-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||     

HOME   ରାଜନୀତି

ପ୍ୟାରୀଙ୍କ ଠୁ ବି ଅଧିକ କ୍ଷମତାର ଅଧିକାରୀ ବବି; ୨୦୧୨ ଘଟଣାର ପୁନରାବୃତ୍ତି ସମ୍ବବ କି ?

13-Jan-2021



ଭୁବନେଶ୍ୱର, (ପ୍ରେରଣା ଖବର ବ୍ୟୁରୋ) : ଦଳ ଆରମ୍ଭ ହେବା ଦିନ ଠୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ବ୍ୟତୀତ ଦଳରେ କେହି ନା କେହି ନିଜର ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି । ନିଜର ସଙ୍ଗଠନ ତଥା ନବୀନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ନେତା ଏହି  ତାଲିକାରେ ଅଛନ୍ତିି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଅଧିକ ସମୟ ଧରି ଏହି କ୍ଷମତାରେ ରହିପାରିନାହାନ୍ତି ।୨୦୦୦ ମସିହାରୁ ବିଜୁ ଜନତା ଦଳ(ବିଜେଡି) ଅପ୍ରତିଦ୍ୱନ୍ଦୀ ଦଳ ଭାବେ ଓଡ଼ିଶାରେ ଶାସନ କରୁଛି । ଦଳର ପ୍ରତିଷ୍ଠାତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ତଥା ରାଜ୍ୟର ସବୁ ନିଷ୍ପତ୍ତି ଦିଆଯାଇଥାଏ । ହେଲେ ଦଳ ଆରମ୍ଭ ହେବା ଦିନ ଠୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ବ୍ୟତୀତ ଦଳରେ କେହି ନା କେହି ନିଜର ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି । ନିଜର ସଙ୍ଗଠନ ତଥା ନବୀନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ନେତା ଏହି  ତାଲିକାରେ ଅଛନ୍ତିି । ବିଜୟ ମହାପାତ୍ରଙ୍କ ଠୁ  ଆରମ୍ଭ କରି ପ୍ରଣବ ପ୍ରକାଶ ଦାସଙ୍କ ପର୍ଯ୍ୟନ୍ତ ଦଳରେ ଏପରି ବହୁ କ୍ଷମତାଶୀଳ ବ୍ୟକ୍ତି ଆସିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଅଧିକ ସମୟ ଧରି ଏହି କ୍ଷମତାରେ ରହିପାରିନାହାନ୍ତି ।  ବରିଷ୍ଠ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କ ଭୂମିକା ଏମାନଙ୍କ ମଧ୍ୟରୁ ସର୍ବାଧିକ । କ୍ଷମତା ଲୋଭରେ  ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୨ରେ ତାଙ୍କୁ ଦଳରୁ ବହିସ୍କୃତ କରିଥିଲେ ନବୀନ ପଟ୍ଟନାୟକ ।   ବିଜେଡିରେ ଏବେ ପ୍ୟାରୀଙ୍କ ଠୁ ବି ଅଧିକ କ୍ଷମତାର ଅଧିକାରୀ ଅଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବିବି । ବିଜେଡିରେ ବିବିଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହେଉନାହିଁ ବୋଲି ଦଳର କର୍ମୀମାନେ ମତ ପ୍ରକାଶ କରିଛନ୍ତି । ତେବେ ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ପ୍ୟାରୀଙ୍କ ଭଳି ବିବି ପାୱାର ପାଇଁ ସେଭଳି କିଛି କରିବେନି ତ  ?

