-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Mar-2025
(ପ୍ରେରଣା ଖବର )
ବରଗଡ ଜିଲ୍ଲା ପଦ୍ମପୁର ଆର.ଏମ.ସୀ ଠାରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭର୍ଚୁଆଲ ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର ୫୦ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଏଡିଇଓ ବନମାଳୀ ରାଉତିଆ ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ବିଧାୟିକା ପ୍ରତିନିଧି ଦୁଷ୍ମନ୍ତ ପଟେଲ, ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜା ବେହେରା, ଜିଲ୍ଲା ପରିଷଦ ମକରଧ୍ଵଜ ବଗାର ଯୋଗଦେଇ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବ୍ଲକର ବିକ୍ରମ କେଶରୀ, ଅମିତ କୁମାର, ରମେଶ କୁମାର, ଓମ ପ୍ରକାଶ, ମଧୁସୂଦନ, ଯୋଗେଶ୍ୱରୀ, ରାଗିଣୀ, ପିତାମ୍ବର,ସହଯୋଗ କରିଥିଲେ।