-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
21-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଓଡ଼ିଶା ସୀମାନ୍ତ ମାତ୍ର ପାଞ୍ଚ କିଲୋମିଟର ଦୂରତାରେ କୁଲାହରିଘାଟ ଭାଲୁଦିଗୀ ଜଙ୍ଗଲରେ ଅବସ୍ଥିତ ଅଟେ। ଏସ ଓ ଜି ଯବାନ, ସିଆରପିଏଫ୍ ଏବଂ ଡି ଆର ଜି ଯବାନ ଙ୍କ ମିଳିତ ମାଓ ଅପରେସନ ବେଳେ ଗୁଳି ବିନିମୟ ହୋଇଅଛି। ଏହି ଗୁଳି ବିନିମୟ ଜାରି ରହିଥିବା ବେଳେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଏସ ଓ ଜି ଯବାନ ଏବଂ ଛତିଶଗଡ଼ ଡି ଆର ଜି ଯବାନ ଆହତ ହୋଇଥିଲେ। ଆହତ ଯବାନ ଙ୍କୁ ଜଣେ ଙ୍କୁ ରାୟପୁର ଅନ୍ୟ ଜଣେ ଯବାନ ଙ୍କୁ ବିଶାଖାପାଟଣା କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଗତ କାଲି ଠାରୁ ଉଭୟ ମାଓ ଏବଂ ଯବାନ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣା ରେ ୧୨ ଜଣ ପୁରୁଷ ମାଓବାଦୀ ନିହତ ହୋଇଥିବା ବେଳେ ୨ ଜଣ ମହିଳା ମାଓବାଦୀ ସମୁଦାୟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ମଧ୍ୟ ରେ ତାଙ୍କ ଜଣେ ବୟସ୍କ ମାଓବାଦୀ ନିହତ ହୋଇଥିବା ନୂଆପଡ଼ା ଏସ ପି ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ସୂଚନା ଦେଇଛନ୍ତି।