ବିଜେଡି ଦଳ ଗଠନ ସମୟରେ ରାଜ୍ୟର ବରିଷ୍ଠ ନେତା  ତଥା ବିଜୁ ପଟ୍ଟନାୟକଙ୍କ ସହ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଦଳରେ ପ୍ରମୁଖ ଭୂମିକା ନିଭାଉଥିଲେ । ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଠୁ ଆରମ୍ଭ କରି ବଡ ବଡ ନିଷ୍ପତ୍ତିରେ ମଧ୍ୟ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ  । ହେଲେ ଶେଷରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ  ଦଳରୁ ବିଦା ହେବାକୁ ପଡିଥିଲା । ଏହା ପରେ ବିଜୁ ପଟ୍ଟନାୟକଙ୍କ ପ୍ରନସିପାଲ ସେକ୍ରେଟେରୀ ପ୍ୟାରୀ ମୋହନ ମହାପାତ୍ର ବିଜେଡିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇ  ଥିଲେ । କୁହାଯାଉଛି କୁଆଡେ ତାଙ୍କ ପାଇଁ ବିଜେଡି ୨୦୦୪ ଏବଂ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ବହୁମତ ହାସଲ କରିଥିଲା । ଏକଦା ନବୀନ ପଟ୍ଟନାୟକଙ୍କ  ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ପ୍ୟାରୀଙ୍କ ବିନା ଅନୁମତିରେ ଦଳରେ ପତ୍ରଟିଏ ମଧ୍ୟ ହଲୁ ନ ଥିଲା । ନବୀନ ମଧ୍ୟ ପ୍ୟାରୀଙ୍କ ଉପରେ ଖୁବ୍ ବିଶ୍ୱାସ  ରଖିଥିଲେ । ହେଲେ ୨୦୧୨ ଜୁନରେ ନବୀନ ପଟ୍ଟନାୟକ ଯେତେବେଳେ ଲଣ୍ଡନରେ ଥିଲେ ପ୍ୟାରୀ ମହାପାତ୍ରଙ୍କ ତାଙ୍କର କିଛି ସହଯୋଗୀଙ୍କୁ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ଆସିଥିଲା ।  ଏହି ଅଭିଯୋଗରେ ତାଙ୍କୁ ମଧ୍ୟ ଦଳରୁ ବହିସ୍କାର ହେବାକୁ ପଡିଥିଲା।
ପ୍ୟାରୀଙ୍କ ଏଭଳି ପ୍ରୟାସ ପରେ ଦଳର କୌଣସି ନେତାଙ୍କ ପ୍ରତି ନବୀନ ବିଶ୍ୱାସ କରିପାରୁ ନ ଥିଲେ । ୨୦୧୨ ପୂର୍ବରୁ ଦଳରେ ସେତେଟା ଆକ୍ଟିଭ ନ ଥିବା ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ୨୦୧୪ ନିର୍ବାଚନରେ ବିଜେଡି ରେକଡ ସଂଖ୍ୟକ ବହୁମତ ସହ ସରକାର ଗଠନ କରିଥିଲା ।  ସେବେଠୁ ଦଳର ନେତାଙ୍କର ମଧ୍ୟ ବିଶ୍ୱାସ ଆସି ଯାଇଥିଲା ଓଡ଼ିଶାର ଜନସାଧାରଣ କେବଳ ନବୀନଙ୍କୁ ହିଁ ବିଶ୍ୱାସ କରୁଛନ୍ତି । ୨୦୧୨ ଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଚର୍ଚ୍ଚାକୁ ଆସିଥିଲେ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ଭୁମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ନ ଥିଲା ବିଜେଡିରେ ତାଙ୍କର ଭୂମିକା ତା ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ।  ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏବେ ପାଣ୍ଡିଆନ ଏବଂ ବିବି ଦଳର ତଥା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ।  ଜଣେ ପ୍ରଶାସନିକ ଅଧିକାରୀ  ଭାବେ ରାଜନୈତିକ କ୍ଷେତ୍ରରେ ପାଣ୍ଡିଆନ ସେତେଟା ଆଗକୁ ଆସୁ ନ ଥିଲେ ମଧ୍ୟ ଦଳରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏପରି ସ୍ଥଳେ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ପ୍ରଣବ ପ୍ରକାଶ ଦାସ ଦଳର ସବୁ କିଛି କାର୍ଯ୍ୟ ତୁଲାଉଛନ୍ତି ।
