*ନୂଆଦିଲ୍ଲୀ ୦୮/୧୦: ଉତ୍ତର ପ୍ରଦେଶରେ ହାଥରସ ଜିଲ୍ଲାରେ ୧୯ ବର୍ଷୀୟା ଦଳିତ ଝିଅର ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏ ଘଟଣାକୁ ନେଇ ଯେତିକି ଚର୍ଚା ତା’ଠୁ ଅଧିକ ସୃଷ୍ଟି ହୋଇଛି ରାଜନୀତି।*

*ତେବେ ଏବେ ପ୍ରଶ୍ନ ଉଠୁଛି ଦେଶରେ ବାରମ୍ବାର କଠୋର ଆଇନ ତିଆରି ହେବା ପରେ ବଳାତ୍କାର ମାମଲା ଥମୁ ନାହିଁ କାହିଁକି? ଅବଶ୍ୟ ଏ ଘଟଣା ନୂଆ ନୁହେଁ, ଦେଶରେ ଦୁଷ୍କର୍ମ ମାମଲାକୁ ନେଇ ଏଭଳି ୯ଟି ଘଟଣା ରହିଛି ଯାହା ବହୁ ବିଦାଦୀୟ ତଥା ଚର୍ଚାର ପ୍ରସଙ୍ଗ ହୋଇଥିଲା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…*

*ମୁମ୍ବାଇ ଘଟଣା:- ମୁମ୍ବାଇର କିଙ୍ଗ ଆଡବର୍ଡ ମେମୋରିୟଲ (କେଇଏମ) ହସପିଟାଲରେ କୁକୁର ଉପରେ ଔଷଧ ପରୀକ୍ଷା କରିବାର ବିଭାଗ ଥିଲା। ଏଥିରେ ନର୍ସ ଭାବେ ଅରୁଣା କାମ କରୁଥିଲେ। ତେବେ ଏ ଘଟଣା ୧୯୭୩ ନଭେମ୍ବର ୨୭ ତାରିଖର। ଘରକୁ ଯିବା ପୂର୍ବରୁ ଅରୁଣା ଡ୍ରେସ ଚେଞ୍ଜ କରିବା ପାଇଁ ବେସମେଣ୍ଟକୁ ଯାଇଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିବା ଓ୍ବାର୍ଡ ବଏ ସୋହନଲାଲ ବାଲ୍ମିକୀ ଅରୁଣାଙ୍କ ସହ କେବଳ ଦୁଷ୍କର୍ମ କରି ନ ଥିଲେ। ବରଂ ତାଙ୍କ ବେକରେ କୁକୁର ବେକରେ ବନ୍ଧାଯାଉଥିବା ଚେନକୁ ବାନ୍ଧି ଥିଲେ। ଘଟଣାସ୍ଥଳରେ ଅରୁଣା ଚେତାଶୂନ୍ୟ ହୋଇଥିଲେ। ପରେ ସେ କୋମାକୁ ଚାଲିଗଲେ। ଦୀର୍ଘ ୪୨ ବର୍ଷ କୋମାରେ ରହିବା ପରେ ୨୦୧୫ ମେ’ ରେ ପ୍ରାଣ ହରାଇଲେ। ଏହାରି ଭିତରେ ସେ ଇଚ୍ଛାମୃତ୍ୟୁ ମଧ୍ୟ ଦାବି କରିଥିଲେ ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।*

