-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-Feb-2025
(ମିହିର ଶଙ୍କର ପାତ୍ର,)
ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସେମଳାରେ ନିପୁଣଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି ! ନିପୁଣଓଡିଶା ମେଳାରେ ମୁଖ୍ୟଅତିଥି ଭାବେ ସେମଳା ଗ୍ରାମପଞ୍ଚାୟତ ସରପଞ୍ଚ ଟଙ୍କଧର ପୂଜାରୀ ଯୋଗଦାନ କରି ଭାଷା, ଗଣିତ, ସୃଜନଶୀଳ, ମତାମତ ପ୍ରକୋଷ୍ଠା ପାଇଁ ଶୁଭ ଉଦଘାଟନ କରିଥିଲେ ।ନିପୁଣଓଡିଶା ମେଳାରେ ଗୀତ ପରିବେଷଣ ,ଶପଥ ପାଠ ,ଶିକ୍ଷଣ ସାମଗ୍ରୀର ପ୍ରଦର୍ଶନ ହୋଇଥିଲା ।ଵିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗୋଷ୍ଟୀ ଯୋଗଦାନ କରିଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ, ଭାଷା ଓ ସଂଖ୍ୟା ଜ୍ଞାନରେ ପିଲାଙ୍କୁ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷଣ ସାମଗ୍ରୀ, ଗୀତ, ନାଚ଼ ମାଧ୍ୟମରେ ଶିକ୍ଷା ଦାନକୁ ଗୁରୁତ୍ଵ ଦେଇ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକର ପ୍ରୟାସ ରେ ଏଫ ଏଲ ଏନ ସଫଳତା ପାଇଁ ମତ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ନିରିକ୍ଷଣ ପାଇଁ ଲିଙ୍ଗରାଜ ବିଷୋୟୀ ଯୋଗଦାନ କରିଥିଲେ।ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗଦାନ କରି ସହଯୋଗ କରିଥିଲେ ।ଦୈତାରୀ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ ।ଵିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଷା ଓ ଗଣିତ ପାଇଁ ସୃଜନ ଶୀଳ ମତାମତ ପ୍ରଦାନ କରି ଆଜିକାର କାର୍ଯ୍ୟକ୍ରମ କୁ ଶୋଭା ବର୍ଦ୍ଧନ କରିଥିଲେ ।ସିନିୟର୍ ପ୍ରଧାନ ଶିକ୍ଷକ ରଞ୍ଜନ ମୋହନ ଖୁରା ଶିକ୍ଷକ ଭାବେ ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ଦାୟିତ୍ବ ନେଇ ପିଲାର ଭବିଷ୍ୟତ ଗଠନ ବାର୍ତ୍ତ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ ଘୋଷଣା କରିଥିଲେ ।