ସାଙ୍ଗଠନିକ ସମ୍ପାଦକ ହେବା ପରେ ଦଳରେ ବିବିଙ୍କ ଭୂମିକା ପ୍ୟାରିଙ୍କ ଠୁ ବି ଅôଧକ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ବୟସ ବଢିବା ସାଙ୍ଗକୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପୂର୍ବ  ଅପେକ୍ଷା ଦୁର୍ବଳ ହୋଇଯାଇଛି । ତେଣୁ ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ବବିଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ଦଳର ନେତାମାନେ ବିବିଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ବିବି ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟ ତୁଲାଇବା ପାଇଁ । ବିଜେଡି ନେତାମାନେ ଏବେ ବବିଙ୍କ ପରାମର୍ଶରେ ପ୍ରରୋଚନାରେ କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି । ଦଳର ମନ୍ତ୍ରୀମାନଙ୍କ ପାଖରୁ ଯେତିକି ଅଭିଯୋଗ ନ ଆସୁଛି ବିବିଙ୍କ ପାଖକୁ ଅଧିକ ଆସୁଛି । ଏଥିପାଇଁ ନିକଟରେ ବିବି ନିଜର ମୋବାଇଲ ନମ୍ବର ପରିବର୍ତ୍ତନ କରିଥିଲେ । କିନ୍ତୁ ଦଳର ବହୁ ବରିଷ୍ଠ ନେତା ଅଛନ୍ତି ବିବିଙ୍କୁ ଆନ୍ତରିକତାର ସହ ଭଲ ପାଉ ନାହାନ୍ତି କିନ୍ତୁ ପାୱାର ଦୃଷ୍ଟିରୁ ତାଙ୍କ ସହ ଜଡିତ ଅଛନ୍ତି । ନବୀନ ପଟ୍ଟନାକୟ ଏବଂ ଦଳର ନେତାଙ୍କ ମଧ୍ୟରେ ବିବି ମଝିରେ ଅଛନ୍ତି । ଦଳର ଗୋଷ୍ଠୀ କନ୍ଦଳ ଠୁ ଆରମ୍ଭ କରି ର୍ୟାଲି, ସଭା ସବୁକିଛି ବବିଙ୍କ ନେତୃତ୍ୱରେ ହେଉଛି । ବିଜେଡିର ପ୍ରତିଷ୍ଠା ଦିବସରେ ସମସ୍ତ କାର୍ଯ୍ୟକ୍ରମ ବବିଙ୍କ ନେତୃତ୍ୱରେ ର୍ହି ପରିଚାଳିତ ହୋଇଥିଲା । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପାଇଁ ବବି ଗତକାଲି କଳାହାଣ୍ଡି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । 
ସବୁଠୁ ବଡ କଥା ହେଉଛି ନବୀନ କଣ ପାଇଁ ବିବିଙ୍କ ଉପରେ ଏତେ ବିଶ୍ୱାସ କରିବା ସହ ଦଳର ଏଭଳି ଏକ ଗୁୂରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦେଇଛନ୍ତି । ଯାହା ପୂର୍ବରୁ ବିଜେଡିର କୌଣସି ନେତାଙ୍କୁ ମିଳି ନ ଥିଲା । ବିବି ମଧ୍ୟ ଦଳର କର୍ମୀଙ୍କୁ ତାଙ୍କ ପ୍ରତି ଅବା ନବୀନଙ୍କ ପ୍ରତି ଆନୁଗତ୍ୟ ନ ଦେଖାଇ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି ।  କିନ୍ତୁ ପ୍ରଶ୍ନ ଉଠୁଛି ପ୍ୟାରୀ ଯେପରି କଲେ ବିବି ସେପରି କରିବେନି ତ । କାରଣ ଏବେ ବିଜେଡିର ପ୍ରାୟ ସବୁ ନେତା ବିବିଙ୍କ ସହ ସିଧାସଳଖ ଯୋଡି ହୋଇ ରହୁଛନ୍ତି ।  ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦିଓ ବିବି ଦଳ ବିରୋଧୀ କାର୍ଯ୍ୟ କରି ପାୱାର ହାତେଇବା ଲକ୍ଷରେ ନାହାନ୍ତି କିନ୍ତୁ ଦଳରେ ରହି ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା ଚଳାଇଛନ୍ତି । ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶ ମାନି କାର୍ଯ୍ୟ କରିବାକୁ ସମସ୍ତ କର୍ମୀଙ୍କୁ ସେ ପରାମର୍ଶ ଦେଉଥିବା ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି । ବିବି ପ୍ୟାରୀଙ୍କ ଭଳି କରିବାକୁ ଇଛା କରିବେନି ବୋଲି ମଧ୍ୟ କିଛି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତାଙ୍କର ଯୁକ୍ତି ଅନୁସାରେ ନବୀନଙ୍କ ପରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ଏବେବି କିଛି ସ୍ପଷ୍ଟ ହୋଇନାହିଁ  । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକଙ୍କ ମଧ୍ୟରୁ କେହି ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି  ଦଳ ଭିତରୁ ବିବି ହିଁ ଏକମାତ୍ର ଚେହେରା ଭାବେ ଦଳର ମଙ୍ଗ ଧରିବେ ବୋଲି ଆଲୋଚନା ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026
  ଜିଲ୍ଲା  
ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   06-Aug-2026

You Might Also Like