-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
23-Feb-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଏକ ଲମ୍ବା ସମୟଧରି ବରଗଡ଼ ବିକାଶ ହସ୍ପିଟାଲରେ ଫୁସ୍ ଫୁସ୍ ଜନିତ ରୋଗ ରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିଥିବା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ୍ ରେ ପ୍ରମେୟ ରେ କାର୍ଯ୍ୟରତ ଥିବା ବରିଷ୍ଠ ସାମ୍ବାଦିକ ତଥା ଓଜେୟୁ ଜିଲ୍ଲା ଶାଖା ର ଉପଦେଷ୍ଟା ଶ୍ରୀ ରାଜକୁମାର ମାହାଣାଙ୍କୁ ଆଜି ସକାଳ ୯ ଘଣ୍ଟା ସମୟରେ ଭେଟିଲେ ଓ ସ୍ଵାସ୍ଥ୍ୟବସ୍ଥା ବୁଝିଲେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର କର୍ମକର୍ତ୍ତା । ଏ ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଚିକିତ୍ସା ରେ ସହାୟତା ପାଇଁ ଶ୍ରୀ ରାଜ କୁମାର ମାହାଣା ଙ୍କୁ ୧୦,୦୦୦ (ଦଶ ହଜାର ) ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଓ ଏକ ମାସ ଧରି ଡାକ୍ତର ଙ୍କ ପରାମର୍ଶ ରେ ଘରେ ବିଶ୍ରାମ ରେ ଥିବା ଶ୍ରୀ ମାହାଣା ଙ୍କ ଆରୋଗ୍ୟ କାମନା ସହ ସାମ୍ବାଦିକତା କାର୍ଯ୍ଯ ରେ ସକ୍ରିୟ ରହିବାକୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଠାରେ ଶୁଭ କାମନା କରିଥିଲେ l ସଂଘ ର ଉପଦେଷ୍ଟା ତଥା ତରଭା ର ବରିଷ୍ଠ ସାମ୍ବାଦିକ ମାନ ଭଞ୍ଜନ ମିଶ୍ର, ଅନ୍ତର୍ଯ୍ୟାମୀ ନାଏକ, କପିଳାସ ସେଠ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସଂପାଦକ ମହାଦେବ ମଲ୍ଲିକ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ରତନ ପଟ୍ଟନାୟକ, ସୋନପୁର ର ଯୁବ ସାମ୍ୱାଦିକ ସୁଭାଷ ଚନ୍ଦ୍ର ପଣ୍ଡା, ତରଭା ର ଯୁବ ସାମ୍ୱାଦିକ ଶ୍ରୀ କୁମାର ମହନ୍ତ ପ୍ରମୁଖ ଯୋଗ ଦେଇ ଶ୍ରୀ ମାହାଣା ଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ l