-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Feb-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାପିପଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆର୍ଦ୍ର ଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ ! ପରେ ଗ୍ରାମର ପୋଖରୀ ତୁଠ ଠାରେ ଛାତ୍ରଛାତ୍ରୀ ମାନେ ଆର୍ଦ୍ର ଭୂମିର ସୁରକ୍ଷା ପାଇଁ ଜଣେ ଜଣେ ଆର୍ଦ୍ର ଭୂମି ମିତ୍ର ଭାବେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା କୁଇଜ,ବକ୍ତୃତା, ଚିତ୍ରାଙ୍କନ,
ସ୍ଲୋଗାନ ଲିଖନ, ପୋଖରୀ ସଫେଇ ଆଦି ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଟେଲ, ଗୋବିନ୍ଦ ଥାଟି, ଜିବାନନ୍ଦ ଖମାରୀ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରି ଥିଲେ ।କାର୍ଯ୍ୟକ୍ରମକୁ ଇକୋକ୍ଲବ ଇନ୍ ଚାର୍ଜ ପ୍ରକୃତିବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ପରିଚାଳନା କରିଥିବା ବେଳେ ଯୁଧିଷ୍ଠିର ଡାଙ୍ଗ,ଲାଲବାହାଦୁର ବାରିକ, ତୀର୍ଥରାଜ ପଧାନ, ଶ୍ରୀପତି ପାତ୍ର, ସୁନାବିର ନାଗ ପ୍ରମୁଖ ସହଯୋଗ କରିଥିଲେ ।