-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
(ମିହିର ଶଙ୍କର ପାତ୍ର,)
କୋଟାଗାଁ ଓ ତାରାଗାଁ ମଣ୍ଡେଇ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଗ୍ରାମ ଦେବାଦେବୀ ଙ୍କ ଲାଠି ପାଲିଙ୍କି ସହ ଶିରା, ଦିସାରୀ, ପୂଜାରୀ, ରୟିତ ଏବଂ ଭକ୍ତମାନେ ପାରମ୍ପରିକ ବାଦ୍ୟ ର ତାଳେତାଳେ ଯାତ୍ରା ପରିକ୍ରମା କରିଛନ୍ତି। ଉପସ୍ଥିତ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ହିନ୍ଦୁ ମହାସଂଘ ମାର୍ଗଦର୍ଶକ ସୌଭାଗ୍ୟ ବାବା, ଛତିଶଗଡ଼ ହିନ୍ଦୁ ମହାସଂଘ ପ୍ରମୁଖ ଭକ୍ତ ଚରଣ ଦାସ ବାବା, ବିଜେପି ନେତା ସୋମନାଥ ପୂଜାରୀ, ଅରୁଣ ପ୍ରସନ୍ନ ନାୟକ, କୃଷକ ନେତା ଜି. କିରଣ ରାଓ, ଟୁକୁ ପଟ୍ଟନାୟକ, ପଦମନ ନାୟକ, ରାଜେନ୍ଦ୍ର କିଶୋର, କ୍ଷେତ୍ର ମୋହନ ପାତ୍ର, ଅର୍ଜୁନ ସମରଥ, ଅନ୍ୟମାନେ ଉପସ୍ଥିତ ଥିଲେ। ତାରାଗାଁ ଓ କୋଟାଗାଁ ର ପୂଜାରୀ ଓ ସ୍ଥାନୀୟ ଲୋକ ଙ୍କ ସହଯୋଗ ରେ ଆଧ୍ୟାତ୍ମିକ ପରିବେଶ ରେ ମଣ୍ଡେଇ ଧୂମଧାମରେ ପାଳିତ ହୋଇ ଯାଇଛି ।