*ମଥୁରା ମାମଲା:- ୧୯୭୨ ମାର୍ଚ ୨୬ରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ୧୫ ବର୍ଷ ବୟସର ଆଦିବାସୀ ଝିଅ ମୁଥରାଙ୍କ ସହ ଦୁଇ ଜଣ ପୋଲିସ କନଷ୍ଟେବଲ ଥାନାରେ ହିଁ ବଳାତ୍କାର କରିଥିଲେ। ଏହି ଘଟଣା ପରେ ୮୦ ଦଶକରେ ମହିଳାଙ୍କ ବିରୋଧରେ ଯୌନ ହିଂସା ବିରୋଧରେ ଦେଶବ୍ୟାପି ଆନ୍ଦେଳନ ହେଲା। ଏହି ଆନ୍ଦୋଳନ ଯୋଗୁ ୧୯୮୩ରେ ଭାରତୀୟ ଦଣ୍ଡ ସଂହିତାରେ ପରିବର୍ତନ ଅଣାଯାଇ ବଳାତ୍କାର ଧାରା ୩୭୬ରେ ଚାରିଟି ଅପରାଧ ଯୋଡାଯାଇ ବଳାତ୍କାର ପାଇଁ ଦଣ୍ଡବିଧାନ କରାଗଲା।*

*ସ୍କାରଲେଟ୍ ବଳାତ୍କାର ଓ ହତ୍ୟା ମାମଲା:- ସେହିପରି ୨୦୦୮ରେ ୧୫ ବର୍ଷର ବ୍ରିଟିଶ ନାଗରିକ ସ୍କାରଲେଟ୍ ନିଜ ବାପା ମାଆଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ। ଗୋଆ ଭଲ ଲାଗିବାରୁ ଘର ଲୋକଙ୍କ ସହ କର୍ନାଟକ ନ ଯାଇ ସେ ଏକା ଗୋଆରେ ରହିଲେ। ଦିନେ ତାଙ୍କ ମୃତଦେହ ସମୁଦ୍ର କୂଳରେ ମିଳିଲା। ତାଙ୍କ ମୃତ ଦେହରେ ଛୁଞ୍ଚି ଦାଗ ଓ ହାତ ଗୋଡ କାଟି ଦିଆ ଯାଇଥିଲା। ଗୋଆ ପୋଲିସ୍ ଏହି ମାମଲାକୁ ଲୁଚାଇବା ନେଇ ଆରୋପ ଲାଗିଥିଲା। ତଦନ୍ତରେ ସ୍କାରଲେଟଙ୍କ ଡାଏରୀ ସାମ୍ନାକୁ ଆସିଥିଲା। ଯେଉଁଥିରେ କିଛି ଲୋକ ତାଙ୍କ ସହ କିଭଳି ଦୁଷ୍କର୍ମ କରିଥିଲେ ତାହା ଉଲ୍ଲେଖ ଥିଲା। ବମ୍ବେ ହାଇକୋର୍ଟ ଏହି ଘଟଣାରେ ସେମସନ ଡିସୁଜାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ପୂର୍ବରୁ ଗୋଆ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଛାଡି ଦେଇ ଥିଲା।*

*ପ୍ରିୟଦର୍ଶନୀ ମଟ୍ଟୁ ମାମଲା:- ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ ପ୍ରିୟଦର୍ଶିନୀ ମଟ୍ଟୁ ୧୯୯୬ ଜାନୁଆାରୀ ୨୫ରେ ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଉ ଥିଲା। ଏହି ମାମଲାରେ ଅଭିଯୁକ୍ତ ଥିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆଇନ ଛାତ୍ର ସନ୍ତୋଷ ସିଂହ । ୧୯୯୯​‌ରେ ତାଙ୍କୁ ଡିସେମ୍ବର ୩ରେ ଖଲାସ କରାଯାଇଥିଲା। ୨୦୦୬ ଅକ୍ଟୋବରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ଫଇସଲା ଶୁଣାଇ ଥିଲେ। ତେବେ ୨୦୧୦ରେ ତାଙ୍କୁ ଆଜୀବନ ଜେଲଦଣ୍ଡ ଦିଆଯାଇଥିଲା।*

*ନିର୍ଭୟା ମାମଲା:- ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ଚଳନ୍ତା ବସରେ ୨୩ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ବଳାତ୍କାର ପରେ ପୀଡ଼ିତାଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦେଇ ଥିଲେ। କିଛି ଦିନ ତାଙ୍କର ହସପିଟାଲରେ ଚିକିତ୍ସା ଚାଲିବା ପରେ ନିର୍ଭୟାଙ୍କ ମୃତ୍ୟୁ ସିଙ୍ଗାପୁରରେ ହୋଇଥିଲା। ତେବେ ଏ ଘଟଣା ପରେ ଦିଲ୍ଲୀ ସମେତ ଦେଶବ୍ୟାପି ଆନ୍ଦୋଳନ ସୃଷ୍ଟି ହୋଇ ଥିଲା। ଏ ମାମଲା ପରେ ଜଷ୍ଟିସ ବର୍ମା ସମିତି ଗଠନ କରାଯାଇ ମହିଳାଙ୍କ ବିରୋଧରେ ହିଂସା ଆଇନର ସମୀକ୍ଷା କରାଯାଇ ଥିଲା। ତେବେ ଏଥିରେ ୬ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଜେଲରେ ରଶି ଲଗାଇ ଆତ୍ମହତ୍ୟା​‌ କରିଥିଲେ। ମାର୍ଚ ୨୦୨୦ରେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଦିଲ୍ଲୀ ତିହାଡ ଜେଲରେ ଫାଶି ଦଣ୍ଡ ଦିଆଯାଇ ଥିଲା।*

*ମୁମ୍ବାଇ ଗ୍ୟାଙ୍ଗରେପ:- ୨୦୧୩ରେ ମୁମ୍ବାଇରେ ମଧ୍ୟ ଦୁର୍ଭାଗ୍ୟପୂବଣ୍ର୍ଣ ଘଟଣା ଘଟିଥିଲା। ସେଠାରେ ୨୨ ବର୍ଷୀୟା ଜଣେ ଫଟୋ ସାମ୍ବାଦିକା ଏକ ଷ୍ଟୋରି ପାଇଁ ଯାଇଥିଲେ। ସେଠାରେ ତାଙ୍କ ସହ ପାଞ୍ଚ ଜଣ ଗଣଦୁଷ୍କର୍ମ କରିଥିଲେ। ସମସ୍ତ ଦୋଷୀ ଧରାପଡ଼ିବା ସହ ଟ୍ରାଏଲ କୋର୍ଟ ୨୦୧୪ରେ ସେମାନଙ୍କୁ ଫାଶି ଦଣ୍ଡ ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣକୁ ଆଜୀବନ ଜେଲ ହୋଇଥିଲା।*

*ଇମରାନା ମାମଲା:- ୨୦୦୫ରେ ଇମରାନା ମାମଲା ସବୁଠୁ ଭିନ୍ନ ଥିଲା। ତାଙ୍କ ଶ୍ବଶୂର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଗାଁର ପଞ୍ଚାୟତ ଏହାକୁ ବ୍ୟଭିଚାର ମାମଲା ଭାବି ଇମାନରାଙ୍କୁ ଆଦେଶ ଦିଆଯାଇ ଥିଲା ସ୍ବାମୀଙ୍କୁ ଛାଡି ଶ୍ବଶୂରଙ୍କ ସହ ରହିବାକୁ ଓ ଶ୍ବଶୂରଙ୍କୁ ସ୍ବାମୀ ଭାବିବାକୁ। ପରେ ନ୍ୟାୟାଳୟ ଶ୍ବଶୂରଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ଦେଇ ଥିଲେ।*

*ସୌମ୍ୟା ମାମଲା:- ୨୦୧୧ରେ କେରଳ ଏମାକୁଲମରୁ ଶୋରମୁର ଯାଉଥିବା ସୌମ୍ୟାଙ୍କ ସହ ଚଳନ୍ତା ଟ୍ରେନରେ ଦୁଷ୍କର୍ମ କରାଯାଇ ଥିଲା। ଏହା ସହ ଅଭିଯୁକ୍ତ ଗୋବିନ୍ଦାଚାମୀ ସୌମ୍ୟାଙ୍କ ଠାରୁ ଟଙ୍କା ପଇସା ଲୁଟ କରି ଟ୍ରେନରୁ ଫିଙ୍ଗିଦେଇଥିଲେ। ଏହା ପରେ ଅଭିଯୁକ୍ତ ନିଜେ ମଧ୍ୟ ଟ୍ରେନରୁ ଡେଇଁ ପଡ଼ି ପୁଣି ଆହତ ଅବସ୍ଥାରେ ପଡ଼ିଥିବା ସୌମ୍ୟାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ନ୍ୟାୟାଳୟ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇ ଥିଲେ।*

*ଭମ୍ବରୀ ଦେବୀ ମାମଲା:- ରାଜସ୍ଥାନର ଭେତେରି ଗାଁରେ ୧୯୯୨ରେ ଉଚ୍ଚ ଜାତିର ୫ଜଣ ଲୋକ ଭମ୍ବରୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ବାଲ୍ୟ ବିବାହକୁ ନେଇ ଭମ୍ବରୀ ଲୋକଙ୍କୁ ସଚେତନ କରୁଥିବାରୁ ତାଙ୍କ ସହ ଏଭଳି ଜଘନ୍ୟ ଘଟଣା ଘଟିଥିଲା। ଦେଶବ୍ୟାପି ଏ ମାମଲାକୁ ନେଇ ଖୁବ ଚର୍ଚା ହୋଇ ଥିଲା। ଏହା ପରେ ସୁପ୍ରିମ କୋର୍ଟ ​‌ଯୌନ ଉତ୍ପୀଡ଼ନ ସମ୍ବନ୍ଧରେ ଗାଇଡଲାନ ଜାରି କରିବା ନିର୍ଦେଶ ଦେଲେ। ଟ୍ରାଏଲ କୋର୍ଟରେ ସବୁ ଅଭିଯୁକ୍ତଙ୍କୁ ବଳାତ୍କାର ଆରୋପରୁ ମୁକ୍ତ କରି ଦିଆଯାଇଥିଲା।*

    "/>

-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ବିଶେଷ

9 ଟି ଭୟାନକ ଦୁଷ୍କର୍ମ ଘଟଣା ଯାହା ସାରା ଦେଶକୁ କରିଥିଲା ଥରହର

08-Oct-2020

*ନୂଆଦିଲ୍ଲୀ ୦୮/୧୦: ଉତ୍ତର ପ୍ରଦେଶରେ ହାଥରସ ଜିଲ୍ଲାରେ ୧୯ ବର୍ଷୀୟା ଦଳିତ ଝିଅର ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏ ଘଟଣାକୁ ନେଇ ଯେତିକି ଚର୍ଚା ତା’ଠୁ ଅଧିକ ସୃଷ୍ଟି ହୋଇଛି ରାଜନୀତି।*

*ତେବେ ଏବେ ପ୍ରଶ୍ନ ଉଠୁଛି ଦେଶରେ ବାରମ୍ବାର କଠୋର ଆଇନ ତିଆରି ହେବା ପରେ ବଳାତ୍କାର ମାମଲା ଥମୁ ନାହିଁ କାହିଁକି? ଅବଶ୍ୟ ଏ ଘଟଣା ନୂଆ ନୁହେଁ, ଦେଶରେ ଦୁଷ୍କର୍ମ ମାମଲାକୁ ନେଇ ଏଭଳି ୯ଟି ଘଟଣା ରହିଛି ଯାହା ବହୁ ବିଦାଦୀୟ ତଥା ଚର୍ଚାର ପ୍ରସଙ୍ଗ ହୋଇଥିଲା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…*

