-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ମଣ୍ଡୋଶିଳ ପଞ୍ଚାୟତ ରେ ସ୍ବାଗତ ଫାଟକ ର ଶୁଭ ଉଦ୍ଘାଟନ ହୋଇଯାଇଅଛି। ଉଦଘାଟନୀt ଉତ୍ସବ ରେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ପଞ୍ଚାୟତ ପାଇଁ ତାର ସ୍ବାଗତ ସ୍ତମ୍ବ ଏକ ସ୍ଵତନ୍ତ୍ର ପରିଚୟ ଅଟେ, ପଞ୍ଚାୟତର ବିକାଶ ପାଇଁ ମିଳିତ ରୂପେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ଚିତ୍ତରଞ୍ଜନ ବେହେରା, ସରପଞ୍ଚ ସୁଭାଷିନୀ ପାନ, ସମିତି ସଭ୍ୟ ଡୋଲାମଣି ପଣ୍ଡା, ୱାର୍ଡ ସଭ୍ୟା ଓ ସଭ୍ୟ ଚନ୍ଦ୍ର ଦ୍ୱାଜ ପାନକା, ଦିପେ ପାନ୍, ପୁଷ୍ପାଞ୍ଜଳୀ ଶବର, ରାଜକୁମାରୀ ଶବର, ଏଡିଓ ଦେବରାଜ ମାଝୀ, ପଞ୍ଚାୟତ କର୍ମଚାରୀ ଗ୍ରାମବାସୀ ଯୋଗ ଦେଇଥିଲେ। ଖଡିଆଳ ବିଧାୟକ ଅଧୀରାଜ୍ ପାଣିଗ୍ରାହୀଙ୍କ ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ଦ୍ବାରା ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ଧନ୍ୟବାଦ ଦେଇଥିଲେ।