-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -2025 ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ପୁଲ ବି ର ପ୍ରଥମ ମ୍ୟାଚ ଝାରଖଣ୍ଡ ଉମେଶ ବ୍ରଦର୍ସ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛିu l ଝାର ଖଣ୍ଡ ଦଳ କୁ ୪-୩ ଟ୍ରାଇ ବ୍ରେକର ଗୋଲ୍ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ଣ୍ଣl ମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ କୁ ପ୍ରଵେଶ କରିଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଓ ସମ୍ମାନିତ ଅତିଥି ଭାବରେ ସି ଡି ଏମ ପି ଏଚ୍ ଓ ଶ୍ରୀ ପ୍ରଦୀପ କୁମାର ଗୁରୁ, ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଖେଳାଳୀ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l
ନିମନ୍ତ୍ରିତ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ଫ୍ରାଞ୍ଚାଇଜ୍ ସଂସ୍କାର ଏଗ୍ରୋ ପ୍ରୋପାଇଟର ଲୋକ ନାଥ ରଥ ଓ ଝାରଖଣ୍ଡ ଉମେଶ ବ୍ରଦର୍ସ ଦଳ ର ଫ୍ରାଞ୍ଚାଇଜ୍ ମହାନଦୀ ଧାରା ଡାଇରେକ୍ଟର ପ୍ଲାବନ ଶତପଥି ଭେଟରାନ ଫୁଟବଲ୍ ଖେଳାଳୀ ଗୋରେଖ ନାଥ ସାହୁ, ବିରଞ୍ଚି ମହାନ୍ତି, ଗୌରୀ ଶଙ୍କର ପଣ୍ଡା, ସମାଜସେବୀ ଗତି କୃଷ୍ଣ ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘ ର ଦିଗାମ୍ବର ଶତପଥି, ଆଦିତ୍ୟ କିଶୋର ଦାନି, ବି ସତ୍ୟ ନାରାୟଣ ରାଓ, ଯୋଗ ଦେଇ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l ଆଜିର ଖେଳ କୁ ମୁଖ୍ୟ ରେଫରୀ ଭାବେ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିବା ବେଳେ ଫୋର୍ଥ ଅଫିସିଆଲ୍ ରାଜେଶ୍ ଥନାପତି, ପି ଇ ଟି ଦିଲ୍ଲୀପ ରାଉତ ଓ ଦେବାଶିଷ ବାଗ ସହଯୋଗ କରିଥିଲେ l ପ୍ରବୁଦତ୍ତ କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ୧ ନମ୍ୱର୍ ଖେଳାଳୀ ସଞ୍ଜୟ ହେମ୍ରମ ଙ୍କୁ ପୁରସ୍କୃତ କରା ଯାଇଛି l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵା ବଧlନ ରେ ଅନୁଷ୍ଟିତ ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ l ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l