*ମୁମ୍ବାଇ ଘଟଣା:- ମୁମ୍ବାଇର କିଙ୍ଗ ଆଡବର୍ଡ ମେମୋରିୟଲ (କେଇଏମ) ହସପିଟାଲରେ କୁକୁର ଉପରେ ଔଷଧ ପରୀକ୍ଷା କରିବାର ବିଭାଗ ଥିଲା। ଏଥିରେ ନର୍ସ ଭାବେ ଅରୁଣା କାମ କରୁଥିଲେ। ତେବେ ଏ ଘଟଣା ୧୯୭୩ ନଭେମ୍ବର ୨୭ ତାରିଖର। ଘରକୁ ଯିବା ପୂର୍ବରୁ ଅରୁଣା ଡ୍ରେସ ଚେଞ୍ଜ କରିବା ପାଇଁ ବେସମେଣ୍ଟକୁ ଯାଇଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିବା ଓ୍ବାର୍ଡ ବଏ ସୋହନଲାଲ ବାଲ୍ମିକୀ ଅରୁଣାଙ୍କ ସହ କେବଳ ଦୁଷ୍କର୍ମ କରି ନ ଥିଲେ। ବରଂ ତାଙ୍କ ବେକରେ କୁକୁର ବେକରେ ବନ୍ଧାଯାଉଥିବା ଚେନକୁ ବାନ୍ଧି ଥିଲେ। ଘଟଣାସ୍ଥଳରେ ଅରୁଣା ଚେତାଶୂନ୍ୟ ହୋଇଥିଲେ। ପରେ ସେ କୋମାକୁ ଚାଲିଗଲେ। ଦୀର୍ଘ ୪୨ ବର୍ଷ କୋମାରେ ରହିବା ପରେ ୨୦୧୫ ମେ’ ରେ ପ୍ରାଣ ହରାଇଲେ। ଏହାରି ଭିତରେ ସେ ଇଚ୍ଛାମୃତ୍ୟୁ ମଧ୍ୟ ଦାବି କରିଥିଲେ ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ।*

*ମଥୁରା ମାମଲା:- ୧୯୭୨ ମାର୍ଚ ୨୬ରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ୧୫ ବର୍ଷ ବୟସର ଆଦିବାସୀ ଝିଅ ମୁଥରାଙ୍କ ସହ ଦୁଇ ଜଣ ପୋଲିସ କନଷ୍ଟେବଲ ଥାନାରେ ହିଁ ବଳାତ୍କାର କରିଥିଲେ। ଏହି ଘଟଣା ପରେ ୮୦ ଦଶକରେ ମହିଳାଙ୍କ ବିରୋଧରେ ଯୌନ ହିଂସା ବିରୋଧରେ ଦେଶବ୍ୟାପି ଆନ୍ଦେଳନ ହେଲା। ଏହି ଆନ୍ଦୋଳନ ଯୋଗୁ ୧୯୮୩ରେ ଭାରତୀୟ ଦଣ୍ଡ ସଂହିତାରେ ପରିବର୍ତନ ଅଣାଯାଇ ବଳାତ୍କାର ଧାରା ୩୭୬ରେ ଚାରିଟି ଅପରାଧ ଯୋଡାଯାଇ ବଳାତ୍କାର ପାଇଁ ଦଣ୍ଡବିଧାନ କରାଗଲା।*

*ସ୍କାରଲେଟ୍ ବଳାତ୍କାର ଓ ହତ୍ୟା ମାମଲା:- ସେହିପରି ୨୦୦୮ରେ ୧୫ ବର୍ଷର ବ୍ରିଟିଶ ନାଗରିକ ସ୍କାରଲେଟ୍ ନିଜ ବାପା ମାଆଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ। ଗୋଆ ଭଲ ଲାଗିବାରୁ ଘର ଲୋକଙ୍କ ସହ କର୍ନାଟକ ନ ଯାଇ ସେ ଏକା ଗୋଆରେ ରହିଲେ। ଦିନେ ତାଙ୍କ ମୃତଦେହ ସମୁଦ୍ର କୂଳରେ ମିଳିଲା। ତାଙ୍କ ମୃତ ଦେହରେ ଛୁଞ୍ଚି ଦାଗ ଓ ହାତ ଗୋଡ କାଟି ଦିଆ ଯାଇଥିଲା। ଗୋଆ ପୋଲିସ୍ ଏହି ମାମଲାକୁ ଲୁଚାଇବା ନେଇ ଆରୋପ ଲାଗିଥିଲା। ତଦନ୍ତରେ ସ୍କାରଲେଟଙ୍କ ଡାଏରୀ ସାମ୍ନାକୁ ଆସିଥିଲା। ଯେଉଁଥିରେ କିଛି ଲୋକ ତାଙ୍କ ସହ କିଭଳି ଦୁଷ୍କର୍ମ କରିଥିଲେ ତାହା ଉଲ୍ଲେଖ ଥିଲା। ବମ୍ବେ ହାଇକୋର୍ଟ ଏହି ଘଟଣାରେ ସେମସନ ଡିସୁଜାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ପୂର୍ବରୁ ଗୋଆ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଛାଡି ଦେଇ ଥିଲା।*

