-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2025
ନୂଆଁପଡ଼ା(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ସରକାରୀ ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ତାଲିମ ନିମନ୍ତେ ଅଜି ଅନୁଷ୍ଠାନ ର ଅଧ୍ୟକ୍ଷ ଅନନ୍ତ ରାମ ମେହେର ଙ୍କ ତତ୍ୱାବଧାନ ରେ ଉଦଘାଟିତ ହୋଇଯାଇଛି l ଉଦଘାଟନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ କୁ ଆସିଥିବା ମାଷ୍ଟର ଟ୍ରେନର ନୀଳିମା ବାରିକ, ବରିଷ୍ଠ ଶିକ୍ଷକ ଯୋଗେନ୍ଦ୍ର ନାଥ ଦଣ୍ଡସେନା, ହରିହର ମାଝୀ, ବର୍ଷାରାଣୀ ନାୟକ, କିର୍ତ୍ତୀ ରାମ ମାଝୀ, ସନ୍ତୋଷ ବାଗ, ନରେଶ କୁ ସାହୁ, ହରିହର ସାହୁ, ପ୍ରତ୍ୟୋଶ ଦାନୀ, ତନ୍ମୟ ତାଣ୍ଡି, ଜଗମୋହନ ମେହେର ସମେତ ପଚାଶ ରୁ ଉର୍ଧ୍ଵ ଛାତ୍ରୀ ଉପସ୍ଥିତ ଥିଲେ l ଆଜିର ଦିନରେ ଛାତ୍ରୀ ମାନେ କିଭଳି ନିଜର ଆତ୍ମରକ୍ଷା କରିବେ ତା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଶିବିର ଟି ଆସନ୍ତା ଏଗାର ତାରିଖ ରେ ଉଦଯାପିତ ହେବ l