-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
02-Feb-2025
ବରପାଲି (ସୁଦାମ ଦୀପ )
ନୀମିସ - ନାରାୟଣ ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ରମେଶ ସାହୁ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସମିତି ର ପରିଚାଳନା ପରିଷଦ ର ସଭ୍ୟ ଦିଲୀପ ପଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ପରିଚାଳନା ପରିଷଦ ର ସଭାପତି କୁନାଲ ଭୋଇ, ଉପସଭାପତି ଭୁୟୋଦର୍ଶିନୀ ସାହୁ, କୃଷକ ନେତା ଚଞ୍ଚଳ ପଧାନ, ପୂର୍ବତନ ସମ୍ପାଦକ ବନବସ ପଧାନ, ପୂର୍ବତନ ଶିକ୍ଷକ ଲମ୍ବୋଦର ପଧାନ, ଦାମୋଦର ସାହୁ, କୁମ୍ଭାରୀ ପେକ୍ସ ସମ୍ପାଦକ ଅଗସ୍ତି ଭୋଇ, ବରପାଲି ପେକ୍ସ ସମ୍ପାଦକ ଦିଲୀପ ଭୋଇ, ଆଗଲପୁର ପେକ୍ସ ସମ୍ପାଦକ ସୁମିତ ପଧାନ, ଖେମେଶରା ର ରାଧେଶ୍ୟାମ ପଧାନ, ଫକୀର ମୋହନ ପଧାନ, ଧନେଶ୍ୱର ସିଂ, ଅନି ଭୁଏ, ସଂଜୀବ ଭୋଇ ଯୋଗଦାନ କରି ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ଓ ଦୀର୍ଘାୟୁ କାମନା କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସମିତି ର କର୍ମଚାରୀମାନେ ଯଥା ହୀରାଲାଲ ବେହେରା, ଦେବେଶ ସାହୁ, ହିମାଂଶୁ ସାହୁ, ଚନ୍ଦ୍ରଶେଖର ପଧାନ, ମାନସ ସାହୁ, ନୀଳାଞ୍ଚଳ ସାହୁ ଏବଂ ଯଦୁମଣି ଭୋଇ ସହଯୋଗ କରିଥିଲେ l