-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||     

HOME   ଜିଲ୍ଲା

ଅର୍ଜୁନପୁର ପେକ୍ସ ସମ୍ପାଦକ ନିଯୁକ୍ତି : ୧ ମ ପ୍ରାର୍ଥୀଙ୍କ ଘୋଷିତ ନିଯୁକ୍ତି କାଟି ୪ର୍ଥ ପ୍ରାର୍ଥୀଙ୍କୁ ରଖାଗଲା

18-Jan-2025



ବଲାଙ୍ଗୀର ଡିଆରସିଏସ୍ ଙ୍କ ଅଧୀନରେ ଥିବା ଦେଓଗାଁ ବ୍ଲକ୍ ର ଜରାସିଂହା ବିଡିସିସି ଶାଖାର ଅର୍ଜୁନପୁର ପେକ୍ସର ସମ୍ପାଦକ ନିଯୁକ୍ତିରେ ବହୁ ଗୁରୁତର ଅଭିଯୋଗ ସତ୍ତ୍ୱେ ବର୍ଷେକାଳ ଅହେତୁକ କାଳକ୍ଷେପଣ ପରେ ଜାଲ୍ ସାର୍ଟିଫିକେଟ୍ ହାତେଇ ଓଲଟା ହାଲ୍ଲା କରୁଥିବା ଜଣେ ଅଭିଯୋଗକାରୀ ଯୁବକଙ୍କୁ ଶେଷରେ ନିଯୁକ୍ତି ଦିଆଯାଇଛି । 

ଗତ ୨୦୨୨ ନଭେମ୍ବର ୧୧ ତାରିଖର ପେକ୍ସ ପକ୍ଷରୁ ଦିଆଯାଇଥିବା  ବିଜ୍ଞାପନ ଅନୁଯାୟୀ , ମୋଟ ୪୦ ଜଣ ଆବେଦନକାରୀଙ୍କ ମଧ୍ୟରୁ  ୩୮ ଜଣ ସ୍ଥାନୀୟ ପ୍ରାର୍ଥୀ/ ପ୍ରାର୍ଥିନୀ ରହିଥିଲେ । ମାର୍କ ଭିତ୍ତିକ ଏହି ପରୀକ୍ଷାରେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି  ସର୍ବାଧିକ ନମ୍ବର ରଖିଥିବା ସୀତାକାନ୍ତ ମାଝୀ ୩୦ . ୨ ପଏଣ୍ଟରେ ଉତ୍ତୀର୍ଣ୍ଣ ହୋଇ ୧ ନମ୍ବର ସ୍ଥାନରେ ରହିଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ୧୦ ଦିନକାଳ  ସମ୍ପାଦକ ଭାବେ କାମ କରିବା ଓ ଚାକିରୀର ମାସକ ପରେ ତାଙ୍କୁ ଛଟେଇ କରିଦିଆଯାଇ ଏହି ପଦରେ ୪ର୍ଥ ସ୍ଥାନରେ ଥିବା ଟୁନା କୁମାର ପ୍ରଧାନଙ୍କୁ ନିଯୁକ୍ତି ଦିଆଯିବାରୁ ସେ ଏହାର ବିରୋଧ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।  ଏହାର କାରଣ ସଫେଇ ଦିଆଗଲା ଯେ , ସେ ସମୟରେ ଦାୟିତ୍ଵରେ ଥିବା ଭାରପ୍ରାପ୍ତ ମହଲେଇ ପେକ୍ସର ସମ୍ପାଦକ ସବୁ କାଗଜପତ୍ରକୁ ଘରକୁ ନେଇଯାଇଥିଲେ ଓ  ତହିଁରେ ଥିବା  ଫାଇଲ୍ ଭିତରୁ ସବାତଳେ ଥିବା ପ୍ରାର୍ଥୀଙ୍କର ଆଉଏକ ଡିସିଏମ୍ ( କୋ ଅପରେଟିଭ୍ ମ୍ୟାନେଜମେଣ୍ଟ ସାର୍ଟିଫିକେଟ୍ )ଟି କୁଆଡେ  ଭୁଲ୍ ରେ ତଳେ ପଡିଯାଇଥିଲା  ! ଏପରିକି ଉକ୍ତ ପ୍ରାର୍ଥୀଙ୍କ ଆପ୍ଲିକେସନ୍ ର ଏନ୍ କ୍ଲୋଜରରେ ଏହି ପ୍ରମାଣପତ୍ରଟି ଉଲ୍ଲେଖ କରାଯାଇ ନଥିଲେ ହେଁ , ପରେ ସଂଯୁକ୍ତ କରିଦିଆଗଲା ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ପ୍ରକାଶ । ସେତେବେଳେ ଚୟନ କମିଟିରେ ଥିବା ପେକ୍ସ ସଭାପତି ଅରୁଣ ସୁନା , ଉପ- ସଭାପତି ସୁମିତ୍ରା ବିଶ୍ବାଳ , ନିର୍ଦ୍ଦେଶକ ସହଦେବ ନାଗ , ଭାରପ୍ରାପ୍ତ ଏଆରସିଏସ୍ ରବୀନ୍ଦ୍ର ପଣ୍ଡା ଓ ବ୍ୟାଙ୍କର ଜ୍ୟୋତ୍ସ୍ନାରାଣୀ ପ୍ରମୁଖ ତନ୍ନ ତନ୍ନ କରି ସବୁ ପ୍ରମାଣପତ୍ରକୁ ଯାଞ୍ଚ କରିଥିବା ପ୍ରକାଶ ପାଇଥିଲା । ଏପରିକି ଗୋଟିଏ ଗୋଟିଏ ଆବେଦନପତ୍ରକୁ ୪ ଥର ଲେଖାଏଁ ଯାଞ୍ଚ କରାଯାଇ ନୂଆସମ୍ପାଦକ ବଛାଯାଇଥିବା ପ୍ରକାଶ । ଏହି ଫଳାଫଳକୁ ନୋଟିସ୍ ବୋର୍ଡରେ ମଧ୍ୟ ଛପାଯାଇଥିଲା । ଏହି ଘୋଷଣା ଅନୁଯାୟୀ , ସୀତାକାନ୍ତ ମାଝୀ ୩୦ . ୨ ପଏଣ୍ଟ୍  ମାର୍କ ପାଇ ପ୍ରଥମ ,  ବିରଞ୍ଚି ନାଏକ ୨୭ . ୮୮  ପାଇ  ଦ୍ବିତୀୟ , ଜିତ ରଣା ୨୭ .୬୬ ରେ ତୃତୀୟ ଓ ଟୁନା ପ୍ରଧାନ ୨୭ . ୩୮ ପଏଣ୍ଟ୍ ପାଇ ଚତୁର୍ଥସ୍ଥାନରେ ରହିଥିବା ବେଳେ  ପରେ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଉକ୍ତ ନିଯୁକ୍ତିକୁ ବାତିଲ୍ କରିଦିଆଗଲା ।  ଶେଷରେ ପ୍ରାୟ ବର୍ଷେକାଳ ଏହି ପଦରେ ସମ୍ପାଦକ ନିଯୁକ୍ତିକୁ ଝୁଲାଇ ରଖାଯାଇ  ସହସମ୍ପାଦକ ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକଙ୍କ ପୁଅକୁ ମଧ୍ୟବର୍ତ୍ତୀକାଳୀନ ଭାରପ୍ରାପ୍ତ ସମ୍ପାଦକ ପଦରେ ରଖିଦିଆଗଲା । ଏଥିପାଇଁ ୭ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହା ବିରୋଧରେ ନିଯୁକ୍ତି ପାଇ ପଦ ହରାଇଥିବା ସୀତାକାନ୍ତ ମାଝୀ ସେ ହିଁ ଏହି ପଦର ପ୍ରକୃତରେ ହକ୍ ଦାର ଓ ଏଥିପାଇଁ ମଧ୍ୟ ସେ ପେକ୍ସର ସଭାପତି ଅରୁଣ ସୁନା ଓ ଜଣେ

