-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଲୋକ ଉତ୍ସବ ର ଦ୍ଵିତୀୟ ଦିନ: ବଲାଙ୍ଗିର ମୋର ହୃଦୟ ନିକଟ ରେ ଅଛି: ଉତ୍ତରାଞ୍ଚଳ ଆଇ ଜି, ଦେଖଣାହାରୀଙ୍କ ମନ ମୋହିଲା ଘୁମରା, ଆସାମର ରାଭା ଓ ଡାଲଖାଇ ନୃତ୍ୟ

21-Jan-2025



ବଲାଙ୍ଗିର(ପ୍ରେରଣା ଖବର): ଜିଲ୍ଲା ସଂସ୍କୃତି ପରିଷଦ ଓ ବଲାଙ୍ଗିର ଲୋକ ଉତ୍ସବ ସମିତି ପକ୍ଷରୁ ଅନୁଷ୍ଠିତ ୨୨ତମ  ବଲାଙ୍ଗୀର ଲୋକଉତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ l ଆଜି  ପୂର୍ବାହ୍ନରେ କଳା ମଣ୍ଡଳ ପଡିଆର ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବl ଶତାଧିକ କଳାକାରଙ୍କ ସମାଗମ ହୋଇଥିଲା l  ସ୍ଥାନୀୟ କୋଶଳ କଲାମଣ୍ଡଲ ପଡିଆ ନୂଆ ମଞ୍ଚ ଠାରେ ଅନୁଷ୍ଠିତ ଆଜିର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ଆଇ.ଜି  ଆଇ.ପି.ଏସ୍ ହିମାଂଶୁ ଲାଲ ଯୋଗ ଦେଇ ବଲାଙ୍ଗିର ମୋର ହୃଦୟର ନିକଟରେ ଅଛି ଓ ଏହାର ସଂସ୍କୃତି ଓ ଐତିହ୍ଯ ସମୃଦ୍ଧ ଅଟେ ବୋଲି କହିଥିଲେ l ବଲାଙ୍ଗିରର ଆତିଥ୍ୟ ମୁଁ ଯେଉଁଠାରେ ଥିଲେ ବି 

ମତେ  ଏହି ସ୍ଥାନକୁ ଟାଣି ଆଣିଛି ବୋଲି କହିଥିଲେ l ବଲାଙ୍ଗିରରେ କାର୍ଯ୍ୟରତ ଏସ୍.ପି ମଧ୍ୟ ବେଶ୍ ଦକ୍ଷ ଓ କର୍ମତତ୍ପର ବୋଲି ଶ୍ରୀ ଲାଲ କହିଥିଲେ l ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଟିଟିଲାଗଡ଼ ଉପଜିଲ୍ଲାପାଳ ରୋହନ ଖତ୍ରୀ ଯୋଗ ଦେଇ ଲୋକ ଉତ୍ସବ ମାଧ୍ୟମରେ ଲୁପ୍ତପ୍ରାୟ ଲୋକକଳାର ପୁନଃରୁଦ୍ଧାର ହୋଇପାରୁଛି ବୋଲି କହିଥିଲେ l ସଭା ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ ସାହୁ ଅତିଥି ପରିଚୟ ଓ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି ମଞ୍ଚାସୀନ ଥିଲେ l  ଦ୍ଵିତୀୟ ସନ୍ଧ୍ୟାରେ କଳାକାର ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ନନ୍ଦରାଜ ନାଏକଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରାଯାଇଥିଲା l ଅତିଥି କଳାକାର ବିନୋଦ ବିହାରୀ ଦାସ ମଞ୍ଚାସୀନ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର  ମଞ୍ଚାସୀନ ଅତିଥି ମାନଙ୍କୁ ଉପାୟନ ଓ ଫଳକ ପ୍ରଦାନ କରିଥିଲେ l ସମ୍ପlନ୍  କମିଟିର ସହଅଧ୍ୟକ୍ଷ ରସରାଜ ଅଚ୍ୟୁତ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟିର ସହଅଧ୍ୟକ୍ଷ ବିକାଶ ସା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।  ପରେ ପରେ ହରିଆଣାର ଘୁମର ନୃତ୍ୟ, ମହାରାଷ୍ଟ୍ରର ଗୋନ୍ଧାଲ  ନୃତ୍ୟ, ଆସାମର ରାଭା, ଢେଙ୍କାନାଳର ଲଉଡ଼ି ନୃତ୍ୟ ତଥା ପୁଇଁତଳାର ଢ଼ୋଲମହୁରୀ କଳାକାର ସଂଘର ସାଂସ୍କୃତିକ କାର୍ଯ୍ୟକ୍ରମ, କଳାହାଣ୍ଡିର ଘୁମରା ନୃତ୍ୟ ଓ ବଲାଙ୍ଗିରର କଳାକାର ମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ କୁ ଦେଖଣାହାରୀ ମାନେ ଉପଭୋଗ କରିଥିଲେ l ଆଜି ଅପରାହ୍ନରେ ଲୋକ ଉତ୍ସବ ସେମିନାର କମିଟି ପକ୍ଷରୁ ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ଲୋକ ସଂସ୍କୃତି ରେ ଘୁଡକା ର ଠାନ୍' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ତୁଳନାରେ ଆଜି ଦର୍ଶକ ଓ କଳାପ୍ରେମୀ ମାନଙ୍କ ଭିଡ଼ ଅପେକ୍ଷାକୃତ ଅଧିକ ରହିଥିବା ଦେଖା ଯାଇଥିଲା l ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଆଜି ଦର୍ଶକ ମାନେ ମନ ଭରି ଉପଭୋଗ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026

You Might Also Like