-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2025
ବଲାଙ୍ଗିର(ପ୍ରେରଣା ଖବର): ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ଡ଼ଃ ସଦାଶିବ ମଲ୍ଲିକ, ଅଜିତ କୁମାର ପଣ୍ଡା, କାର୍ଯ୍ୟକ୍ରମର ସଂଯୋଜିକା ଡ଼ଃ ଅର୍ପିତା ବେହେରା ପ୍ରଭୃତି ମଞ୍ଚାସୀନ ରହିଥିଲେ ।
ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼ଃ ଓଝା ପ୍ରଶିକ୍ଷଣ ଶିବିର ବିଷୟର ଯଥାର୍ଥତା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ପରେ ସଂଯୋଜିକା ଡ଼ଃ ବେହେରା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ଉପରେ
ଗୁରୁତ୍ୱାରୋପ କରିଥିଲେ । ଏକାଦଶ ଶ୍ରେଣୀର ପ୍ରାୟ ୩୪୯ ଛାତ୍ରୀମାନଙ୍କୁ ନେଇ ଆୟୋଜିତ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ନେଇ ସୂଚନା ଦିଆ ଯାଇଛି । ଏହି ତାଲିମ ଶିବିରରେ ପ୍ରଶିକ୍ଷିକା ଭାବରେ
ଯଶୋବନ୍ତୀ ବେହେରା, ସସ୍ମିତା ରାଣୀ ମିଶ୍ର, ସ୍ନେହଲତା ପାଣ୍ଡେ, କମଳିନୀ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ନମ୍ରତା ପାଣିଗ୍ରାହୀ, ଜ୍ୟୋତିସ୍ମିତା ବିନ୍ଦୁରେଖା ସାହୁ , ବିରଞ୍ଚି ପଧାନ, ଅନୁଭୂତି ବରାଳ, ଆଦର୍ଶ ମହାପାତ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ଶେଷରେ ଆଦର୍ଶ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।