-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
(ମିହିର ଶଙ୍କର ପାତ୍ର)
ଧୂମଧାମରେ ପାଳିତ ହୋଇ ଯାଇଛି ଚିକିଲି ମଣ୍ଡେଇ। ମାଁ କାଳୀ, କଙ୍କାଳୁନୀ, ଭଙ୍ଗା ରାମ, ଚାଉଁରିଆ ଏବଂ ଅନ୍ୟାନ୍ୟ ଗ୍ରାମ ଦେବାଦେବୀ ଲାଠି, କୁର୍ସୀ ସମେତ ପାରମ୍ପରିକ ବାଦ୍ୟ ର ଘନ ଗର୍ଜନ ଶବ୍ଦ ସହ ମଣ୍ଡେଇ ଯାତ୍ରା ପରିକ୍ରମା କରିଥିଲେ।ଏହି ଅବସରରେ ଗାଁ ର ମୁଖ୍ୟ ପୂଜକ ତୁଳା ରାମ ପୂଜାରୀ, ସଦାସିବ ପୂଜାରୀ,ଭଦର ମାଝୀ,ଲଚୁ ମାଝୀ ତଥା ମଣ୍ଡେଇ କମିଟି ର ସଦସ୍ୟ ମାନେ ସମସ୍ତ ଆୟୋଜନ ର ତଦାରଖ କରିଥିଲେ। ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ପାତ୍ର, ଏମ୍ ବୁଲୁ ରାଓ, ସୁରେନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଏମ୍ ଆପା ରାଓ, ସାଂବଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଉପ ସଭାପତି ଗଗନ ଗନ୍ତାୟତ ପ୍ରମ୍ମୁଖ ଉପସ୍ଥିତ ରହି କମିଟି ର ମାନ ବୃଦ୍ଧି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗରାଜ ମାଝୀ, ରାମଚନ୍ଦ୍ର ମାଝୀ, ଲକ୍ଷ୍ମୀ ପୂଜାରୀ, ବଳରାମ ପୂଜାରୀ, ପଦମୁ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।