-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆସନ୍ତା ମାର୍ଚ୍ଚ ୦୬ ତାରିଖ ଗୁରୁବାର ସନ୍ଧ୍ୟା ୬ଘଣ୍ଟାରେ ଗାନ୍ଧୀ ସ୍ମୃତି ପାଠାଗାର ସଭାକକ୍ଷରେ ବିଶିଷ୍ଟ ଶିକ୍ଷାବିତ ତଥା ସାରସ୍ଵତ ସାଧକ ଡକ୍ଟର ରମେଶ ଚନ୍ଦ୍ର ମାଝୀଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ, ଉକ୍ତ ସମାବେଶରେ ମୁଖ୍ୟ ଅତିଥିଭାବେ ଡକ୍ଟର ରବୀନ୍ଦ୍ର ପ୍ରଧାନ ଓ ବରେଣ୍ୟ ବକ୍ତା ଭାବେ ସୁସାହିତ୍ୟିକ ମନୋରଞ୍ଜନ ସାହୁ ଯୋଗଦାନ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।ଏ ଅବସରରେ ସ୍ବର୍ଗତ ରମେଶ ଚନ୍ଦ୍ର ମାଝୀଙ୍କ ସମ୍ବଲପୁରୀ -କୋଶଲୀ କବିତା ସଂକଳନ" ମହୁଘରା" ଉନ୍ମୋଚିତ ହେବ । ଯାହାର ସମୀକ୍ଷା କରିବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନରେନ୍ଦ୍ର ପ୍ରଧାନ ବୋଲି ଡକ୍ଟର ରମେଶ ଚନ୍ଦ୍ର ମାଝୀ ସ୍ମୃତି କମିଟି, ବରଗଡ଼ର ସଭାପତି ତରଣୀସେନ ବୁଦ୍ଧିଆ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।