-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||     

HOME   ଜିଲ୍ଲା

କୁମୁରିଆରେ ଆଞ୍ଚଳିକ ଲୋକମହୋତ୍ସବ ଉଦଘାଟିତ: ସୁଲିଆ ସମେତ ଏହି ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ-ବିଧାୟକ କଳିକେଶ

24-Jan-2025



ବଲାଙ୍ଗୀର(ପ୍ରେରଣା ଖବର): ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁରା ଓ କୁମୁରିଆର ସୁଲିଆପୂଜା ଶହଶହ ବର୍ଷର ପରମ୍ପରା ରହିଆସିଛି। କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ନେଇ ତଥା ପୂଜକମାନଙ୍କ ମତାମତ ନେଇ ଏହି ଦୁଇପୀଠର ବିକାଶ କରାଯିବ। କେବଳ ଏତିକି ନୁହେଁ ଦେଓଗାଁ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ ବୋଲି ଆଜି ଦେଓଗାଁ ବ୍ଲକର କୁଲତାପଡା ଗ୍ରାପ.ର କୁମୁରିଆ ସାନଖଳା ଠାରେ ଆୟୋଜିତ ଆଞ୍ଚଳିକ ଲୋକମହୋତ୍ସବକୁ ଉଦଘାଟନ କରି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି । ଠିକ ସେହିପରି 

ଦେଓଗାଁ ବ୍ଲକର ୧୨ଟି ପଞ୍ଚାୟତ ଅଞ୍ଚଳକୁ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୬୨କୋଟି ଟଙ୍କାର ପ୍ରକଲ୍ପକାମ  ଚାଲିଛି ବୋଲି ବିଧାୟକ କହିଥିଲେ। ପୂର୍ବରୁ ନବୀନ ସରକାର ଅମଳରେ ଦେଓଗାଁ ବ୍ଲକଅଞ୍ଚଳର ଭୀମଡୁଙ୍ଗୁରୀ ଓ ଚାନ୍ଦଲି ପୀଠକୁ ବହୁତ ଅନୁଦାନ ଆସିଛି । ଏବେ ସୁଲିଆପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ୩୦କୋଟି ଟଙ୍କାର ଅନୁଦାନ ପାଇଁ ଦାବିପତ୍ର ଦିଆଯାଇଛି ବୋଲି ବିଧାୟକ ଶ୍ରୀ ସିଂଦେଓ କହିଛନ୍ତି । ମହୋତ୍ସବ କମିଟିର ଅଧ୍ୟକ୍ଷ ଅଭିମନ୍ୟୁ ମାଝୀଙ୍କ ସଭାପତିତ୍ୱ ଓ ମହୋତ୍ସବ କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ କଳିକେଶ ନାରାୟଣ ସିଂଦେଓ, ସମ୍ମାନୀତ ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,ପୂର୍ବତନ ବିଡିସିସି ସଭାପତି ସୁଶୀଳ ଚାନ୍ଦ, ବିଜେଡି ଦଳର କୈଳାଶ ମହାନ୍ତି, ଅତିଥି କଳାକାର ରସରାଜ ଅଚ୍ୟୁତ ପୁରୋହିତ, କଣ୍ଠଶୀଲ୍ପୀ ଶାଶ୍ୱତ ତ୍ରୀପାଠୀ, ସଂଯୋତ କଳାକେନ୍ଦ୍ରର ସଂପାଦିକା ସଂଗୀତା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପ୍ରାରମ୍ଭରେ ସୁଳିଆବୁଢାର ପୂଜାର୍ଚ୍ଚନା କରାଯାଇଥିଲା ଓ ମଞ୍ଚରେ କୁମୁରିଆ ସାନଖଳା ସୁଲିଆପୀଠର ମୁଖ୍ୟପୂଜକ ହରି ଝାଙ୍କର ସମେତ ଅନ୍ୟାନ୍ୟ ପୂଜକଙ୍କୁ ଉତ୍ତରିୟ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରସରାଜ ଅଚ୍ୟୁତ ପୁରୋହିତଙ୍କ ବ୍ୟଙ୍ଗକବିତା ଓ କଣ୍ଠଶିଲ୍ପୀ ଶାସ୍ୱତ ତ୍ରୀପାଠୀଙ୍କ ଗୀତରେ ଦର୍ଶକ ବିଭୋର ହୋଇଯାଇ ଥିଲେ। ଠିକ ସେହିପରି ସଂଯ୍ୟୋତ କଳାକେନ୍ଦ୍ର,ବଲାଙ୍ଗୀରର ସମ୍ବଲପୁରୀ ନୃତ୍ୟ,ପୁଇଁତଳାର କଳାକାରଙ୍କ ଡାଲଖାଇ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା। ଏହା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ କଂସଦରବାର ମଧ୍ୟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ କୁମାର ମେହେର, ରୂପାଧର ପୁଟା, ଟଙ୍କଧର ରଣା, ବେଣୁଧର ସିଂ,ଜୟ ରଣା,ହେମନ୍ତ କୁମାର ମାଝୀ,ଲୋକନାଥ ନନ୍ଦ,ପିତବାସ ନାଏକ,ନିରୋଦ ଛତ୍ରୀଆ ପ୍ରମୁଖଙ୍କ ସହ ଆୟୋଜକ କମିଟିର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ  କୁଲତାପଡା, ମୁଡପଲା, ଅର୍ଜୁନପୁର, ମକୁନ୍ଦପୁର,ସୋନପୁର ଜିଲ୍ଲାର ବାଳଖମାର ଓ ଚାରଭଟା ଗ୍ରାମପଞ୍ଚାୟତ ବହୁସଂଖ୍ୟାରେ ଦର୍ଶକ ଆସିଥିଲେ । ଆସନ୍ତା ୨୫ ଓ ୨୬ ଦୁଇଦିନ ଏହି ମହୋତ୍ସବ ଚାଲିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026

You Might Also Like