-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
22-Jan-2025
ସୋନପୁର/ଉଲୁଣ୍ଡା: ମଙ୍ଗଳବାର ଦିନ ମା ଝାଡେଶ୍ଵରି ସ୍ନାତକ ମହାବିଦ୍ୟାଳୟ, ଧମାର ଅଧ୍ୟୟନ ଯାତ୍ରା ପାତାଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ହୋଇଛି । ଅଧ୍ୟକ୍ଷ ଅନିଲ ପ୍ରଧାନ ପାତାଳୀ ଶ୍ରୀକ୍ଷେତ୍ରର ଗୁରୁତ୍ବ ବୁଝାଇଥିବାବେଳେ ଇତିହାସ ଅଧ୍ୟାପକ ସଂସାର ପଧାନ ମୋଗଲ ସମ୍ରାଟ ରକ୍ତବାହୁ ଆକ୍ରମଣରୁ
ଓଡିଶାର ଚତୁ୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହକୁ ସୁରକ୍ଷା ପ୍ରଦାନ କରିବା ବିଷୟରେ ଅବଗତ କରାଇଥିଲେ । ଏଥିରେ ୯୦ ଜଣ ଛାତ୍ର ଛାତ୍ରୀଙ୍କ ସହ ଅଧ୍ୟାପକ ଅଧ୍ୟାପିକାମାନେ ପାତାଳୀ ପର୍ବତକୁ ଆରୋହଣ କରି ପାତାଳୀ ଗୁମ୍ଫାକୁ ପରିଦର୍ଶନ କରିଥିଲେ । ପ୍ରମୋଦ ଦେହେରୀ, ସଂଜୟ ସାହୁ, ସୁଦିପ୍ତା ଦାସ, ତନ୍ମୟା ବେହେରା, ଅମ୍ରିତା ପଟ୍ଟନାୟକ, ସୁଶ୍ରୀ ପାଢୀ, ସୁନୀତା ସେଠ୍,
ମନିଷା ବେହେରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାଗଣ ପାତାଳୀ ଶ୍ରୀକ୍ଷେତ୍ରର ଐତିହାସିକପୃଷ୍ଠଭୂମିକୁ ବୁଝାଇଥିଲେ ଏବଂ ଏ ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଲମ୍ବୋଦର ପାଢ଼ୀ, ଏକାଦଶୀଆ ଦଳେଇ, ଦିଲୀପ ଗୁରୁ, ଯଦୁମଣି ସାହୁ, ଚିନ୍ମୟ ପାଣିଗ୍ରାହୀ, ରତନ ଲୁହୁର ପ୍ରମୁଖ କର୍ମଚାରିଗଣ ସହଯୋଗ କରିଥିଲେ । ଏଥିରେ କଲେଜର ପରିଚାଳନା କମିଟିର ସଦସ୍ୟଗଣ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।