-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର) ନାଁ କେବେ ଘଟିଥିଲା ନାଁ କେବେ ଘଟିବାର ସମ୍ଭାବନା ରହିଛି ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ଶୁଣିବାକୁ କଷ୍ଟ ହେଉଛି ଲେଖିବାକୁ ଏ କଲମ ଥରୁଛି; ତଥାପି ଲେଖିବାକୁ ବାଧ୍ୟ ହେଉଛି। ଯେଉଁ ସମ୍ପର୍କକୁ ନେଇ ମଣିଷ ସମାଜରେ ଜଣେ ପୁଅ କିମ୍ବା ଝିଅ ଗର୍ବ ଅନୁଭବ କରିଥାଏ ସେଭଳି ସମ୍ପର୍କରେ ଆଜି କଲଙ୍କିତ ଦାଗ ଲାଗିଯାଇଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଞ୍ଚଳର ଜଣେ ୫୦ ବର୍ଷର ଲୋକ ନିଜ ଜନ୍ମକଲା ନାବାଳିକା ଝିଅ କୁ ଗର୍ଭବତୀ କରିଦେଇଛି। ଗର୍ଭଧାରଣ କିଛି ଦିନ ପରେ ଗାଁ ଲୋକେ ଉକ୍ତ ଗ୍ରାମର ଆଶା କର୍ମୀ କୁ ଜଣାଇ ଥିବା ବେଳେ ଆଶାକର୍ମୀ ଙ୍କ ଠାରୁ ଖବର ପାଇ ବେଲ ପଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବେଲପଡା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ବେଲ ପଡ଼ା ପୋଲିସ ଥାନା କେଶ୍ ନମ୍ବର ୧୪/୨୫ ୬୪(୩) ପୋସ୍କୋ ଧାରା ରେ ମାମଲା ରୁଜୁ କରି ନୃସଂଶ ବାପା କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।