-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ଦଧିବାମନ କ୍ଳବ ଆନୁକୂଲ୍ୟରେ ୨ୟ ତମ ଦଧିବାମନ କ୍ରିକେଟ କପ ଦଧିବାମନ ଖେଳପଡିଆ ରେ ଉଦ୍ଘାଟନ ହୋଇଯାଇଛି l ଉଦଘାଟନୀ ଦିବସରେ ବହଳପଦର ସରପଞ୍ଚ ପ୍ରତିନିଧି ଗୋପାଳ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହଳପଦର ଗ୍ରାମ୍ୟ ସଭାପତି ବାବୁଲାଲ ପଧାନ, ଶିକ୍ଷାବିତ ଶଙ୍କର ଭୋଇ, ନାରାୟଣ ଦନ୍ତା, ବରୁଣ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ l ପ୍ରଥମେ ଗୁଦଗୁଦା ଓ ବଡ଼ମାଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ରେ ଗୁଦଗୁଦା ଟସ ଜିଣି ନିର୍ଧାରିତ ୧୦ ଓଭର ରେ ସମସ୍ତ ୱାଇକେଟ ହରାଇ ୮୨ ରନ କରିଥିଲା l ବଡ଼ମାଳ ଦଳ ୬. ୪ ଓଭର ରେ ୫ ୱାଇକେଟ ହରାଇ ୮୪ରନ କରି ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ ଟାଙ୍ଗର ସାହି ଓ ଜନକପୁର ମଧ୍ୟରେ ହୋଇଥିଲା l ତାଙ୍ଗାରସାହି ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭର ରେ ୩ ୱାଇକେଟ ହରାଇ ୧୧୭ ରନ କରିଥିଲା l ଜବାବ ରେ ଜନକପୁର ୧୦ ଓଭର ରେ ୬ ୱାଇକେଟ ହରାଇ ୧୦୯ ରନ କରି ପରାସ୍ତ ହୋଇଥିଲା l ତୃତୀୟ ମ୍ୟାଚ ଟି ଉଭୟ ମ୍ୟାଚ ର ବିଜେତା ବଡ଼ମାଳ ଓ ତାଙ୍ଗରସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟାଙ୍ଗରସାହି ୭ ଓଭର ରେ ସମସ୍ତ ୱାଇକେଟ ହରାଇ ୫୭ ରନ କରିବାକୁ ସମର୍ଥ ହୋଇଥିଲା l ବିପକ୍ଷ ଦଳ ର ଶୀତମ ଓ କପିଳାସ ୩ ଟି ଲେଖାଏଁ ୱାଇକେଟ ନେଇଥିଲେ l ଜବାବରେ ବଡ଼ମାଳ ଦଳ ୬. ୨ଓଭର ରେ ୭ୱାଇକେଟ ହରାଇ ୫୮ ରନ କରି ବିଜେତା ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି l ବଡ଼ମାଳ ଦଳର କପିଳାସ ପଧାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା l ଖେଳ ଗୁଡିକ ରାକେଶ ପଧାନ ଓ ଟୁଟୁ ମହାକୁର ପରିଚାଳନା କରିଥିବା ବେଳେ ଅଫିସିଆଲ ସ୍କୋରର ଦୀପକ ସାହୁ, ଅନଲାଇନ ସ୍କୋରର କାହଁl ପଧାନ ଓ ଲଳିତ ପଧାନ ଧାରବିବରଣୀ ପ୍ରଦାନ କରିଥିଲେ l