-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ଲୋକଦୃଷ୍ଟି କଲେଜ୍ ର ୧୭ ତମ ବାର୍ଷିକ ଉତ୍ସବ ପାଳିତ, ଶିକ୍ଷାଦାନ ବ୍ୟବସ୍ଥା ରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଅନୁଷ୍ଠାନ ବୋଲି - ବିଧାୟକ ଅଧୀରାଜ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଦୀର୍ଘ ୧୭ ବର୍ଷ ପୂର୍ବେ ଏହି ଶିକ୍ଷା ଅନୁଷ୍ଠାନ ଗଠିତ ହୋଇ କମ୍ପ୍ୟୁଟର ଏବଂ ବିଜ୍ଞାନ ଶିକ୍ଷା ରେ ଅନେକ ଉଲ୍ଲେଖନୀୟ ଅବଦାନ ରହିଅଛି। ୧୭ ତମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅବସର ପ୍ରାପ୍ତ ଅଧ୍ୟାପକ ଲୋହିତକ୍ଷ୍ୟ ଯୋଷୀ, ବକ୍ତା ରୂପେ ଡ଼.ଫାନିନ୍ଦମ ଦେଓ, ଡ଼. ରାମଚନ୍ଦ୍ର ମିଶ୍ର, ସମୁଏଲ୍ ଦାନୀ ଯୋଗ ଦେଇଥିଲେ। କଲେଜ୍ ସଭାପତି ଅବନୀ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ କଲେଜ୍ ଅଧ୍ୟକ୍ଷ ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ।