-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଯେଉଁ ପବିତ୍ର ମାଟିକୁ ଦିନେ ସ୍ପର୍ଶ କରି ଶ୍ରୀଚୈତନ୍ୟ ଯାତ୍ରା କରିଥିଲେ, ଯେଉଁଠି ପଶ୍ଚିମ ଓଡ଼ଶାର ଆଦି କବି ଯୁଗ ଦାସଙ୍କ ଜନ୍ମ, ଯେଉଁ ମାଟିରେ ମାର୍ଜାର କେଶରୀଙ୍କ ପରମ ଭକ୍ତ ଯମୁନାଙ୍କ ଜନ୍ମ ଓ ଦଧିବାମନ ଙ୍କ ଭକ୍ତ କମଳା ସତୀହାରୀ ନାମରେ ପୂଜିତା ସେ ମାଟି ବାସ୍ତବରେ ପୁଣ୍ୟ ଓ ପବିତ୍ର ବୋଲି ସମୃଦ୍ଧି ମ୍ୟୁଜିକ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନାଚକ୍ରରେ ମତ ପ୍ରକାଶ। ଅଧ୍ୟାପିକା ସୂର୍ଯ୍ୟକାନ୍ତି ସିକନ୍ଦରଙ୍କ ସଭାପତିତ୍ବରେ ତଥା ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ମଧ୍ୟରେ ଆୟୋଜିତ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରଗଡ଼ର ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବରଗଡ଼ ଧନୁ ଓ ଧାନର ମାଟି ଭାବେ ଯେତିକି ପ୍ରସିଦ୍ଧ, ଏମାଟିର କଳା, ସାହିତ୍ୟ ଓ ସଂସ୍କୃତି ଏମାଟିକୁ ସେତିକି ଗୈରବାନ୍ବିତ କରିଛି ବୋଲି ମତବ୍ୟକ୍ତ କରିଥିଲେ। 'ପୁଣ୍ୟ ମାଟି ମୋ ବରଗଡ଼' ଶୀର୍ଷକ ଆଲୋଚନାରେ ଆଲୋଚକ ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର ରଘୁନାଥ ମେହେର ଓ ପ୍ରଫେସର ଡକ୍ଟର ସୁଜିତ ପୃଷେଠ ଏଇ ମାଟି ଶ୍ରୀଚୈତନ୍ୟଙ୍କ ସ୍ପର୍ଶ ପାଇବା ସହିତ ଏଠାରେ ପଶ୍ଚିମ ଓଡ଼ିଶାର ଆଦିକବି ଯୁଗ ଦାସ, ମାର୍ଜାର କେଶରୀଙ୍କ ପରମ ଭକ୍ତ ଯମୁନା ଓ ଦଧିବାମନ ଙ୍କ ଭକ୍ତ କମଳାଙ୍କୁ ଜନ୍ମ ଦେଇ ପୁଣ୍ୟ ଓ ପବିତ୍ର ହୋଇଥିବା କଥା ଉଲ୍ଲେଖ କରିଥିଲେ। 'ପୁଣ୍ୟ ମାଟି ମୋ ବରଗଡ଼' ଗୀତର ସଫଳତା ପରେ ଏହି ଗୀତ ସହିତ ସମ୍ପୃକ୍ତ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ସଙ୍ଗୀତ ପରିଚାଳକ ତଥା କଳାକାର ମାନଙ୍କ ମଧ୍ୟରୁ ରମେଶ ମହାନନ୍ଦ, ରୀନା ଦାଶ, ସନ୍ଦୀପ ମହାପାତ୍ର, ନବ ମହତ୍ତମ, ଡକ୍ଟର ରବିନାରାୟଣ ସାହୁ, ବୁଦ୍ଧଦେବ ବାରିକ, ମାଳତୀ ପତି, ସୋମ ପଣ୍ଡା, ନତାଶା ସିକନ୍ଦର, ଅନାମିକା ଆଚାର୍ଯ୍ୟ,ଅଂଶିକା ସିକନ୍ଦର, ଶିବାୟନୀ ପଣ୍ଡା, ଡକ୍ଟର ତପସ୍ଵିନୀ ଗୁରୁ, ସୁଶୀଳା ନାୟାର,ଗୋପାଳ ଦାଶ, ନେହେରୁ ସରାଫ, ଅଞ୍ଜଳି ମହତ୍ତମ,ମୋହନ ସୁନା, ଗୋପାଳ ସାହୁ, ମୁଗ୍ଧା ଦାଶ, ତପସ୍ଵିନୀ ଦାଶ, ରେବତୀ ମହାରଣା, କାଳୀ ଚରଣ ବାଗ ପ୍ରମୁଖ ଙ୍କୁ ସ୍ମୃତି ଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସହରର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡକ୍ଟର ଦୁର୍ବାଦଳ ମେହେର, ପ୍ରିତମ ସିଂ, ଜୟନ୍ତ ମହାରଣା, ଯଶବୀର ସିଂ, ସୁପ୍ରଭା ସାମଲ, ଶରତ ପାଢ଼ୀ, ରାଜେନ୍ଦ୍ର ସିକନ୍ଦର,କମଳିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଙ୍ଗୀତଜ୍ଞ ନବ ମହତ୍ତମ ଧନ୍ୟବାଦ ଅର୍ପଣ କରିଥିଲେ।