ନିର୍ଦ୍ଦେଶକ ସହଦେବ ନାଗଙ୍କ ବିରୋଧରେ ଛଅମାସ ତଳେ ୧୫ ହଜାର ନଗଧ ଓ ଫୋନ୍ ପେ' ରେ ୬୦ ହଜାର ଟଙ୍କା ଦେଇଥିଲେ । ଏବେ ସେମାନେ ଟଙ୍କା ଫେରାଉ ନଥିବା ଓ ମାଗିଲେ ଗାଳିଗୁଲଜ କରି ହତ୍ୟାଧମକ ଦେଉଛନ୍ତି ବୋଲି ସ୍ଥାନୀୟ ତୁଷୁରାଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଏ ସମ୍ପର୍କରେ ମଧ୍ୟ ଦେଓଗାଁ ଅଞ୍ଚଳର ଜଣେ ଦଲାଲର ମଧ୍ୟସ୍ଥତାରେ ଏକ ଚୁକ୍ତିନାମା କରାଯାଇଥିବା ପ୍ରକାଶ । ସଭାପତି ଏହି ଟଙ୍କା ନେଇଥିବା ସ୍ବୀକାର କରିଥିଲେ । ତେବେ ପୁଲିସ୍ ମାମଲା ଋଜୁ ନକରି ଅଭିଯୋଗକାରୀଙ୍କୁ ଥାନାକୁ ଡାକି ସମାଧାନ କରିଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ସହିତ  ଟୁନା କୁମାର ପ୍ରଧାନଙ୍କ ଡିସିଏମ୍ ସାର୍ଟିଫିକେଟ୍ ଟି ଜାଲ୍ ଓ ସ୍ଥାନୀୟ ଅଞ୍ଚଳର କୌଣସି ପଣ୍ଡା ଓ ରଣା ନିର୍ଦ୍ଦିଷ୍ଟ ଠିକଣା ଜଣା ପଡୁ ନଥିବା ଦିଲ୍ଲୀର ରାଜୀବ ଗାନ୍ଧୀ ଭୋକେସନାଲ୍ ଟ୍ରେନିଂ ସେଣ୍ଟର୍ ବୋଲି କୁହାଯାଇଥିଲେ ହେଁ , ଏହା ସନ୍ଦେହ ସୃଷ୍ଟି କରିଥିଲା । ଏପରିକି ବ୍ୟାଙ୍କ୍ ପକ୍ଷରୁ ନୋଟିସ୍ ବୋର୍ଡର ଘୋଷଣାକୁ ଚିରିଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ ।