*ପ୍ରିୟଦର୍ଶନୀ ମଟ୍ଟୁ ମାମଲା:- ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ ପ୍ରିୟଦର୍ଶିନୀ ମଟ୍ଟୁ ୧୯୯୬ ଜାନୁଆାରୀ ୨୫ରେ ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଉ ଥିଲା। ଏହି ମାମଲାରେ ଅଭିଯୁକ୍ତ ଥିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆଇନ ଛାତ୍ର ସନ୍ତୋଷ ସିଂହ । ୧୯୯୯​‌ରେ ତାଙ୍କୁ ଡିସେମ୍ବର ୩ରେ ଖଲାସ କରାଯାଇଥିଲା। ୨୦୦୬ ଅକ୍ଟୋବରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେବା ଫଇସଲା ଶୁଣାଇ ଥିଲେ। ତେବେ ୨୦୧୦ରେ ତାଙ୍କୁ ଆଜୀବନ ଜେଲଦଣ୍ଡ ଦିଆଯାଇଥିଲା।*

*ନିର୍ଭୟା ମାମଲା:- ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ଚଳନ୍ତା ବସରେ ୨୩ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ବଳାତ୍କାର ପରେ ପୀଡ଼ିତାଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦେଇ ଥିଲେ। କିଛି ଦିନ ତାଙ୍କର ହସପିଟାଲରେ ଚିକିତ୍ସା ଚାଲିବା ପରେ ନିର୍ଭୟାଙ୍କ ମୃତ୍ୟୁ ସିଙ୍ଗାପୁରରେ ହୋଇଥିଲା। ତେବେ ଏ ଘଟଣା ପରେ ଦିଲ୍ଲୀ ସମେତ ଦେଶବ୍ୟାପି ଆନ୍ଦୋଳନ ସୃଷ୍ଟି ହୋଇ ଥିଲା। ଏ ମାମଲା ପରେ ଜଷ୍ଟିସ ବର୍ମା ସମିତି ଗଠନ କରାଯାଇ ମହିଳାଙ୍କ ବିରୋଧରେ ହିଂସା ଆଇନର ସମୀକ୍ଷା କରାଯାଇ ଥିଲା। ତେବେ ଏଥିରେ ୬ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଜେଲରେ ରଶି ଲଗାଇ ଆତ୍ମହତ୍ୟା​‌ କରିଥିଲେ। ମାର୍ଚ ୨୦୨୦ରେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଦିଲ୍ଲୀ ତିହାଡ ଜେଲରେ ଫାଶି ଦଣ୍ଡ ଦିଆଯାଇ ଥିଲା।*

*ମୁମ୍ବାଇ ଗ୍ୟାଙ୍ଗରେପ:- ୨୦୧୩ରେ ମୁମ୍ବାଇରେ ମଧ୍ୟ ଦୁର୍ଭାଗ୍ୟପୂବଣ୍ର୍ଣ ଘଟଣା ଘଟିଥିଲା। ସେଠାରେ ୨୨ ବର୍ଷୀୟା ଜଣେ ଫଟୋ ସାମ୍ବାଦିକା ଏକ ଷ୍ଟୋରି ପାଇଁ ଯାଇଥିଲେ। ସେଠାରେ ତାଙ୍କ ସହ ପାଞ୍ଚ ଜଣ ଗଣଦୁଷ୍କର୍ମ କରିଥିଲେ। ସମସ୍ତ ଦୋଷୀ ଧରାପଡ଼ିବା ସହ ଟ୍ରାଏଲ କୋର୍ଟ ୨୦୧୪ରେ ସେମାନଙ୍କୁ ଫାଶି ଦଣ୍ଡ ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣକୁ ଆଜୀବନ ଜେଲ ହୋଇଥିଲା।*

