-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
ବଲାଙ୍ଗିର: ଆଜି ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ପାଟଣା ମହାରାଜ ତଥା ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଜା,ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଶ୍ରାଦ୍ଧ ବାର୍ଷିକୀରେ ବଲାଙ୍ଗିର ଯୁବ ମୋର୍ଚ୍ଚା ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି । ମହାରାଜା ଆର୍. ଏନ୍. ସିଂହ ଦେଓ ଜଣେ ପ୍ରବୀଣ ରାଜନୀତିଜ୍ଞ, ଦୃଢ ପ୍ରଶାସକ ଏବଂ ଦକ୍ଷ ବ୍ୟବସ୍ଥାପକ ଭାବରେ ସେ ଭାରତ ବର୍ଷରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ତିରୋଧାନ ଦିବସରେ ଆଜି ଅୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମରଜିତ ପଟେଲ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବବ୍ରତ ନିନା, ସିଦ୍ଧାନ୍ତ ସିଂଦେଓ, ପୂର୍ବତନ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ବିକାଶ ଚନ୍ଦ୍ର ଶର୍ମା, ଗୋଲାପ ସୋନି,ନାରାୟଣ ରାଉତ, ନିରଞ୍ଜନ ତ୍ରିପାଠୀ, ଅଙ୍କିତ ସିଂଦେଓ ପ୍ରମୁଖ ଉପସ୍ଥିଥ ଥିଲେ।