-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
21-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ସୋଇଯାଇଛି।ଏଥିରେ ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ।୨୦୨୩୪-୨୪ଶିକ୍ଷା ବର୍ଷରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଆକୃତି ପାଣ୍ଡେ ,ତୋଷନ ପ୍ରଧାନଙ୍କୁ ସ୍କୁଲ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ବିନିକା ବ୍ଲକର ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ତାଙ୍କର ଜନ୍ମ ଦିନ ଅବସରରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ଉକ୍ତ ଟଙ୍କାକୁ ତୃତୀୟ, ପଞ୍ଚମ, ଅଷ୍ଟମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ପ୍ରଦାନ କରାଯିବାର ଲକ୍ଷ ରଖାଯାଇଛି। ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ କାନ୍ତୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସିଆରସିସି ରାଜେଶ୍ଵର ବେହେରା ପ୍ରାକ୍ତନ ବିଇଓଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ କୃତିତ୍ବ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ପ୍ରେମରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।