-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଛେର୍ ଛେରା...କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ତଥା ମୁକ୍ତିର ଆଉ ଉଲ୍ଲାସର ପର୍ବ ହେଉଛି ପୁଷ୍ ପୁନି। କିନ୍ତୁ ଆଉ ନାହିଁ ପୁଷ ପୁନିର ସେହି ମହକ, କି ଗାଁ ଦାଣ୍ଡରେ ଆଉ ଶୁଭୁନି ପିଲାଙ୍କର ପୁଷ୍ ପୁନିରେ ଛେର ଛେରା ମାଗିବାର ସେହି ଗୀତ । ଆଈ ବୁଢୀକୁ ଟାହି ଟାପରା କରି, କିଛି ଚାଉଳ, ପୁଷ ପୁନିର ପାଣି ଶିଝା ମଣ୍ଡାପିଠା, ଆଉ ଦୁଇ ଚାରି ଟଙ୍କା, ଯାହା ସବୁ ସେହି ଦିନରେ ଭୋଜି କରିବାର ଯୋଗାଡ଼ ହେଉଥିଲା ଦିନେ । ସବୁକୁ ନେଇ,ପାଖ ନଈ କୂଳକୁ ଯାଇ ଭୋଜି କରିବାର ପ୍ରଥା ପରମ୍ପରା ଏବେ ଲୁପ୍ତ ପ୍ରାୟ । ଡ଼ିଜିଟାଲ ଯୁଗରେ ଏହି ପ୍ରଥା ପରମ୍ପରା ସମସ୍ତେ ଭୁଲିବାକୁ ବସିଲେଣି । ବୋଧେ ଅନେକେ ଆଉ ଏଇ ଦିନରେ ଗୀତ ଶୁଣିବାକୁ ପାଉନଥିବେ । ଆମ ସମୟର ପିଲାଦିନର କଥା ଆଉ ଏବେ ଆକାଶ ପାତାଳ ଫରକ। ବର୍ତ୍ତମାନ ପିଲାମାନେ ମୋବାଇଲ ଆଉ, ଫ୍ରି ଫାୟାର ଗେମ୍ ରେ ବ୍ୟସ୍ତ ରହି ନିଜ ସଂସ୍କୃତିକୁ ସଂପୂର୍ଣ ଭୁଲିଯାଇଛନ୍ତି । ଏବେ ଏଇ ସବୁ ସଂସ୍କୃତି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ମଂଚ କାର୍ଯ୍ୟକ୍ରମ ହେଇସାରିଛି । ଗାଁ ଦାଣ୍ଡରୁ ଏବେ ଅତ୍ୟାଧୁନିକ ମଂଚ ଉପରେ ଆସନ ଜମାଇଛି ଆମର ନିଆରା ପର୍ବ ପୁଷ ପୁନି । ସବୁଠୁ ମହତ ପୂର୍ଣ୍ଣ କଥା ହେଉଛି, ଏହି ଦିବସଟି ଥୂଲା ହଳିଆ ମାନଙ୍କ ପାଇଁ ମୁକ୍ତିର ଦିବସ, ଯାହାକୁ ଗୋତି ଶ୍ରମିକ ପ୍ରଥା ଭାବରେ ଲୋକେ ଜାଣୁଥିଲେ । ପ୍ରଚାର ପ୍ରସାର ଅଭାବରୁ ଏସବୁ ପ୍ରଥା ଲୋପ ପାଇବାକୁ ବସିଲାଣି।
*ବି:ଦ୍ର:-ଡିଜିଟାଲ ଯୁଗରେ ବଦଳୁଛୁ ପରମ୍ପରା ଶୁଭୁନି ଆଉ ପୁଷ ପୁନିର ଛେର୍ ଛେର୍.....ଛେର୍ ଛେରା...*