-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ରାଜ୍ୟର ସାମ୍ବାଦିକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନ ସଭା ରେ ଉପସ୍ଥାପନ କରିବି:- ବିଧାୟକ ନିହାର ରଞ୍ଜନ ମହାନନ୍ଦ

05-Mar-2025



ବରଗଡ଼ :(ନିରଞ୍ଜନ ତ୍ରିପାଠୀ)-ସାମ୍ବାଦିକ ମାନେ ସତ୍ୟ ନିଷ୍ଠ ହୋଇ ପ୍ରକୃତ ଖବର ସଂଗ୍ରହ କରି ଓ ସତ୍ୟତା ର ଅନୁସନ୍ଧାନ କରି ଖବର ପ୍ରକାଶନ କରିବା ଦରକାର ବୋଲି ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ (ଜାବ) ର ସାଧାରଣ ପରିଷଦ ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି ବିଧାୟକ ନିହାର ରଞ୍ଜନ ମହାନନ୍ଦ। ଜାବ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମହାନନ୍ଦ କହିଥିଲେ ଯେ ଆଜିକାଲି ଯେଭଳି ଭାବରେ କାମଳ ସାମ୍ବାଦିକତା ବଢ଼ି ଚାଲିଛି ତାହା ଉଦବେଗ ର ବିଷୟ ଅଟେ । ସେ ଅନୁରୋଧ କରିଥିଲେ ଯେ ସମାଜ ରେ ରାଜ ନେତା ମାନଙ୍କୁ ଏକ ଭିନ୍ନ ନଜର ରେ ଦେଖାଯାଉଛି ଓ ଚିତ୍ରଣ କରାଯାଉଛି । ତାହା ସମସ୍ତ ଙ୍କ କ୍ଷେତ୍ରରେ ସମାନ ନୁହଁ , ତେଣୁ ତଥ୍ୟ ର ଶେଷ ପରିଧି କୁ ଯାଇ କୌଣସି ବିଷୟରେ ବିଶେଷ କରି ଜଣେ ରାଜ ନେତା ବାବଦ ରେ ଖବର ପ୍ରକାଶ କରିବା ଦରକାର । କାରଣ ଥରେ ଜଣେ ରାଜ ନେତା ବା ବ୍ୟକ୍ତି ର କୌଣସି ଭୁଲ ନଥାଇ ବା ସେ ଭୁଲ୍ କାର୍ଯ୍ୟ ରେ ଲିପ୍ତ ନଥାଇ ଯଦି ଭୁଲ୍ ତଥ୍ୟ ପ୍ରକାଶ ପ୍ରସାରଣ ହୋଇଗଲା , ସେ ଯେଉଁ ପ୍ରକାର ବଦନାମ ହୋଇଯିବେ , ଆଉ ଯାହା କଲେ ମଧ୍ୟ ତାର ଭରଣା ହୋଇ ପାରିବ ନାହିଁ। ସେ ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜନ ସାଧାରଣ ଙ୍କ ସମସ୍ୟା ଜନିତ ଖବର ଲୋକ ଲୋଚନ କୁ ଆଣିବାକୁ ଅନୁରୋଧ କରିବା ସହ ତାଙ୍କ ବିରୁଦ୍ଧରେ ମଧ୍ୟ ତଥ୍ୟ ଭିତ୍ତିକ ସମାଲୋଚନା କୁ ସ୍ଵାଗତ କରିଥିଲେ । ଶ୍ରୀ ମହାନନ୍ଦ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଶ୍ଚୟ ଅବଗତ କରାଇ ତାର ସମାଧାନ ପାଇଁ ଦାବୀ କରିବେ ଏବଂ ଆଗାମୀ ବିଧାନ ସଭା ଅଧିବେସନ ରେ ଏହା ଉପରେ ଆଲୋଚନା ମଧ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ସେ ଏହି ଅବସରରେ ଅତାବିରା ଓ ଭେଡେନ ସାମ୍ବାଦିକ ଭବନ ନିର୍ମାଣ ପାଇଁ ପ୍ରଥମ କିସ୍ତି ରେ ୫ ଲକ୍ଷ ଟଙ୍କା ର ଅନୁଦାନ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ବୈଠକ ରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ସାମ୍ବାଦିକଙ୍କୁ ପେନସନ ଯୋଗାଇ ଦେବା ଓ ସାମ୍ବାଦିକ ଅଧିସ୍ଵୀକୃତି ବ୍ୟବସ୍ଥା କୁ ପୁଣି ଆରମ୍ଭ କରାଯିବ ଆଦି ଦାବୀ ସମ୍ବଳିତ ଏକ ଦାବିପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଧାୟକ ଶ୍ରୀ ମହାନନ୍ଦ ଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହ ସଂଘ ପକ୍ଷରୁ ନିଜର ସଦସ୍ୟ ମାନଙ୍କ ସ୍ବାସ୍ଥ୍ୟ ଜନିତ ବା ଦୁର୍ଘଟଣା ଜନିତ ଅସୁବିଧା ସମୟ ରେ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇବା, ଗାଇ ସିଲେଟ ବ୍ଲକ ସଦର ମହକୁମା ର ବିଭିନ୍ନ ସରକାରୀ ଅନିଲୁଷ୍ଠାନ ଓ ଜନ ସାଧାରଣ ଙ୍କ ନିତ୍ୟ ବ୍ୟବହୃତ ସ୍ଥଳ ରେ ଶୌଚାଳୟ ର ବ୍ୟବସ୍ଥା ପାଇଁ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ର ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିବା, ସଦସ୍ୟ ମାନଙ୍କ ବୈଠକ ରେ ନିୟମିତ ଯୋଗଦାନ କରିବା , ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ବରିଷ୍ଠ ସାମ୍ୱାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ଵାଳ ଙ୍କ ନାମରେ ଏକ ଜିଲ୍ଲା ସଂଗ୍ରାହଳୟ ନିର୍ମାଣ ପାଇଁ ଦାବୀ କରାଯିବା ଏବଂ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ଙ୍କୁ ନିମନ୍ତ୍ରଣ କରିବା ବିଷୟ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସହ ଆଲୋଚନା କରିବା ଆଦି ବହୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଆରମ୍ଭ ରେ ଅତାବିରା ୟୁନିଟ ର ସଂଯୋଜକ କୀର୍ତ୍ତନ ବିଶ୍ଵାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭା ଶେଷରେ ବରିଷ୍ଠ ସଦସ୍ୟ ଯୁଧିଷ୍ଟିର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତାବିରା ୟୁନିଟ ପକ୍ଷରୁ ବିଧାୟକ ଶ୍ରୀ ମହାନନ୍ଦ ଙ୍କ ସହ ଜିଲ୍ଲା ସଂଘ ର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ବ୍ଲକ ର ସଂଯୋଜକ ମାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ମିଶ୍ର, ଉପ ସଭାପତି ବ୍ୟୋମକେଶ କର ଓ ବ୍ଲକ ସଂଯୋଜକ କୀର୍ତ୍ତନ ବିଶ୍ଵାଳ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ, ସତ୍ୟଜିତ ପ୍ରଧାନ, ମେଘନାଦ ସାହୁ, ରଞ୍ଜନ ଦେବତା, ପ୍ରଦୀପ ମହାନ୍ତି, ହେମନ୍ତ ନାୟକ, ଜ୍ୟୋତି ମହାପାତ୍ର, ନରେନ୍ଦ୍ର ଦାଶ, ବଳରାମ ବାଗ, ରଞ୍ଜିତ ଦାଶ, ଯତୀନ୍ଦ୍ରନାଥ ସେନ, ଜୟସିଂ ପ୍ରଧାନ, ବଳରାମ ଦୀପ, ସଞ୍ଜୀବ ପୁରୋହିତ,ଅର୍ଜ୍ଜୁନ ସାହୁ, ଅଶ୍ୱିନୀ ପାତ୍ର, ହେମନ୍ତ ସାହୁ, ସୁବ୍ରତ ସାହୁ, ମୁକୁନ୍ଦ ଷଡ଼ଙ୍ଗୀ, ପାଣ୍ଡବ ପ୍ରଧାନ, ରୀଙ୍କୁ ଷଡ଼ଙ୍ଗୀ, ସୁରେନ୍ଦ୍ର କଠାର, ନେପାଳ ପ୍ରଧାନ, ସୁଦାମ ପ୍ରଧାନ, ରିଙ୍କୁ ଦେବତା, ବିଜୟ କର୍ଣ୍ଣ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
 ଏହି ବୈଠକ ରେ ଜିଲ୍ଲା ର ସମସ୍ତ ୧୨ ଗୋଟି ବ୍ଲକ ର ୬୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like