-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-Mar-2025
ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟମାନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ତୃତୀୟ ଲିଙ୍ଗିସଂଯୋଜକ ଧନେଶ୍ଵର ତାଣ୍ଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । ତୃତୀୟ ଲିଙ୍ଗ ମାନଙ୍କୁ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ
ସାମିଲ କରାଯିବ, ଦୃଶ୍ୟମାନତା ଏବଂ ସଚେତନତା ନିମନ୍ତେ ସେମାନଙ୍କୁ କିଭଳି ସ୍ୱାବଲମ୍ବି କରାଯିବ, ସେମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ସମ୍ପର୍କରେ ଜଣାଇବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ମୁଖ୍ୟ ଅତିଥି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଅନେକ କିନ୍ନର ମାନେ ଆସି ଯୋଗଦେଇଥିଲେ। ଏହି ଦିବସ ପ୍ରତ୍ୟେକ ବର୍ଷ ମାର୍ଚ ୩୧ ତାରିଖ ତୃତୀୟ ଲିଙ୍ଗ ମାନଙ୍କ ସଂଘର୍ଷ ଏବଂ ସଫଳତା ଶ୍ରେୟ ଦେବାକୁ ପାଳନ ହୁଏ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସରକାରୀ ସ୍ତରରେ ସୁବିଧା ଏବଂ ସେବା ବାବଦରେ ଆଲୋଚନା କରିଥିଲେ । ସମାଜରେ ସଂସ୍କାର ଅଣାଯାଇ କିନ୍ନର
ସମ୍ପ୍ରଦାୟକୁ ସଶକ୍ତ କରାଯାଇ ସେମାନଙ୍କ ନାର୍ଯ୍ୟ ଅଧିକାର ଯୋଗାଇ ଦେବା ପାଇଁ ପ୍ରଶାସନ ତତ୍ପର ଥିବା କହିଥିଲେ।
ସେମାନଙ୍କୁ ସମାଜରେ ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହି କିନ୍ନର ମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ | ଶେଷରେ ତୃତୀୟଲିଙ୍ଗୀ ମାନେ ନିଜର ସଫଳତାର କାହାଣୀରେ ସମସ୍ତଙ୍କୁ ଶୁଣେଇଥିଲେ ।