ଏ ସମ୍ପର୍କରେ ଉଭୟ ସୀତାକାନ୍ତ ମାଝୀ ଏବଂ ଟୁନା ପ୍ରଧାନଙ୍କ ପକ୍ଷରୁ ଡିଆରସିଏସ୍ ଙ୍କ ଠାରୁ ତତ୍କାଳୀନ ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ - ପ୍ରତ୍ୟଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାରେ ରହିଥିଲା ।  କିନ୍ତୁ ତତ୍କାଳୀନ ଡିଆରସିଏସ୍ ଦମୟନ୍ତୀ ସିଂ କିମ୍ବା ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣା ସର୍ବସାଧାରଣରେ ଏହାର ସମାଧାନ ପ୍ରକାଶ କରି ନଥିଲେ । ଶେଷରେ ଉପରୋକ୍ତ ଜାଲ୍ ସାର୍ଟିଫିକେଟ୍ ର ତଦନ୍ତ ଆଳରେ କିଛିମାସ ଏହି ନିଯୁକ୍ତିକୁ ଝୁଲାଇ ରଖାଯିବା ପରେ ୭/୮ ମାସ ତଳେ ସମ୍ପାଦକ ପଦରେ ଟୁନା କୁମାର ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବତନ ଭାରପ୍ରାପ୍ତ ସହସମ୍ପାଦକ ଗତବର୍ଷର ଖରିଫ୍ ଓ ରବିଋତୁର ଧାନକିଣା ଓ ଋଣଦେବା / ଆଦାୟର ପିଟିରେ ସେ ଏହି ପଦରେ ପ୍ରାୟ ବର୍ଷଟିଏ ରହିବାର ଉତ୍କୋଚ ଲକ୍ଷାଧିକ ଟଙ୍କାର ମୁନାଫା ଅସୁଲି କରି ସାରିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।  ତଦନୁରୂପେ ନୂତନ ସମ୍ପାଦକ ମଧ୍ୟ ଗତ ରବି ଓ ଚଳିତ ଖରିଫ୍ ଋତୁର ଧାନକିଣାରେ ବେଶ୍ ହାତଚିକ୍କଣ କରିଚାଲିଥିବା ଅଭିଯୋଗ ପ୍ରକାଶ ପାଇଛି । ଏହି ପଦ ପାଇଁ ସେ ମଧ୍ୟ ଲକ୍ଷାଧିକ ଟଙ୍କାର ଲାଞ୍ଚ ଦେଇଥିବା କୁହାଯାଉଛି ।

ସର୍ବୋପରି  ଏହି ପେକ୍ସର ଏହି ସମ୍ପାଦକ ନିଯୁକ୍ତି ସହିତ ଅନ୍ୟାନ୍ୟ ପେକ୍ସରେ କର୍ମଚାରୀ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦୁର୍ନୀତିରେ ଜଣେ ପୁରୁଣାମୂଷା ହିଁ ସର୍ବେସର୍ବା ବୋଲି ସର୍ବଜନବିଦିତ । ଉକ୍ତ ଅଧିକାରୀ ଜଣକ ଦୀର୍ଘ ପ୍ରାୟ ତିରିଶବର୍ଷ ଧରି ଜିଲ୍ଲାର ବିଭିନ୍ନ ପଦରେ ରହି ଏବେ ବଲାଙ୍ଗୀର ଡିଆରସିଏସ୍ ଅଫିସ୍ ରେ ଏକ ପଦ ସୃଷ୍ଟିହେବାରୁ ଅବସ୍ଥାପିତ ରହିଛନ୍ତି । ସେ ହିଁ ଏସବୁର ଖଳନାୟକ ବୋଲି ବହୁଦିନରୁ ଗଣମାଧ୍ୟମରେ ପ୍ରକାଶିତ । ସାଧୁ ସାବଧାନ  ! ତେବେ ଅର୍ଜୁନପୁର ପେକ୍ସର ଏହି ସମ୍ପାଦକ ନିଯୁକ୍ତି ପ୍ରକ୍ରିୟା ସହିତ ଜାଲ୍ ସାର୍ଟିଫିକେଟ୍ ର ଖୋଳତାଡ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   17-Aug-2026
  ଜିଲ୍ଲା  
ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ   17-Aug-2026
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026

You Might Also Like