-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଲୋକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି |ସୂଚନା ଅନୁସାରେ ଶିମିଳିପଦର ପଞ୍ଚାୟତ ପତ୍ରାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବ ଚରଣ ମହାଲିକ ଙ୍କ ପୁତ୍ର ପ୍ରଧାନ ଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ସୋନପୁ୍ର ହସ୍ପିଟାଲ ନେଉଥିବା ବେଳେ ବାଟରେ ଅଚେତ ହୋଇଯାଇଥିଲେ ପରେ ହସ୍ପିଟାଲ ରେ ପହଞ୍ଚିବା ପରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ |ରାତିରେ ତାଙ୍କ ଶବ କୁ ଶବ ଗୃହରେ ରଖି ଗୁରୁବାର ମଧ୍ୟାହ୍ନ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ପରିବାର ଲୋକେ ଶବ କୁ ଆଣି ଗାଁ ମଶାଣି ରେତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l |ବଡ଼ଝିଅ ମୁଖାଗ୍ନି ଦେଇଥିଲେ |ତାଙ୍କ ମୃତ୍ୟୁ ଖବର ପାଇ ସୋନପୁର ହସ୍ପିଟାଲ ରେ ତାଙ୍କ ବାପା ଶିବ ଚରଣ ମହାଲିକ,ଦୁଇ ଭଉଣୀ,ଦୁଇ ଭାଇ, ଭଉଣୀ ଜ୍ୱାଇଁ ଙ୍କ ସହ ବହୁ ଶିକ୍ଷକ ନେତା, ଶିକ୍ଷକ ଶେଷ ଦର୍ଶନ କରିଥିଲେ |ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି |