆସିଛି ପ୍ରଭୁଙ୍କ ବୈଶାଖ ମେଳା । ସେଥିପାଇଁ ବୈଶାଖ ମେଳାରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ କେନ୍ଦ୍ର ସରକାର ଏଥିପାଇଁ କୌଣସି ଅନୁଦାନ ଦିଏ ନାହିଁ । ବରଗଡ଼ ସାଂସଦ ପ୍ରଥମ ଥର ସାଂସଦ ହେବା ପରେ ଏହି ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ନୃସିଂହନାଥ ପୌରାଣିକ ମନ୍ଦିର ଅବସ୍ଥାପିତ । ଏହା ତ୍ରୟୋଦେଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର । ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୂପେ ପାଉଛନ୍ତି । ପାଟଣାଗଡ଼ ରାଜା ବୈଜଳ ସିଂହ ଦେବ ୧୩୧୩ ରେ ଏହି ମନ୍ଦିର ନିର୍ମାଣ କରିଥିଲେ । ୪୫ ଫୁଟ ଉଚ୍ଚ ଓ ଏହାର ଦୁଇଟି ଭାଗ ରହିଛି । ପ୍ରଥମଟିରେ ନୃସିଂହନାଥ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସ କୁ ଏସୟୁସିଆଇ (କମ୍ୟୁନିଷ୍ଟ )ପକ୍ଷରୁ ଦୃଢ଼ ନିନ୍ଦା   23-Jul-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ   23-Jul-2026
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   23-Jul-2026
  ଜିଲ୍ଲା  
*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   23-Jul-2026
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026
  ଜିଲ୍ଲା  
ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    23-Jul-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   23-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   23-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   23-Jul-2026
  ଜିଲ୍ଲା  
ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   23-Jul-2026

You Might Also Like