*ଇମରାନା ମାମଲା:- ୨୦୦୫ରେ ଇମରାନା ମାମଲା ସବୁଠୁ ଭିନ୍ନ ଥିଲା। ତାଙ୍କ ଶ୍ବଶୂର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଗାଁର ପଞ୍ଚାୟତ ଏହାକୁ ବ୍ୟଭିଚାର ମାମଲା ଭାବି ଇମାନରାଙ୍କୁ ଆଦେଶ ଦିଆଯାଇ ଥିଲା ସ୍ବାମୀଙ୍କୁ ଛାଡି ଶ୍ବଶୂରଙ୍କ ସହ ରହିବାକୁ ଓ ଶ୍ବଶୂରଙ୍କୁ ସ୍ବାମୀ ଭାବିବାକୁ। ପରେ ନ୍ୟାୟାଳୟ ଶ୍ବଶୂରଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ଦେଇ ଥିଲେ।*

*ସୌମ୍ୟା ମାମଲା:- ୨୦୧୧ରେ କେରଳ ଏମାକୁଲମରୁ ଶୋରମୁର ଯାଉଥିବା ସୌମ୍ୟାଙ୍କ ସହ ଚଳନ୍ତା ଟ୍ରେନରେ ଦୁଷ୍କର୍ମ କରାଯାଇ ଥିଲା। ଏହା ସହ ଅଭିଯୁକ୍ତ ଗୋବିନ୍ଦାଚାମୀ ସୌମ୍ୟାଙ୍କ ଠାରୁ ଟଙ୍କା ପଇସା ଲୁଟ କରି ଟ୍ରେନରୁ ଫିଙ୍ଗିଦେଇଥିଲେ। ଏହା ପରେ ଅଭିଯୁକ୍ତ ନିଜେ ମଧ୍ୟ ଟ୍ରେନରୁ ଡେଇଁ ପଡ଼ି ପୁଣି ଆହତ ଅବସ୍ଥାରେ ପଡ଼ିଥିବା ସୌମ୍ୟାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ନ୍ୟାୟାଳୟ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇ ଥିଲେ।*

*ଭମ୍ବରୀ ଦେବୀ ମାମଲା:- ରାଜସ୍ଥାନର ଭେତେରି ଗାଁରେ ୧୯୯୨ରେ ଉଚ୍ଚ ଜାତିର ୫ଜଣ ଲୋକ ଭମ୍ବରୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ବାଲ୍ୟ ବିବାହକୁ ନେଇ ଭମ୍ବରୀ ଲୋକଙ୍କୁ ସଚେତନ କରୁଥିବାରୁ ତାଙ୍କ ସହ ଏଭଳି ଜଘନ୍ୟ ଘଟଣା ଘଟିଥିଲା। ଦେଶବ୍ୟାପି ଏ ମାମଲାକୁ ନେଇ ଖୁବ ଚର୍ଚା ହୋଇ ଥିଲା। ଏହା ପରେ ସୁପ୍ରିମ କୋର୍ଟ ​‌ଯୌନ ଉତ୍ପୀଡ଼ନ ସମ୍ବନ୍ଧରେ ଗାଇଡଲାନ ଜାରି କରିବା ନିର୍ଦେଶ ଦେଲେ। ଟ୍ରାଏଲ କୋର୍ଟରେ ସବୁ ଅଭିଯୁକ୍ତଙ୍କୁ ବଳାତ୍କାର ଆରୋପରୁ ମୁକ୍ତ କରି ଦିଆଯାଇଥିଲା।*

News Comment

Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like